ଗିରଫ ହେଲେ ଲାଞ୍ଚୁଆ ବିଡିଓ, ୫ ଲକ୍ଷ ଟଙ୍କା ସହ ପଡ଼ିଥିଲେ ଧରା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ଏହି ସମୟରେ ବିଡିଓଙ୍କ ସରକାରୀ ଗାଡ଼ିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଟଙ୍କାର ସଠିକ୍‌ ଉତ୍ତର ଦେଇ ପାରି ନ ଥିଲେ।

ଫଳରେ ଭିଜିଲାନ୍ସ ବିଭାଗ ବିଡିଓ କାର୍ତ୍ତିକଙ୍କୁ ନେଇ ଭବାନୀପାଟଣା କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରିଥିଲା। ଅନ୍ୟପଟେ, ବିଡିଓ କାର୍ତ୍ତିିକ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିଲେ ଓ କାହାଠୁ ଆଣିଲେ ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ କୋରାପୁଟରେ ଥିବା ତାଙ୍କ ପୈତୃକ ବାସଭବନ, ରାୟଗଡ଼ାରେ ଥିବା ସ୍ବାମୀଙ୍କ ଘର, ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ସରକାର ବାସଭବନ ସମେତ ଭୁବନେଶ୍ୱରରେ ଥିବା କୋଠା ଆଦି ସ୍ଥାନରେ ବର୍ତ୍ତମାନ ଚଢ଼ାଉ ଜାରି ରହିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri