ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ

ବ୍ୟାଙ୍କକ୍‌,୩୧ା୩: ମ୍ୟାନ୍‌ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ଦେଶର ସାମରିକ ସରକାର ବିଦ୍ରୋହୀଙ୍କ ଉପରେ ବୋମାମାଡ଼ ଜାରି ରଖିଛି। ଭୂକମ୍ପ ପରବର୍ତ୍ତୀ ଏୟାରଷ୍ଟ୍ରାଇକ୍‌ରେ ୭ ବିଦ୍ରୋହୀ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମ୍ୟାନ୍‌ମାରରେ ଦୀର୍ଘ ୪ ବର୍ଷ ହେଲା ଗୃହଯୁଦ୍ଧ ଲାଗି ରହିଥିବାବେଳେ ବିଦ୍ରୋହୀ ଏବଂ ଜାତିଆଣ ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀକୁ ଦମନ କରିବା ପାଇଁ ମ୍ୟାନ୍‌ମାର ସେନା ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଭୂକମ୍ପରେ ଅନେକ ହଜାର ଘର ମାଟିରେ ମିଶିଥିବାବେଳେ ଦେଶର ଏହି ସଙ୍କଟ ସମୟରେ କେତେକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି। ସେନା ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛି।
ଭୂକମ୍ପ ପରେ ଆକାଶମାର୍ଗରୁ ବୋମାମାଡ଼ରେ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ଉତ୍ତର ଭାଗ ଶାନ୍‌ ରାଜ୍ୟରେ ସକ୍ରିୟ ଥିବା ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀ ଡାନୁ ପିପୁଲ୍ସ ଲିବରେଶନ ଆର୍ମିର ଯୋଦ୍ଧାମାନେ କହିଛନ୍ତି। ନାଉଙ୍ଗ୍‌ଚୋ ସହରରେ ଥିବା ସେମାନଙ୍କ ଘାଟି ଉପରେ ୫ଟି ସାମରିକ ବିମାନରୁ ଆକ୍ରମଣ ହେବାରୁ ୭ ଜଣ ଯୋଦ୍ଧା ପ୍ରାଣ ହରାଇଥିବା ସେମାନଙ୍କର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିମାନ ଶବ୍ଦ ଶୁଣି ଯୋଦ୍ଧାମାନେ ବଙ୍କର ମଧ୍ୟକୁ ଚାଲିଯାଇଥିଲେ। ତେବେ ଏକ ବଡ଼ ବୋମା ମାଡ଼ରେ ଗୋଟିଏ ବଙ୍କର ଭାଙ୍ଗିଯିବାରୁ ଘଟଣାସ୍ଥଳରେ ୫ ମହିଳା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଗତ ଦେଢ଼ ବର୍ଷରେ ସେନା ଯୁଦ୍ଧକ୍ଷେତ୍ରରେ ପରାଜିତ ହେବା ସହ ଅନେକ ଅଞ୍ଚଳ ଉପରୁ ନିୟନ୍ତ୍ରଣ ହରାଇଛି। ଏହାର ସ୍ଥଳସେନା ସଂଘର୍ଷ ଜାରି ରଖିଥିବାବେଳେ ରୁଷିଆରୁ ପାଇଥିବା ଯୁଦ୍ଧବିମାନ ସହାୟତାରେ ଆକାଶମାର୍ଗରୁ ଆକ୍ରମଣରେ ନିଜର ସାମର୍ଥ୍ୟ ବୃଦ୍ଧି କରିଛି।
ଏକ ଅଣଲାଭଦାୟକ ସଂଗଠନ ଆର୍ମଡ୍‌ କନ୍‌ଫ୍ଲିକ୍ଟ ଲୋକେଶନ ଆଣ୍ଡ ଇଭେଣ୍ଟ ଡାଟା (ଏସିଏଲ୍‌ଇଡି)ର ତଥ୍ୟ ଅନୁଯାୟୀ, ୪ ବର୍ଷର ଗୃହଯୁଦ୍ଧରେ ସେନାର ଆକାଶମାର୍ଗରୁ ଆକ୍ରମଣ ବୃଦ୍ଧି ପାଇଛି। ୨୦୨୪ରେ ମ୍ୟାନ୍‌ମାର ସେନା ସାଧାରଣ ନାଗରିକଙ୍କ ଉପରେ ପାଖାପାଖି ୮୦୦ ଥର ଏୟାରଷ୍ଟ୍ରାଇକ୍‌ କରିଛି। ପୂର୍ବ ବର୍ଷଗୁଡ଼ିକଠାରୁ ଏହା ୩ ଗୁଣରୁ ଅଧିକ। ସ୍ଥଳସେନା ଉପରେ ଚାପ ବଢ଼ୁଥିବାରୁ ଆଗକୁ ସାମରିକ ସରକାର ଏୟାରଷ୍ଟ୍ରାଇକ୍‌ ଜାରି ରଖିବ ବୋଲି ଏସିଏଲ୍‌ଇଡି ଅନୁମାନ କରିଛି। ଜୁଣ୍ଟାର କ୍ରମାଗତ ଏୟାରଷ୍ଟ୍ରାଇକ୍‌କୁ ଜାତିସଂଘର ସ୍ବତନ୍ତ୍ର ଦୂତ ଏବଂ ଅଧିକାର ସଂଗଠନଗୁଡ଼ିକ ସମାଲୋଚନା କରିଛନ୍ତି। ଯେକୌଣସି ପ୍ରକାରେ ଗୃହଯୁଦ୍ଧରେ ଜିତିବା ପାଇଁ ସାମରିକ ଶାସକ ଚାହୁଁଥିବାରୁ ପ୍ରଳୟଙ୍କରୀ ଭୂକମ୍ପ ସତ୍ତ୍ୱେ ଆକ୍ରମଣ ଜାରି ରଖିତ୍ଥବା ହ୍ୟୁମ୍ୟାନ୍‌ ରାଇଟ୍ସ ଓ୍ବାଚ୍‌ର ଏସିଆ ନିର୍ଦ୍ଦେଶକ ଏଲଶଇନ୍‌ ପିଅର୍ସନ କହିଛନ୍ତି। ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଅସ୍ତ୍ରବିରତି ଘୋଷଣା କରିବାକୁ ଜାତିସଂଘର ସ୍ବତନ୍ତ୍ର ଦୂତ ଟମ୍‌ ଆଣ୍ଡ୍ୟୁସ୍‌ ସାମରିକ ସରକାରଙ୍କୁ ନିବେଦନ କରିଛନ୍ତି। ଭୟାବହ ଭୂକମ୍ପ ପରେ ସେନା ଲୋକଙ୍କ ଉପରେ ବୋମାମାଡ଼ କରିବା ଅବିଶ୍ୱସନୀୟତାଠାରୁ କିଛି କମ୍‌ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri