କିଡ୍‌ନୀ ଫେଲ୍‌ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍‌ନୀ କାର୍ଯ୍ୟରହିତ ହୋଇ ପଡ଼ିଥିଲେ ମଧ୍ୟ ଅନ୍ୟ କିଡ୍‌ନୀଟି ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଚାଲିଥିବାରୁ କିଡ୍‌ନୀ ଅସୁସ୍ଥତା ବିଷୟରେ କୌଣସି ସୂଚନା ନ ମିଳିବା କିଛି ଅସ୍ବାଭାବିକ ନୁହେଁ। ଦୁଇଟିଯାକ କିଡ୍‌ନୀ ସୁସ୍ଥ ଭାବରେ କାମ କରି ଚାଲିଥିବାବେଳେ ବିଭିନ୍ନ କାରଣବଶତଃ ଏହା ହଠାତ୍‌ ଅକାମୀ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ‘ଆକ୍ୟୁଟ ରେନାଲ ଫେଲ୍ୟୁଓର୍‌’ ବା ଏ.ଆର୍‌.ଏଫ୍‌.। କିଡ୍‌ନୀ ମଧ୍ୟ ଦେଇ ଯଥେଷ୍ଟ ରକ୍ତ ପ୍ରଭାବିତ ହୋଇ ନ ପାରିବା ଯୋଗୁ ଏହାର ଅକ୍ଷମତା ଉପୁଜେ। ତରଳ ଝାଡ଼ା, ବାନ୍ତି ଯୋଗୁ ଡିହାଇଡ୍ରେସନ୍‌ ହେବା, ଶରୀରରୁ ଅଧିକ ରକ୍ତକ୍ଷୟ ଘଟିବା, ଚର୍ମର ବେଶି ଅଂଶ ପୋଡ଼ିଯିବା, ସଂକ୍ରମଣ ବଢ଼ି ସେପ୍ଟିସିମିଆ ହେବା, ଅଂଶୁଘାତ ହେବା, ବିଶାକ୍ତ ସାପ କାମୁଡ଼ିବା, ବିଷ ଖାଇବା ଇତ୍ୟାଦି କାରଣରୁ ପ୍ରକାଶ ପାଏ ଆକ୍ୟୁଟ୍‌ କିଡ୍‌ନୀ ଅକ୍ଷମତା। ଏହା ମାରାତ୍ମକ ହୋଇଥିଲେ ମଧ୍ୟ ବିହିତ ଚିକିତ୍ସା ଫଳରେ ସୁଫଳ ମିଳିବାର ସମ୍ଭାବନା ବେଶି। ପରିସ୍ରାର ପରିମାଣ କମିଯିବା, ବାନ୍ତି ହେବା, ଭୋକ ମରିଯିବା, ଦୁର୍ବଳ ଅନୁଭବ କରିବା, ନିଦୁଳିଆ ଲାଗିବା, ଶ୍ୱାସକଷ୍ଟ ହେବା, ପାଦ ଫୁଲିବା ଆଦି ଏହାର କେତୋଟି ସାଧାରଣ ଲକ୍ଷଣ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ରୁପି ସମସ୍ୟା ରହୁଛି କି….ଆପଣାନ୍ତୁ ଏହି ଉପାୟ

ଶୀତଦିନେ କେଶ ଝଡିବା ସମସ୍ୟା ଅଧିକ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ରୁପି। ବାୟୁମଣ୍ଡଳରେ ଥଣ୍ଡାର ପ୍ରଭାବ ଯୋଗୁଁ କେଶମୂଳ ଅଧିକ ଶୁଷ୍କ ହୋଇ...

ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍‌…ଜାଣିନିଅନ୍ତୁ କିଛି ଟିପ୍ସ

ବେଳେବେଳେ ଚୁପ୍‌ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି...

ପିଲାମାନେ ଅଳସୁଆ ଥିଲେ କେମିତି କରିବେ ଆକ୍ଟିଭ୍…ଜାଣନ୍ତୁ କିଛି ଟିପ୍ସ

ଶୀତଦିନେ ପିଲାଙ୍କର ଖେଳାବୁଲା ଓ ଫିଜିକାଲ୍‌ ଆକ୍ଟିଭିଟି କମ୍‌ ହୋଇଥାଏ। ବାହାରକୁ ଗଲେ ଥଣ୍ଡା ହେବାର ଆଶଙ୍କା ରହିଥାଏ ଆଉ ଘରେ ରହିଲେ ସେମାନେ ଅଳସୁଆ...

ପ୍ରତ୍ୟେହ ଖାଆନ୍ତୁ ୭/୮ କିସ୍‌ମିସ୍‌: ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସୁଗାର୍‌ ଲେଭଲ୍‌ଠାରୁ…

କିସ୍‌ମିସ୍‌ ଖାଇବା ଦ୍ୱାରା ବି ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା...

ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ, ଖୁସିର ସଂସାରରେ ବଢ଼ିଯିବ ମନୋମାଳିନ୍ୟ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜାଣତରେ ହେଉ କି ଅଜାଣତରେ ଆମେ ବେଳେବେଳେ ଏମିତି କିଛି ଜିନିଷ ବେଡ୍‌ରୁମ୍‌ରେ ରଖି ଦେଇଥାଉ; ଯାହା ପରବର୍ତ୍ତୀ ସମୟରେ ନକାରାତ୍ମକ ଊର୍ଜ୍ଜା...

୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେବ ବଡ଼ ଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର...

ଆତ୍ମା ଶରୀର ଛାଡିବା ସମୟରେ କେଉଁବାଟେ ଦେଇ ଯାଏ? ପୂଣ୍ୟ କରିଥିବା ବ୍ୟକ୍ତିଙ୍କ ଏହି ଅଙ୍ଗରୁ ଛାଡେ ପ୍ରାଣ!

ଗରୁଣ ପୁରାଣ ମୃତ୍ୟୁ ଏବଂ ଆତ୍ମା ସହିତ ଜଡିତ ଗୁପ୍ତ କଥା ପ୍ରକାଶ କରେ। ଗରୁଡ଼ ପୁରାଣ ଅନୁସାରେ, ଶରୀରର ନଅଟି ଦ୍ୱାର ଅଛି ।...

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri