ଗିରଫ ହେଲେ ଲାଞ୍ଚୁଆ ବିଡିଓ, ୫ ଲକ୍ଷ ଟଙ୍କା ସହ ପଡ଼ିଥିଲେ ଧରା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ଏହି ସମୟରେ ବିଡିଓଙ୍କ ସରକାରୀ ଗାଡ଼ିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଟଙ୍କାର ସଠିକ୍‌ ଉତ୍ତର ଦେଇ ପାରି ନ ଥିଲେ।

ଫଳରେ ଭିଜିଲାନ୍ସ ବିଭାଗ ବିଡିଓ କାର୍ତ୍ତିକଙ୍କୁ ନେଇ ଭବାନୀପାଟଣା କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରିଥିଲା। ଅନ୍ୟପଟେ, ବିଡିଓ କାର୍ତ୍ତିିକ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିଲେ ଓ କାହାଠୁ ଆଣିଲେ ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ କୋରାପୁଟରେ ଥିବା ତାଙ୍କ ପୈତୃକ ବାସଭବନ, ରାୟଗଡ଼ାରେ ଥିବା ସ୍ବାମୀଙ୍କ ଘର, ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ସରକାର ବାସଭବନ ସମେତ ଭୁବନେଶ୍ୱରରେ ଥିବା କୋଠା ଆଦି ସ୍ଥାନରେ ବର୍ତ୍ତମାନ ଚଢ଼ାଉ ଜାରି ରହିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କେଶବ: ରାସ୍ତାକଡ଼ରେ ପ୍ଲାଷ୍ଟିକ୍‌ ଜାରକିନ ଧରି ବସି ବିକୁଥିଲେ…

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ପୁଟଖାଲ ଗ୍ରାମର କେଶବ ମଲ୍ଲିକଙ୍କଠାରୁ ୧୮ ଲିଟର ଦେଶୀମଦ ଜବତ କରାଯାଇଛି।...

ଭିତର ଅଞ୍ଚଳରେ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ

ତୁମୁଡିବନ୍ଧ,୧୨ା୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଭିତର ଅଞ୍ଚଳରେ ଥିବା ଝିରିପାଣି ପଞ୍ଚାୟତ ପରିସରରେ ବୁଧବାର ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’...

ନିର୍ମାଣ କାର୍ଯ୍ୟରେ ତ୍ରୁଟି, ଦୁର୍ଘଟଣା ସ୍ପଟ୍‌ ପାଲଟିଛି ପୋଲ

ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ...

ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀଙ୍କୁ ‘ବାଲ୍ ସାହିତ୍ୟ ପୁରସ୍କାର-୨୦୨୫’

ଭୁବନେଶ୍ୱର,୧୨ା୧୧: ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ସାରା ଦେଶର ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି। ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ...

ଚିକିତ୍ସା ପାଇଁ ନିଖୋଜ ଥିଲେ ବୃଦ୍ଧ, ୧୫ ଦିନ ପରେ ମିଳିଲା ମୃତଦେହ

ବାଲିଗୁଡ଼ା,୧୨ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର...

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ତହସିଲଦାରଙ୍କ ବଢ଼ିଲା କ୍ଷମତା

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼...

ଜଙ୍ଗଲରେ ଝୁଲୁଛି ଅଜଣା ଯୁବତୀଙ୍କ ମୃତଦେହ, ପହଞ୍ଚିଲା ବାଲିଗୁଡ଼ା ପୋଲିସ

ବାଲିଗୁଡା, ୧୨।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତଦେହ...

ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍‌ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri