ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ

ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ହେଉଛି ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା…

ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ ଦୁଇଟି ଡାକ୍ତରୀ ଶବ୍ଦ-ଆର୍ଥ୍ରାଇଟିସ୍‌ ଓ ରିଉମାଟିଜ୍‌ମ ଉଚ୍ଚାରଣ କରିଥାଆନ୍ତି। ଗ୍ରୀକ୍‌ ଶବ୍ଦ ‘ଆର୍ଥ୍ରନ’ର ଅର୍ଥ ସନ୍ଧି ବା ଗଣ୍ଠି। ‘ଆଇଟିସ୍‌’ର ଅର୍ଥ ପ୍ରଦାହ। ତେଣୁ ‘ଆର୍ଥ୍ରାଇଟିସ୍‌’କୁ ଓଡ଼ିଆ ଭାଷାରେ ସନ୍ଧି ପ୍ରଦାହ ବା ଗଣ୍ଠି ପ୍ରଦାହ ବୋଲି କହିଥାଉ। ଆମ ଶରୀରରେ ରହିଛି ୬୮ଟି ଗଣ୍ଠି। ପ୍ରତ୍ୟେକ ଗଣ୍ଠି ଆର୍ଥ୍ରାଇଟିସ୍‌ରେ ଆକ୍ରାନ୍ତ ହୋଇପାରେ। ଏହି ରୋଗର କାରଣ ଏବଂ ନିରାକରଣ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୨କୁ ବିଶ୍ୱ ସନ୍ଧିପ୍ରଦାହ ଦିବସ ବା ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଚଳିତବର୍ଷର ଥିମ୍‌ ରହିଛି ‘ଟାଇମ୍‌ ଟୁ ଓ୍ବାର୍କ’ ବା କାମ କରିବାକୁ ସମୟ ଆସିଛି।
ଆର୍ଥ୍ରାଇଟିସ୍‌ ହେଉ ଅବା ରିଉମାଟିଜମ-ଏହି ଉଭୟ ବ୍ୟାଧିର ଲକ୍ଷଣଗୁଡିକ ମୋଟାମୋଟି ସମାନ। ସାଧାରଣ ଲକ୍ଷଣମାନ ହେଲା-ଗଣ୍ଠିରେ ଯନ୍ତ୍ରଣା ହେବା, ଗଣ୍ଠି ଫୁଲିଯିବା ଓ ବେଳେବେଳେ ଲାଲ୍‌ ଦେଖାଯିବା, ଗଣ୍ଠି ଟାଣ ତଥା ଅନମନୀୟ ହେବା ଯୋଗୁଁ ଗଣ୍ଠିର ଚଳନ ବାଧାପ୍ରାପ୍ତ ହେବା ଇତ୍ୟାଦି। ଏହି ରୋଗ ଏକାଧିକ ଗଣ୍ଠିକୁ ଆକ୍ରାନ୍ତ କରିଥାଏ। ଏହା ଶତାଧିକ ପ୍ରକାରର ଓ ସେଗୁଡ଼ିକର କାରଣ ଏବଂ ଚିକିତ୍ସା ପଦ୍ଧତି ଭିନ୍ନ ଭିନ୍ନ। ମାତ୍ର ସେଗୁଡିକ ମଧ୍ୟରୁ ଅଷ୍ଟିଓଆର୍ଥ୍ରାଇଟିସ୍‌ ବା ଅସ୍ଥି ସନ୍ଧି ପ୍ରଦାହ ଏବଂ ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌ ବା ଆମବାତର ସନ୍ଧିପ୍ରଦାହ ପ୍ରଧାନ। ବୟସ ବଢ଼ିଲେ ଏହି ରୋଗର ପ୍ରାଦୁର୍ଭାବ ବଢ଼ି ବଢ଼ି ଯାଏ। ୭୦ବର୍ଷ ବୟସରେ ପହଞ୍ଚତ୍ଲା ବେଳକୁ ନାରୀ ଓ ପୁରୁଷ ଉଭୟ ଗୋଷ୍ଠୀର ୯୦ ପ୍ରତିଶତ ବ୍ୟକ୍ତି ଗଣ୍ଠି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ ମହିଳାମାନେ ଏଥିପ୍ରତି ବେଶି ସମ୍ବେଦନଶୀଳ।
ଅଷ୍ଟିଓଆର୍ଥ୍ରାଇଟିସ୍‌ ଧୀରେ ଧୀରେ ପ୍ରକାଶ ପାଇଥାଏ। ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌ ମଧ୍ୟ ଏକ ଦୀର୍ଘକାଳୀନ ଗଣ୍ଠି ରୋଗ। ମାତ୍ର ଏହାଦ୍ୱାରା କେବଳ ଗଣ୍ଠି ଆକ୍ରାନ୍ତ ନ ହୋଇ ଚର୍ମ, ମାଂସପେଶୀ ଏପରି କି ହାର୍ଟ ବା ହୃତପିଣ୍ଡ ମଧ୍ୟ ରୋଗାକ୍ରାନ୍ତ ହୋଇପାରେ। ରୋଗୀଠାରୁ ଲକ୍ଷଣମାନ ଶୁଣି ଓ ଆକ୍ରାନ୍ତ ଗଣ୍ଠିକୁ ପରୀକ୍ଷା କରି ଡାକ୍ତରମାନେ ପ୍ରାଥମିକ ଭାବରେ ରୋଗ ନିର୍ଣ୍ଣୟ କରିଥାଆନ୍ତି। ରୋଗୀର ରକ୍ତ ପରୀକ୍ଷା, ଇ.ଏସ.ଆର୍‌., ଜି.ପି.ଟି., କ୍ରିଏଟିନିନ୍‌, ସି.ଆର୍‌.ପି., ରିଉମାଟଏଡ୍‌ ଫ୍ୟାକ୍ଟର, ଆଣ୍ଟିନ୍ୟୁକ୍ଲିୟାର ଆଣ୍ଟିବଡି ଇତ୍ୟାଦି ପରୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଏକ୍ସ-ରେ, ଏମଆରଆଇ ଏବଂ ସିଟି ସ୍କାନ୍‌ ମଧ୍ୟ କରିବାକୁ ପଡ଼ିଥାଏ।
ଜୀବାଣୁ ଆକ୍ରମଣ ଯୋଗୁଁ ଆର୍ଥ୍ରାଇଟିସ୍‌ ହୋଇଥିଲେ କି ଆଘାତପ୍ରାପ୍ତି ଯୋଗୁ ହୋଇଥିଲେ ଆରୋଗ୍ୟ ସମ୍ଭବ। କିନ୍ତୁ ଅଷ୍ଟିଓଆର୍ଥ୍ରାଇଟିସ୍‌ ଓ ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ନୁହେଁ। ଚିକିତ୍ସା ବ୍ୟତୀତ ରୋଗୀକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ଓଜନକୁ ସବୁବେଳେ ସନ୍ତୁଳିତ ରଖନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ତଟକା ଫଳମୂଳ, ଶାଗ, ପନିପରିବା, ଆଲମଣ୍ଡ, କାଜୁ, ଅରଖୋଟ ଓ ମାଛ ଖାଆନ୍ତୁ। ତେଲଜାତୀୟ ଖାଦ୍ୟ, ଫାଷ୍ଟଫୁଡ୍‌, ଜଙ୍କ୍‌ ଫୁଡ୍‌ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ଆଦୌ ଅନୁକୂଳ ନୁହେଁ।
ଗୋଟିଏ କଥା ମନେରଖନ୍ତୁ। ବେଳ ହୁଁ ରୋଗ ନିର୍ଣ୍ଣୟ କରି ଅର୍ଥୋପେଡିକ ସର୍ଜନ ଓ ରିଉମାଟୋଲୋଜି ବିଶେଷଜ୍ଞଙ୍କ ଚିକିତ୍ସାରେ ରହିଲେ ରୋଗର ସହଜ ନିୟନ୍ତ୍ରଣ ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?