Posted inଫୁରସତ

ଅରୁଣସ୍ତମ୍ଭ ଚାରିପଟେ ୮ ଘୋଡ଼ା ଗତିଶୀଳ ମୁଦ୍ରାରେ ରହିଥିଲେ

ଆମେ ଗତ ସଂଖ୍ୟାରେ ଆଲୋଚନା କରିଥିଲେ ରାଜ୍ୟ ପ୍ରଶାସନ କୋଣାର୍କଠାରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ମଗ୍ନଥିବା ଶିଳ୍ପୀଙ୍କ ପ୍ରତି କେତେ ସତର୍କ ଥିଲେ। ଦୋଳ ଉତ୍ସବ ଯିବାର କିଛିଦିନ ପରେ ବିଶୁ ମହାରଣା ଅସୁସ୍ଥ ହୋଇ ପଡ଼ିଥିଲେ। ପୋଥି ଅନୁଯାୟୀ ତାଙ୍କ ଗାଁ ଥିଲା ନୂଆଗଡ଼। ସେତେବେଳେ ନୂଆଗଡ଼ ଭାବରେ ପରିଚିତ ଥିଲା ଏବର ନୟାଗଡ଼। କିନ୍ତୁ ବିଶୁ ମହାରଣାଙ୍କ ଘର ସେହି ନୂଆଗଡ଼ରେ ନ ଥିଲା। ବିଶ୍ରାମନେବା ପାଇଁ ତାଙ୍କୁ ଶଗଡ଼ରେ ପଠାଯାଇଥିଲା। ରାମ ପ୍ରଧାନେ ତାଙ୍କୁ ଘରେ ନେଇ ଛାଡ଼ିବାର ଦାୟିତ୍ୱରେ ଥିଲେ। ତାଙ୍କର ସମସ୍ତ ବାକିଆ ପାଉଣା ତାଙ୍କୁ ଗାଁକୁ ଯିବାବେଳେ ଦିଆଯାଇଥିଲା। ଶିଳ୍ପୀଙ୍କର ସମ୍ମାନ ସହ ଯତ୍ନନେବା ପଦକ୍ଷେପ ଥିଲା ଅନନ୍ୟ।
ପୋଥିରୁ ମିଳୁଛି ମନ୍ଦିର ନିର୍ମାଣବେଳେ କୋଣାର୍କରେ ପ୍ରସିଦ୍ଧ ମଠ ଥିଲା ‘ନଦିଆମଠ’। ମଠର ମହନ୍ତ ଥାନ୍ତି ତନୁଦାସ ବାବାଜୀ। ବାବାଜୀ ମହାଶୟ ଶିଳ୍ପୀଙ୍କର ଭୋଜିଭାତ ହେଲେ ସାମର୍ଥ୍ୟ ଅନୁଯାୟୀ ନଡ଼ିଆଠାରୁ କଦଳୀପତ୍ର ପର୍ଯ୍ୟନ୍ତ ସାହାଯ୍ୟ କରୁଥିଲେ। ତାଙ୍କୁ ବି ସମୟ ସମୟରେ ରାଜ୍ୟ ପ୍ରଶାସନ ପକ୍ଷରୁ ସାହାଯ୍ୟ ଦିଆଯାଉଥିଲା। ଜଣେ ବାବାଜୀଙ୍କ କଥା ଆମେ ଜାଣୁଛେ। ଆଉ ଯେ ଅନ୍ୟ ମଠର ବାବାଜୀ ସହଯୋଗର ହାତ ବଢ଼ାଇ ନ ଥିବେ, ତାହା ନୁହେଁ। ଆମେ ଏଥିରୁ ଜାଣୁଛେ ମନ୍ଦିର ନିର୍ମାଣ ପ୍ରତି ଗଡ଼ମାନଙ୍କର ଯେପରି ଅବଦାନ ଥିଲା, ମଠମାନଙ୍କର ମଧ୍ୟ ସେହିପରି ଅବଦାନ ଥିଲା।
ଏଣେ ମହାଶ୍ରମଙ୍କ ପରାମର୍ଶକ୍ରମେ କଳିଙ୍ଗ ସ୍ଥାପତ୍ୟ ଶୈଳୀର ହାତୀ ଏବଂ ଘୋଡ଼ା ମୂର୍ତ୍ତି ନିର୍ମାଣ କରିବାକୁ ସୂତ୍ରଧର ଦାୟିତ୍ୱ ଦେଲେ ପଥୁରିଆ ପରି ଅଙ୍ଗ ନାୟକ-ଗଙ୍ଗା ମହାପାତ୍ରଙ୍କୁ। ଦୁଇଟି ହାତୀ ନିର୍ମାଣ ଦୁଇଜଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। କଥା ଛିଡ଼ିଲା- ମୁଖଶାଳା ସାମ୍ନାରେ ଅରୁଣସ୍ତମ୍ବ ବସିବ। ସେଠି ୫ହାତ ଗଭୀରର ଗାତ ଖୋଳାହେବ। ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅରୁଣସ୍ତମ୍ଭ ବସିବ। ୧୨ଜଣ ପଥୁରିଆ, ୭୨ଜଣ ପାଇଟିଆଳ ଅରୁଣସ୍ତମ୍ଭକୁ ନିର୍ମାଣ ଖଳାରୁ ମୁଖଶାଳା ସାମ୍ନାକୁ ଆଣିଥିଲେ। ତା’ ପରେ ଆସିଲା ଅରୁଣସ୍ତମ୍ଭର ପାଦପୀଠ ପଥର। ଏହାକୁ ପ୍ରସ୍ତୁତ କରିଥିଲେ ଶିଳ୍ପୀ ଗଦାଧର। ପାଦପୀଠ ପଥର ୬ଜଣ ପାଇଟିଆଳ ସାଙ୍ଗିକରି ଆଣିଥିଲେ। ଅରୁଣସ୍ତମ୍ଭ ପୋତାଯିବା ଗାତ ଦାଢ଼ରେ ଚାରୋଟି କାଠଖମ୍ବ ମାଟି ଖୋଳାଯାଇ ପୋତାହେଲା। କାଠଖମ୍ବ ମଝିରେ ୩ଟି ଲେଖାଏ ଲୁହାକଳ ଖଞ୍ଜାହେଲା।
କଥା ଏଇଠି ସରିନି। ଅରୁଣସ୍ତମ୍ଭ ବସିବା ପାଇଁ କେତେ ପ୍ରସ୍ତୁତି, ତାହା ଆମେ ଜାଣିବା। ସ୍ତମ୍ଭର ନିର୍ମାଣ କାର୍ଯ୍ୟ ଆଲୋଚନା କରିଥିଲେ। ବସିବା କୌଶଳ ବି ଜାଣିବା। ହଁ… ଅରୁଣସ୍ତମ୍ଭ ବସିଲା ତ! ଏତେ ଆଉ ବର୍ଣ୍ଣନା କ’ଣ ଦରକାର? ଏମିତି ଭାବନା କେତେଜଣଙ୍କର ଥାଇପାରେ! ମାତ୍ର ସେ ସମୟର ବସାଇବା କାଇଦା ଏବଂ ସାହସିକ ପଦକ୍ଷେପକୁ ଲକ୍ଷ୍ୟକରିବା କଥା। ପୂର୍ବରୁ ସ୍ତମ୍ଭ ଚାରିପଟେ ବସିଥିବା କାଠଖମ୍ବରେ ୬ଟି ବଡ଼ ବଡ଼ ଦଉଡ଼ି ବନ୍ଧାଗଲା ଗୋଟେ ପଟୁ ସ୍ତମ୍ଭକୁ ଉଠାଇବା ପାଇଁ। ଅନ୍ୟପଟେ ଉପରକୁ ଉଠାଇବା ପାଇଁ ଅର୍ଥାତ୍‌ ଠିଆକରିବା ପାଇଁ ଦୁଇଟି ହାତୀଙ୍କୁ ଲଗାଗଲା। ତିନୋଟି ଦଉଡ଼ି ସ୍ତମ୍ଭ ଶଗଡ଼ିରେ ବନ୍ଧାଗଲା। ତଥାପି ସ୍ତମ୍ଭ ଠିଆ କରାଇବାକୁ ୩ ଦିନ ଲାଗିଯାଇଥିଲା। ସ୍ତମ୍ଭ ଠିଆ ହୋଇଯିବା ପରେ ଚାରିପଟେ ୪ଜଣ ପଥୁରିଆ ପଥର ଖଞ୍ଜିଥିଲେ। ପଥର ଖଞ୍ଜିବା ପାଇଁ ଲାଗିଗଲା ୭ ଦିନ। ପାଦପୀଠରେ ୮ଟି ଘୋଡ଼ା ନିର୍ମାଣ ହୋଇ ଲାଗିବାକୁ ନିଷ୍ପତ୍ତି ହୋଇଥିଲା। ଖଞ୍ଜିବା ଦାୟିତ୍ୱ ନେଇଥିଲେ ନାରାୟଣ ମହାପାତ୍ର। ଘୋଡ଼ା ଖଞ୍ଜିବାରେ ନାରାୟଣଙ୍କ ମତ ଓ ସୂତ୍ରଧରଙ୍କ ମତରେ ସାମ୍ୟତା ରହିଲା ନାହିଁ। କଥା ଗଲା ଗଜପତିଙ୍କ ପାଖକୁ। ପାଇକ ହାତରେ ସୂତ୍ରଧର ବାର୍ତ୍ତା ପଠାଇଲେ ବିଡ଼ାନାସୀ ନଅରକୁ। ସେଠାରୁ ମହାଶ୍ରମଙ୍କ ଆଦେଶ ଆଣିଲା- ‘ଘୋଡ଼ା ମଝିରେ ରହିବ ନାହିଁ। ଘୋଡ଼ା ମୂର୍ତ୍ତି ସବୁ ଗତିକଲା ପରି ରହିବେ’।
ଏଇ ମତ ହିଁ ଶିବେଇ ସାମନ୍ତରାୟ ଦେଇଥିଲେ। ନାରାୟଣ ମହାପାତ୍ରେ ଚାହୁଁଥିଲେ ଅରୁଣସ୍ତମ୍ଭର ପୀଠରେ ୪ ଓ ୩ ହୋଇ ଘୋଡ଼ାମୂର୍ତ୍ତି ରହିବେ । ଗୋଟିଏ ମଝିରେ ରହିବ। ମହାଶ୍ରମଙ୍କଠାରୁ ଆଦେଶ ଆସିବା ପରେ ପୂର୍ବ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ନାରାୟଣ ମହାପାତ୍ରଙ୍କୁ ୨ ପଣ କଉଡ଼ି ଜରିମାନା କଲେ ସୂତ୍ରଧର। ସେ ଜରିମାନା ଦେବା ପରେ କୋଷାଗାରକୁ ତାହା ଯାଇଥିଲା ଅର୍ଥାତ୍‌ ୧୬୦ଟି କଉଡ଼ି। ଆଇନ ଆଗରେ ସମସ୍ତେ ସମାନ।
ଅରୁଣସ୍ତମ୍ଭ ଉପରେ ‘ଧ୍ୟାନମୂର୍ତ୍ତି ଅରୁଣ’ ବସିବା ପାଇଁ ଠିକ୍‌ କରାଯାଇଥିଲା। ଧ୍ୟାନମୂର୍ତ୍ତି ନିର୍ମାଣ ଦାୟିତ୍ୱରେ ଥିଲେ ସାମନ୍ତ ଗଙ୍ଗା ମହାପାତ୍ର। ଏଥିପାଇଁ ତାଙ୍କୁ ଦିଆଯାଇଥିଲା ୨ ମାଢ଼ ସୁନା।
ଏହି ସମୟରେ ମହାଶ୍ରମଙ୍କ ଏକ ଆଦେଶ ଆସିଲା ଯେ, ମହାଶ୍ରମ କୋଣାର୍କକୁ ବିଜେ କରିବେ। ଅକ୍ଷୟତୃତୀୟା ଦିନ ତିନୋଟି ଶଗଡ଼ରେ ଆସବାବପତ୍ର ଓ ଗୋଟିଏ ଚିଟାଉ ଆସି ପହଞ୍ଚତ୍ଥିଲା। ଆସବାବପତ୍ର ମଧ୍ୟରେ ଥିଲା- ୧) ଖଞ୍ଜାହୋଇପାରୁଥିବା ପଲଙ୍କ, ୨) ବନ୍ଦ ଥିବା ୪ଟି କାଠବାକ୍ସ, ୩) ଗୋଟିଏ ବଡ଼ କାଠପେଡ଼ିରେ ବାସନକୁସନ।
ଗଜପତିଙ୍କୁ ପାଛୋଟି ଆଣିବାକୁ ଦୁଆର ଶିବିରରୁ ଶିଳ୍ପୀମାନେ ପ୍ରସ୍ତୁତ ହୋଇଯାଇଥିଲେ। କୋଣାର୍କରେ ପହଞ୍ଚିବା ପରେ ୧୨ଜଣ ପରିଚାରକଙ୍କୁ ନିଯୁକ୍ତ କରାଯାଇଥିଲା। ମହାଶ୍ରୀ ମେହେନାରେ ବିଜେକରି ପଥରଖଳା ଓ ମୁଖ୍ୟ ମନ୍ଦିରକୁ ପରିକ୍ରମା କରିବାକୁ ଯୋଜନା ହୋଇଥିଲା। ୧୪ଜଣ ଗୋପାଳ ଏଥିରେ ନିଯୁକ୍ତ ଥିଲେ। ମହାଶ୍ରମଙ୍କୁ ପ୍ରତ୍ୟେକ କାମ ବିଷୟରେ ବୁଝାଇବାକୁ ଶିବେଇ ସାମନ୍ତରାୟ, ନାରାୟଣ ମହାପାତ୍ର ଓ ବାସୁ ଓଝା ଉପସ୍ଥିତ ଥିଲେ। କାମ ଚାଲିଥିବା- ୧) ଦୁଆରବନ୍ଧର ସୂକ୍ଷ୍ମକାମ, ୨) ଗର୍ଭଗୃହର ଅନୁରଥ ନିର୍ମାଣ କାମ, ୩) ମୁଖଶାଳାର ଅନୁରଥରେ ନିର୍ମିତ ହେଉଥିବା ୩ଟି ବନ୍ଧମୂର୍ତ୍ତି, ୪) ସାମ୍ନାରେ ଖଞ୍ଜାହେବା ପାଇଁ ଘୋଡ଼ା ନିର୍ମାଣ, ୫) ନାଟମନ୍ଦିର ପୀଠ ଉପରେ ଚାଲିଥିବା ପଦ୍ମଖୋଦେଇକୁ ସେମାନେ ଟିକିନିଖି ଦେଖିଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?