ଭାରତ ବାୟୋଟେକ୍‌ରେ ସେନା ଛାଉଣୀ…

ହାଇଦ୍ରାବାଦ୍‌,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍‌ର ହାଇଦ୍ରାବାଦ୍‌ ସ୍ଥିତ କ୍ୟାମ୍ପସ୍‌ ଏବେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି। ଦେଶରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତେଣୁ କ୍ୟାମ୍ପସ୍‌ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଲଙ୍ଗାନାର ଶାମିରପେଟ୍‌ ଅଞ୍ଚଳର ଜିନୋମ୍‌ ଭ୍ୟାଲିରେ ଭାରତ ବାୟୋଟେକ୍‌ର ପ୍ଲାଣ୍ଟ୍‌ର କ୍ୟାମ୍ପସ୍‌ରେ ସିଆଇଏସ୍‌ଏଫ୍‌ କମାଣ୍ଡୋଙ୍କ ସହିତ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସେହିପରି ହାଇଦ୍ରାବାଦ୍‌ରେ ପାରାମିଲିଟାରୀ ଫୋର୍ସର ୬୪ ଟି ଦଳକୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ସୁରକ୍ଷାକର୍ମୀଙ୍କୁ କ୍ୟାମ୍ପସ୍‌ରେ ମୁତୟନ କରାଯାଇଛି। ଭାରତ ବାୟୋଟେକ୍‌ର କ୍ୟାମ୍ପସ୍‌ରେ ବାହାର ଲୋକଙ୍କ ଯିବା ଆସିବା ଉପରେ ମଧ୍ୟ କଡ଼ା କଟକଣା ଜାରି ହୋଇଥିବା ସିଆଇଏସ୍‌ଏଫ୍‌ର ଡିଆଇଜି ଅନୀଲ ପାଣ୍ଡେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଉନ୍ନତି ପାଇଁ ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରାଯିବା ଆବଶ୍ୟକ: ଜାତିସଂଘରେ ରୁଚିରାଙ୍କ ମନ୍ତବ୍ୟ…

ଜେନେଭା,୭।୩ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ମହିଳା ସ୍ଥିତି ଉପରେ କହିଛନ୍ତି। ଆଜିର ନୂତନ ଭାରତ ମହିଳା ଏବଂ ବାଳିକାଙ୍କ...

ଆତିଶୀଙ୍କୁ ମିଳିଲା ସିସୋଡିଆଙ୍କ ସରକାରୀ ବାସଭବନ

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଶିକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ...

ଉତ୍ତରାଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଡେରାଡୁନ,୨୩ ।୧: ଉତ୍ତରାଖଣ୍ଡ ନିର୍ବାଚନ ଲାଗି କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୫୩ ଜଣ ପ୍ରାର୍ଥୀ...

ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ହାଇକମାଣ୍ଡଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ,୧୫।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରାମାୟା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ସିଦ୍ଦାରାମାୟାଙ୍କ ସହ କଂଗ୍ରେସ ବିଧାୟକ ଏମ.ବି ପାଟିଲ, ସିଦ୍ଦରାମାୟାଙ୍କ ପୁଅ...

ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା

ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ...

ଏମ୍ସ୍‌ର ବିଦେଶୀ ଡାକ୍ତର ବର୍ଷେ ହେଲା ବିନା ଦରମାରେ…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀସ୍ଥିତ ଏମ୍ସ୍‌ରେ କାର୍ଯ୍ୟ କରୁଥିବା ୬୫ ଜର ବିଦେଶୀ ଡାକ୍ତରଙ୍କୁ ବର୍ଷେ ହେଲା ଦରମା ମିଳି...

ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୪: ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ଭାଷାର ଟୁଇଟ୍‌ କରି କହିଛନ୍ତି, ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା...

ସୁପ୍ରିମକୋର୍ଟ ପହଞ୍ଚିଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ମାମଲା: ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ଆନ୍ଦୋଳନ। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର...

Advertisement
Archives

Model This Week