Posted inଜାତୀୟ

ରାଜନାଥଙ୍କୁ ଭେଟିଲେ ସେନାଧ୍ୟକ୍ଷ…

ନୂଆଦିଲ୍ଲୀ, ୨।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନୂତନ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଭେଟିଛନ୍ତି। ଏହି ଅବସରରେ ଦେଶର ଆଗାମୀ ରଣନୀତିକୁ ନେଇ ଦୁଇଜଣଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି। ଭାରତର ସୀମା ସୁରକ୍ଷା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଦେଖାଦେଇଥିବା କେତେକ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ, ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ଟି ଆହ୍ବାନ ରହିଛି। ପ୍ରଥମରେ ତାଙ୍କୁ ଲଦାଖ ସମସ୍ୟାର ସମାଧାନ ହେବାକୁ ପଡିବ । ଗତ ଦୁଇ ବର୍ଷ ଧରି ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ପରିସ୍ଥିତି ଦେଖାଦେଇଛି।

ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ୧୫ ରାଉଣ୍ଡ ଆଲୋଚନା ହୋଇଛି। ତଥାପି ସମସ୍ୟାର ସମାଧାନ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ମନୋଜ ପାଣ୍ଡେ ନୂତନ ସେନା ମୁଖ୍ୟ ଭାବରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାର ଆହ୍ବାନର ସମ୍ମୁଖୀନ ହେବେ।

ଦ୍ୱିତୀୟରେ ଥିଏଟରାଇଜେଶନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କର ଏହା ଏକ ଯୋଜନା ଥିଲା । ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ସୈନ୍ୟବାହିନୀର ଥିଏଟରକରଣ ଉପରେ କାର୍ଯ୍ୟ କରୁଥିଲେ। ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଭବିଷ୍ୟତର ଯୁଦ୍ଧ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ସେନାର ଯୋଜନା ଅନୁଯାୟୀ ୪ ଟି କମାଣ୍ଡ ଗଠନ କରିବାକୁ ପଡିବ।

ତୃତୀୟରେ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭରଶୀଳତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ମନୋଜ ପାଣ୍ଡେଙ୍କୁ ଏପରି ଏକ ସମୟରେ ନିଯୁକ୍ତ କରାଯାଉଛି ଯେତେବେଳେ ସେନାକୁ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ପର୍ଯ୍ୟାୟକ୍ରମେ ୩୧୦ଟି ଅସ୍ତ୍ରଶସ୍ତ୍ର ଆମଦାନୀକୁ ସରକାର ନିଷିଦ୍ଧ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ସେନାକୁ ଅସ୍ତ୍ରଶସ୍ତ୍ରରେ ଆତ୍ମନର୍ଭରଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। ଅସ୍ତ୍ରଶସ୍ତ୍ର କ୍ରୟକୁ ହ୍ରାସ କରିବା ଏବଂ ଭାରତୀୟ ସେନାରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ କରିବା ମଧ୍ୟ ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବ।

ଚତୁର୍ଥରେ ଯୁଦ୍ଧ ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ପୂର୍ବତନ ସିଡିଏସ ଜେନେରାଲ ବିପିନ ରାୱତ ପ୍ରାୟତ ଅଢ଼େଇ ମୋର୍ଚ୍ଚା ଯୁଦ୍ଧ ବିଷୟରେ କହୁ୍‌ଥିଲେ। ଏହା ମଧ୍ୟ ନୂଆ ସେନାଧ୍ୟକ୍ଷଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?