କଳାକୃତି ଗ୍ରାମରେ ହେବ ଓ୍ବାଟରପାର୍କ

ଢେଙ୍କାନାଳ ଅଫିସ,୮।୫: ଢେଙ୍କାନାଳ ଜିଲା ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏଥିଲାଗି ତତ୍ପରତା ପ୍ରକାଶ ପାଇଛି। ବିଶେଷକରି କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଖୁବ୍‌ଶୀଘ୍ର ଏକ ଓ୍ବାଟରପାର୍କ ନିର୍ମାଣ କରାଯିବ। ଏଥିସହ ପର୍ଯ୍ୟଟକଙ୍କ ପାଇଁ ହର୍ସ ରାଇଡିଂ, ବୋଟିଂ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଢେଙ୍କାନାଳ ସଦର ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ନିକଟରେ ରହିଛି ଡୋକ୍ରା ହସ୍ତଶିଳ୍ପୀଙ୍କ ଗଁା ସଦେଇବେରେଣୀ-ନବଜୀବନପୁର। ଡୋକ୍ରା କାରିଗରି ପାଇଁ ପ୍ରସିଦ୍ଧ ଏହି ଗ୍ରାମର ଶିଳ୍ପୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏଥିଲାଗି ଜିଲା ପ୍ରଶାସନ ସହାୟତାରେ ଏଠାରେ ୬ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି କଳାକୃତି ଗ୍ରାମ। ଏହାକୁ ଅଧିକ ଆକର୍ଷଣୀୟ କରି ପର୍ଯ୍ୟଟନ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ କଳାକୃତି ଗ୍ରାମରେ ଏକ ଓ୍ବାଟରପାର୍କ ନିର୍ମାଣ କରାଯିବ। ପୁରୀରେ ଥିବା ଓ୍ବାଟରପାର୍କ ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଗ୍ରୀଷ୍ମ ଅବକାଶ ଏବଂ ପର୍ଯ୍ୟଟନ ଋତୁରେ ସପ୍ତଶଯ୍ୟାକୁ ବୁଲି ଆସୁଥିବା ଯାତ୍ରୀମାନେ ଏଠାକୁ ଆସି ଏହାର ମଜା ନେଇପାରିବେ ବୋଲି ଜିଲାପାଳ ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ନିକଟ ଭବିଷ୍ୟତରେ ଏଠାରେ ହର୍ସ ରାଇଡିଂ ବ୍ୟବସ୍ଥା କରାଯିବ। ଶିକ୍ଷାନୁଷ୍ଠାନର ଏନ୍‌ସିସି କ୍ୟାଡେଟ୍‌, ସେନାରେ ଯୋଗଦେବା ଲାଗି ପ୍ରସ୍ତୁତ ହେଉଥିବା ଆଶାୟୀଙ୍କୁ ଘୋଡ଼ା ଦୌଡ଼ ତାଲିମ ଦିଆଯିବ। ପର୍ଯ୍ୟଟକମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ। ଏଥିଲାଗି ଖୁବ୍‌ଶୀଘ୍ର ଘୋଡ଼ା ଏବଂ ପ୍ରଶିକ୍ଷକ ଆଣିବା ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। କଳାକୃତି ଗ୍ରାମ ପରିସରରେ ବୋଟିଂ ସୁବିଧା ମଧ୍ୟ କରାଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।
ସୂଚନାଯୋଗ୍ୟ, ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ କଳାକୃତି ଗ୍ରାମ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା। ଏହାକୁ ନେଇ ଅସନ୍ତୋଷ ବଢ଼ିବା ପରେ ପ୍ରଶାସନ ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଛି। ଏଠାରେ ଡୋକ୍ରା କାରିଗର, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ହସ୍ତଶିଳ୍ପ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି। ଏଠାରେ ଥିବା ଅତ୍ୟାଧୁନିକ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଭଳି ଅଭିନବ ପଦକ୍ଷେପ ଦ୍ୱାରା କଳାକୃତି ଗ୍ରାମ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?