Posted inଜାତୀୟ

ଅନୁଚ୍ଛେଦ ୩୭୦ ପୁଣି ହେବ ଲାଗୁ, କହିଲେ ଗୁଲାମ ନବୀ…

ଶ୍ରୀନଗର,୧୧।୧୨: ଜମ୍ମୁ-କଶ୍ମୀରର ଅନ୍ୟ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଆଶା ପ୍ରକଟ କରିଛନ୍ତି ଅନୁଚ୍ଛେଦ ୩୭୦ ରଦ୍ଦ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଲୋକଙ୍କ ସପକ୍ଷରେ ଦେବେ। ଯେତେବେଳେ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ ରଦ୍ଦ ୫ ଅଗଷ୍ଟ ୨୦୧୯ରେ ଏହାକୁ ରଦ୍ଦ କରିଦିଆଗଲା ଏବଂ ଏହାକୁ ଦୁଇଟି ୟୁନିଅନ ଅଞ୍ଚଳରେ ବିଭକ୍ତ କରାଗଲା, ସେତେବେଳେ ଜମ୍ମୁ-କଶ୍ମୀରରେ ଅନେକ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ଅନେକ ନେତାଙ୍କୁ ଅଟକ ରଖାଯାଇଥିଲା। ସେତେବେଳେ ନଜରବନ୍ଦୀ ହୋଇଥିବା ଗୁଲାମ ନବୀ ଆଜାଦ ଏଠାରେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏହା ପୂର୍ବରୁ ମଧ୍ୟ କହିଛି ସେଠାରେ କେବଳ ଦୁଇଟି ଅନୁଷ୍ଠାନ ଅଛି ଯାହା ଜମ୍ମୁ-କଶ୍ମୀରର ଲୋକମାନଙ୍କ ପାଇଁ ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଫେରସ୍ତ କରିପାରିବ ଏବଂ ଏହି ଅନୁଷ୍ଠାନଗୁଡ଼ିକ ହେଉଛନ୍ତି ସଂସଦ ଓ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କର ବେଞ୍ଚ ନିରପେକ୍ଷ ଏବଂ ଆମେ ଆଶା କରୁଛୁ ଏହା ଜମ୍ମୁ-କଶ୍ମୀରବାସୀଙ୍କ ସପକ୍ଷରେ ଏହାର ରାୟ ଦେବ।

କଂଗ୍ରେସଠାରୁ ଅଲଗା ହେବା ପରେ ଡେମୋକ୍ରାଟିକ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ପ୍ରତିଷ୍ଠା କରିଥିବା ଆଜାଦ କହିଛନ୍ତି ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ କରୁଥିବା ନିଆଯାଇଥିବା ନିଷ୍ପତ୍ତିକୁ ଫେରିବ ବୋଲି ସେ ଭାବି ନାହାନ୍ତି।

ଲୋକସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ରହିଛି। ତେଣୁ କେବଳ ସୁପ୍ରିମକୋର୍ଟ କରିପାରିବେ।

ଭାଜପାର ଜମ୍ମୁ-କଶ୍ମୀର ୟୁନିଟ ମୁଖ୍ୟ ରବିନ୍ଦର ରାଇନା କହିଛନ୍ତି ଏକ ସ୍ବଚ୍ଛ ପ୍ରକ୍ରିୟା ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ପକ୍ଷର ଶୁଣାଣି କରିଛନ୍ତି। ରାଇନା କହିଛନ୍ତି, ’ଆମେ ନିଶ୍ଚିତ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ପରେ ଏହା ଆଉ ରାଜନୈତିକ ପ୍ରସଙ୍ଗ ହେବ ନାହିଁ। କୋର୍ଟ ଯାହା ନିଷ୍ପତ୍ତି ନିଅନ୍ତି, ସମସ୍ତେ ଏହାକୁ ସମ୍ମାନ ଏବଂ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri