Posted inଜାତୀୟ

ରାଜନାଥଙ୍କୁ ଭେଟିଲେ ସେନାଧ୍ୟକ୍ଷ…

ନୂଆଦିଲ୍ଲୀ, ୨।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନୂତନ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଭେଟିଛନ୍ତି। ଏହି ଅବସରରେ ଦେଶର ଆଗାମୀ ରଣନୀତିକୁ ନେଇ ଦୁଇଜଣଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି। ଭାରତର ସୀମା ସୁରକ୍ଷା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଦେଖାଦେଇଥିବା କେତେକ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ, ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ଟି ଆହ୍ବାନ ରହିଛି। ପ୍ରଥମରେ ତାଙ୍କୁ ଲଦାଖ ସମସ୍ୟାର ସମାଧାନ ହେବାକୁ ପଡିବ । ଗତ ଦୁଇ ବର୍ଷ ଧରି ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ପରିସ୍ଥିତି ଦେଖାଦେଇଛି।

ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ୧୫ ରାଉଣ୍ଡ ଆଲୋଚନା ହୋଇଛି। ତଥାପି ସମସ୍ୟାର ସମାଧାନ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ମନୋଜ ପାଣ୍ଡେ ନୂତନ ସେନା ମୁଖ୍ୟ ଭାବରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାର ଆହ୍ବାନର ସମ୍ମୁଖୀନ ହେବେ।

ଦ୍ୱିତୀୟରେ ଥିଏଟରାଇଜେଶନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କର ଏହା ଏକ ଯୋଜନା ଥିଲା । ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ସୈନ୍ୟବାହିନୀର ଥିଏଟରକରଣ ଉପରେ କାର୍ଯ୍ୟ କରୁଥିଲେ। ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଭବିଷ୍ୟତର ଯୁଦ୍ଧ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ସେନାର ଯୋଜନା ଅନୁଯାୟୀ ୪ ଟି କମାଣ୍ଡ ଗଠନ କରିବାକୁ ପଡିବ।

ତୃତୀୟରେ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭରଶୀଳତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ମନୋଜ ପାଣ୍ଡେଙ୍କୁ ଏପରି ଏକ ସମୟରେ ନିଯୁକ୍ତ କରାଯାଉଛି ଯେତେବେଳେ ସେନାକୁ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ପର୍ଯ୍ୟାୟକ୍ରମେ ୩୧୦ଟି ଅସ୍ତ୍ରଶସ୍ତ୍ର ଆମଦାନୀକୁ ସରକାର ନିଷିଦ୍ଧ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ସେନାକୁ ଅସ୍ତ୍ରଶସ୍ତ୍ରରେ ଆତ୍ମନର୍ଭରଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। ଅସ୍ତ୍ରଶସ୍ତ୍ର କ୍ରୟକୁ ହ୍ରାସ କରିବା ଏବଂ ଭାରତୀୟ ସେନାରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ କରିବା ମଧ୍ୟ ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବ।

ଚତୁର୍ଥରେ ଯୁଦ୍ଧ ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ପୂର୍ବତନ ସିଡିଏସ ଜେନେରାଲ ବିପିନ ରାୱତ ପ୍ରାୟତ ଅଢ଼େଇ ମୋର୍ଚ୍ଚା ଯୁଦ୍ଧ ବିଷୟରେ କହୁ୍‌ଥିଲେ। ଏହା ମଧ୍ୟ ନୂଆ ସେନାଧ୍ୟକ୍ଷଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ୪୦ ଭାରତୀୟ ନେତା, ଖବରଦାତା

ନୂଆଦିଲ୍ଲୀ, ୧୯ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ପୁଣି ଥରେ ଚର୍ଚ୍ଚାରେ। ଏହି ସ୍ପାଏଓ୍ବେର ଜାଲରେ ଭାରତ...

ଗୁଜରାଟରେ ଭାଜପାକୁ ସଫଳତା

ନୂଆଦିଲ୍ଲୀ, ୩ ।୩: ଗୁଜରାଟର ୮୧ ମ୍ୟୁନିସିପାଲିଟି, ୩୧ ଜିଲା ପଞ୍ଚାୟତ ଏବଂ ୨୩୧ ତାଲୁକ ପଞ୍ଚାୟତରେ ହୋଇଥିବା ନିର୍ବାଚନର ମଙ୍ଗଳବାର ଭୋଟଗଣନା କରାଯାଇଛି। ସମସ୍ତ...

ଆମେରିକା ଏୟାରଲାଇନ୍ସ: ନିଶାରେ ଥାଇ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଅନ୍ୟ ଜଣେ ଯାତ୍ରୀ

ନୂଆଦିଲ୍ଲୀ,୫ ।୩: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକା ଏୟାର ଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରି...

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା...

କମୁଛି ସଂକ୍ରମିତଙ୍କ ସଂଖ୍ୟା

ଥିରୁଭାନନ୍ତପୁରମ,୧୪।୪: କରୋନା ଭାଇରସ ପ୍ରଥମେ କେରଳରେ ବହୁ ସଂଖ୍ୟାରେ ଦେଖାଯାଇଥିବା ବେଳେ ଧିରେ ଧିରେ ମହାରାଷ୍ଟ୍ରରେ ବି ଏହି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଲା। ଏବେ...

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ

ଅଯୋଧ୍ୟା,୮।୭: କଳା ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ୧୨ ବର୍ଷର ବାଳକ ୧୩୫ଟି ବହି ରଚନା କରି ସାରିଲେଣି। ଉତ୍ତର ପ୍ରଦେଶର ମ୍ରିଗେନ୍ଦ୍ର ରାଜ...

ଐତିହାସିକ ରେକର୍ଡ, ଏପ୍ରିଲ୍‌ରେ କାଶୀ ବିଶ୍ୱନାଥ ମନ୍ଦିରକୁ ମିଳିଛି ୫.୪୫ କୋଟି ଦାନ…

ବାରାଣସୀ, ୮।୫ : ଶ୍ରୀ କାଶୀ ବିଶ୍ୱନାଥ ଧାମ ନିର୍ମାଣ ହେବା ପରଠାର ଏକ ମାସ ମଧ୍ୟରେ ସର୍ବାଧିକ ଦାନ ପାଇଁ ଏକ  ଐତିହାସିକ ରେକର୍ଡ...

ଲୋକସଭାରେ ଉପବାଚସ୍ପତି ପଦବୀ ଖାଲି ଏକ ଅସାମ୍ବିଧାନିକ ପ୍ରସଙ୍ଗ: ଜୟରାମ ରମେଶ…

ନୂଆଦିଲ୍ଲୀ,୬।୩ : ଲୋକସଭା ଏବଂ ପାଞ୍ଚଟି ରାଜ୍ୟସଭାରେ ଉପବାଚସ୍ପତି ନିଯୁକ୍ତ ପଦବୀ ଖାଲି ଥିବାରୁ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ...

Advertisement
Archives

Model This Week