Posted inଜାତୀୟ

ସଶସ୍ତ୍ର ବାହିନୀର ପରିଚୟ ଅନୁଶାସନ: ମଞ୍ଜୁରୀରୁ ଅଧିକ ଛୁଟି ନେଇଥିବା ଯବାନଙ୍କ ଆବେଦନକୁ ପ୍ରତ୍ୟାଖାନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୭ : : ମଞ୍ଜୁରୀ ଅପେକ୍ଷା ଅଧିକ ଛୁଟି ନେଇଥିବାରୁ ଜଣେ ସେନା କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ କରି କହିଛନ୍ତି ଯେ ଶୃଙ୍ଖଳିତ ହେବା ସଶସ୍ତ୍ର ବାହିନୀର ସେବାର ଏକ ଅନ୍ତନିର୍ହିତ ଅଂଶ ଏବଂ ଏ ବାବଦରେ କୌଣସି ଆଶ୍ୱସ୍ତି ପ୍ରଦାନ କରିବା ଭୁଲ ବାର୍ତ୍ତା ପଠାଇବ। ପ୍ରକୃତରେ, ବିନା ଅନୁମତିରେ ଅତିରିକ୍ତ ଛୁଟି ନେଇଥିବାରୁ ଯାନ୍ତ୍ରିକ ପରିବହନ ଡ୍ରାଇଭରଙ୍କୁ ସେନା ସେବାରୁ ବରଖାସ୍ତ କରାଯିବା ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ଏଭଳି କହିଛନ୍ତି। ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ଦ୍ୱାରା ହୋଇଥିବା ଅନୈତିକ କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ। ସଶସ୍ତ୍ର ବାହିନୀର ପରିଚୟ ହେଉଛି ଅନୁଶାସନ।

ଆବେଦନକାରୀ ୪ ଜାନୁଆରୀ ୧୯୮୩ ରେ ମେକାନିକାଲ ଟ୍ରାନ୍ସପୋର୍ଟ ଡ୍ରାଇଭର ଭାବରେ ଆର୍ମି ସର୍ଭିସ କର୍ପସରେ ଯୋଗ ଦେଇଥିଲେ। ୧୯୯୮ରେ, ତାଙ୍କୁ ପ୍ରଥମେ ୮ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ୩୯ ଦିନ ଛୁଟି ଦିଆଯାଇଥିଲା। ପରେ, ଛୁଟି ବୃଦ୍ଧି ପାଇଁ ଅନୁରୋଧ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ ଗ୍ରହଣ କରାଯାଇଥିଲା ଏବଂ ତାଙ୍କୁ ୧୭ ଡିସେମ୍ବର ୧୯୯୮ ରୁ ୧୫ ଜାନୁୟାରୀ ୧୯୯୯ ପର୍ଯ୍ୟନ୍ତ ୩୦ ଦିନର ଅଗ୍ରୀମ ଛୁଟି ପ୍ରଦାନ କରାଯାଇଥିଲା। ଏହା ସତ୍ତ୍ୱେ ସେ ଆଉ ଡ୍ୟୁଟିରେ ଯୋଗ ଦେଇ ନ ଥିଲେ। ସେ କହିଥିଲେ ତାଙ୍କ ସ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି ଏବଂ ତାଙ୍କୁ ତାଙ୍କର ଯତ୍ନ ନେବାକୁ ପଡିବ।

୧୫ ଫେବୃଆରୀ ୧୯୯୯ ରେ, ଅନୁସନ୍ଧାନ ପାଇଁ ସେନା ଆଇନର ଧାରା ୧୦୬ ଅନୁଯାୟୀ ଏକ କୋର୍ଟ ଅଫ ଏନକ୍ୱାରୀ କରାଯାଇଥିଲା। ତଦନୁସାରେ, ଆବେଦନକାରୀ ଛୁଟିରେ ଅଧିକ ରହିବାର ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ମାର୍ଶାଲ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ସେବାରୁ ବରଖାସ୍ତ କରିଥିଲେ। କୋର୍ଟ କହିଥିଲେ ଡ୍ରାଇଭର ଜଣେ ପୂର୍ବତନ କନଷ୍ଟେବଳ । ଜଣେ ଅଭ୍ୟାସଗତ ଅପରାଧୀ ପରି ସେ କାର୍ଯ୍ୟ କରିଛନ୍ତି। ତାଙ୍କ ଛୁଟି ପାଇଁ କ୍ଷମା ମାଗିବା ପରେ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବା ନେଇ ରିପୋର୍ଟ କରିନାହାଁନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ସଶସ୍ତ୍ର ବାହିନୀର ସଦସ୍ୟ ଥିବା ଆବେଦନକାରୀଙ୍କ ଏପରି ଚରମ ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ। ଯଦି ଦୀର୍ଘ ୧୦୮ ଦିନର ଛୁଟି ଅନୁପସ୍ଥିତି ପାଇଁ ତାଙ୍କର କ୍ଷମା ପ୍ରାର୍ଥନା ଗ୍ରହଣ କରାଯାଏ, ତେବେ ଏହା ସେବାରେ ଅନ୍ୟମାନଙ୍କୁ ଭୁଲ ବାର୍ତ୍ତା ପଠାଇବ। ଜଣେ ମନେ ରଖିବାକୁ ହେବ ଶୃଙ୍ଖଳା ହେଉଛି ସଶସ୍ତ୍ର ବାହିନୀର ଅନ୍ତନିର୍ହିତ ପରିଚୟ ଏବଂ ସେବାର ଏକ ସର୍ତ୍ତ ।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରଥମେ ଉଲ୍ଲେଖ କରିଛନ୍ତି ଡ୍ରାଇଭର ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କ ଯତ୍ନ ନେବା ପାଇଁ ସେ ଅନୁପସ୍ଥିତ ଥିବା ତାଙ୍କ ଦାବିକୁ ଯଥାର୍ଥ କରିବା ପାଇଁ ରେକର୍ଡରେ କୌଣସି ଡକ୍ୟୁମେଣ୍ଟ ରଖି ନାହାଁନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଆର୍ମି ଆକ୍ଟ ଅନୁଯାୟୀ ଦିଆଯାଇଥିବା ଦଣ୍ଡ କିଛି ଅଧିକ ଦଣ୍ଡ ନୁହେଁ। ସର୍ବୋଚ୍ଚ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି ଅପରାଧର ପ୍ରକୃତି ଏବଂ ଗୁରୁତ୍ୱ ଉପରେ ନିର୍ଭର କରି ଏକ ଅପରାଧ ପାଇଁ ଦଣ୍ଡ ପ୍ରଦାନ କରିବାବେଳେ କୋର୍ଟ ମାର୍ଶଲ ଯଥେଷ୍ଟ ବିବେକ ସହିତ କାର୍ଯ୍ୟ କରିଥାନ୍ତି। ତେଣୁ ତାଙ୍କୁ ଦିଆଯାଇଥିବା ଦଣ୍ଡ ଅନୁପଯୁକ୍ତ ବୋଲି ଡ୍ରାଇଭରଙ୍କ ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ଆବେଦନକୁ ଖାରଜ କରାଯାଉଛି। ଡ୍ରାଇଭରଙ୍କୁ ସେବାରୁ ବରଖାସ୍ତ କରି ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଲକ୍ଷ୍ନୌ ଆଞ୍ଚଳିକ ବେଞ୍ଚର ଫେବୃଆରୀ ୨୦୧୫ ଆଦେଶକୁ ବେଞ୍ଚ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?