ସମ୍ମାନ ରଖିବାକୁ ସମରସଜ୍ଜା

ଢେଙ୍କାନାଳ ଅଫିସ, ୧୮ା୩-ପାଖେଇ ଆସୁଛି ପୌର ନିର୍ବାଚନ। କମ୍ପୁଛି ପ୍ରଚାର ମଇଦାନ। ପ୍ରତିପକ୍ଷଙ୍କୁ ପରାସ୍ତ କରିବାକୁ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି ଚଳାଇଥିବାବେଳେ ସରଗରମ ହୋଇଉଠିଛି ଢେଙ୍କାନାଳ ସହରାଞ୍ଚଳ ରାଜନୈତିକ ବାତାବରଣ। ଏସବୁ ମଧ୍ୟରେ ସମସ୍ତଙ୍କ ନଜର ଅଟକିଛି ୪, ୫ ଏବଂ ୬ନଂ. ଓ୍ବାର୍ଡ ଉପରେ। ୪ନଂ. ଓ୍ବାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ସବୁ ରାଜନୈତିକ ଦଳ ନୂଆ ପ୍ରାର୍ଥୀଙ୍କୁ ନେଇ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେହିପରି ୫ ଓ ୬ନଂ. ଓ୍ବାର୍ଡରେ ଦଳଡିଅଁାଙ୍କ ମଧ୍ୟରେ ଲଢ଼େଇ ହେଉଛି। ତେଣୁ ଏହିସବୁ ଓ୍ବାର୍ଡକୁ କରାୟତ୍ତ କରିବା ଉଭୟ ବିଜେଡି ଏବଂ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।
ଗୁଡିଆନାଳି, ଭାଗିରଥୀ ବିହାର ‘ଏ’ ଓ ‘ବି’ ବ୍ଲକ, ଟାଉନ ଥାନା ପଛ ପାର୍ଶ୍ୱ ଆଦି ଅଞ୍ଚଳକୁ ନେଇ ଗଠିତ ୪ନଂ ଓ୍ବାର୍ଡର ଭୋଟର ସଂଖ୍ୟା ୨ ହଜାର ୪୩୮। ୨୦୦୩ରେ ଏହି ଓ୍ବାର୍ଡ କଂଗ୍ରେସ କବ୍‌ଜାରେ ଥିଲା। ଏଥର ବିଜେଡିର ଲିପିକା ଦାସ, ଭାଜପାର ରତ୍ନପ୍ରଭା ଆଏଚ୍‌, କଂଗ୍ରେସର ସୋନାଲି ସ୍ବାଇଁ ଏବଂ ସ୍ବାଧୀନ ଭାବେ ଐଶ୍ୱର୍ଯ୍ୟା ମହାନ୍ତି ନିର୍ବାଚନ ଲଢୁଛନ୍ତି। ଏହି ଓ୍ବାର୍ଡ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବା ସମ୍ଭାବନା ରହିଛି। ପାନୀୟ ଜଳ, ଶୋଚନୀୟ କଂକ୍ରିଟ୍‌ ରାସ୍ତା ଓ୍ବାର୍ଡବାସୀଙ୍କ ଦୀର୍ଘଦିନର ସମସ୍ୟା ପାଲଟିଛି।
ଗତ ନିର୍ବାଚନରେ ୫ନଂ. ଓ୍ବାର୍ଡକୁ ହାତେଇ ନେଇଥିଲା କଂଗ୍ରେସ। ହେଲେ ଚଳିତ ଥର କଂଗ୍ରେସ ଶୂନ୍ୟ ରହିଛି ଏହି ଓ୍ବାର୍ଡ। ଶେଷ ସମୟରେ ଦଳୀୟ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ନେବା ପରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରକାଶ ଚନ୍ଦ୍ର କୁଅଁର, ଭାଜପାର ନୂଆ ମୁହଁ ରୁଦ୍ରନାରାୟଣ ତ୍ରିପାଠୀ ଏବଂ ସ୍ବାଧୀନ ପ୍ରାର୍ଥୀ ଦେବେଶ କୁମାର ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଅମଲାପଡ଼ା ବସ୍‌ଷ୍ଟାଣ୍ଡ, ଚାନ୍ଦମାରିସାହି ଆଦି ଅଞ୍ଚଳକୁ ନେଇ ଗଠିତ ଏହି ଓ୍ବାର୍ଡର ଭୋଟର ସଂଖ୍ୟା ୧,୫୫୦। ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟଜଳ ସମସ୍ୟାକୁ ନେଇ ଏହି ଓ୍ବାର୍ଡରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri