Posted inଫୁରସତ

ଖରାର ସାଥୀ ଅର୍କି

ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର ହେଉଛି ଅର୍କି। ପର୍ଯ୍ୟଟକ ଏଠାରେ ଅନେକ ଐତିହାସିକ ସ୍ମାରକୀ, ଧାର୍ମିକ ପୀଠ ତଥା ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ। ତା’ଛଡ଼ା ଏଠାକାର ଶୀତଳ ଜଳବାୟୁ ଖରାଛୁଟି କଟାଇବା ପାଇଁ ବେଶ୍‌ ଅନୁକୂଳ ହୋଇଥିବାରୁ ଅନେକେ ଅର୍କିକୁ ଖରାର ସାଥୀ ବୋଲି ବି କହିଥାନ୍ତି …

ହୀମାଚଳ ପ୍ରଦେଶର ସୋଲାନ୍‌ ଜିଲା ଅନ୍ତର୍ଗତ ଏକ ଛୋଟ ସହର ହେଉଛି ଅର୍କି। ଏହା ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା। କାରଣ ଏଠାରେ ଦେଖିବାକୁ ମିଳିଥାଏ ଅନେକ ଐତିହାସିକ ସ୍ମାରକୀ, ଧାର୍ମିକ ପୀଠ, ଦୁର୍ଗ ଇତ୍ୟାଦି। ତେବେ କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ, ଏଠାକାର ଶୀତଳ ଜଳବାୟୁ ବି ଆଗନ୍ତୁକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। କାରଣ ଅର୍କିଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି ଶିମ୍‌ଲା, ଯାହାକୁ ଦିନେ ବ୍ରିଟିଶ ରାଜ୍ୟର ଗ୍ରୀଷ୍ଣକାଳୀନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା। ସେଥିପାଇଁ ଶିମ୍‌ଲା ଓ ଅର୍କିର ଜଳବାୟୁ ପ୍ରାୟତଃ ସମାନ ରହିଥାଏ। ବିଶେଷକରି ଖରାଦିନେ ଏଠାକାର ପାଣିପାଗ ବେଶ୍‌ ଆରାମଦାୟକ ରହୁଥିବାରୁ ପର୍ଯ୍ୟଟକଙ୍କର ଏଠାରେ ଖୁବ୍‌ ଭିଡ଼ ଜମେ।

କେବେ ଯିବେ
ବର୍ଷତମାମ୍‌ ଅର୍କିର ଜଳବାୟୁ ବେଶ୍‌ ଅନୁକୂଳ ରହିଥାଏ। ମାର୍ଚ୍ଚରୁ ଜୁନ୍‌ ଏଠାରେ ଗ୍ରୀଷ୍ମଋତୁ ଚାଲିଥିବାବେଳେ ଜୁଲାଇରୁ ଅଗଷ୍ଟ ବର୍ଷା ଏବଂ ନଭେମ୍ବରରୁ ଫେବୃୟାରୀ ଶୀତ ଅନୁଭୂତ ହୋଇଥାଏ। ଖରା ଓ ବର୍ଷା ତୁଳନାରେ ଏଠାରେ ଶୀତ ଟିକେ ଅଧିକ ଜଣାପଡେ। ଏହି ସମୟରେ ଏଠାକାର ସର୍ବାଧିକ ତାପମାତ୍ରା ୮ ଡିଗ୍ରୀ ରହୁଥିବାବେଳେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ସେହିପରି ଖରାଦିନେ ମଧ୍ୟ ଏଠାରେ ସେତେ ଗରମ ଅନୁଭୂତ ହୁଏ ନାହିଁ। ଶୀତଳ ପବନ ସାଙ୍ଗକୁ ସ୍ବଚ୍ଛ ପରିବେଶ ଏଠାକାର ପାଣିପାଗକୁ ଖରାଦିନେ ବି ବେଶ୍‌ ମନୋଲୋଭା କରି ଦେଇଥାଏ। ସେଥିପାଇଁ ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ।

କେମିତି ଯିବେ
ଅର୍କିଠାରୁ ପ୍ରାୟ ୩୮ କି.ମି ଦୂରରେ ଥିବା ଶିମ୍‌ଲାକୁ ଦେଶର ବିଭିନ୍ନ ସ୍ଥାନରୁ ବସ୍‌, ଟ୍ରେନ୍‌ ତଥା ବିମାନ ଚଳାଚଳ କରିଥାଏ। ତେବେ ପ୍ରାୟ ୭୨ କି.ମି. ଦୂରରେ ଥିବା କାଲ୍‌କା ରେଲଓ୍ବେ ଷ୍ଟେଶନ ହେଉଛି ଅର୍କିର ନିକଟତମ ତଥା ପ୍ରମୁଖ ରେଳଷ୍ଟେଶନ, ଯେଉଁଠାକୁ ଦେଶର ବଡ଼ ବଡ଼ ସହରରୁ ଟ୍ରେନ୍‌ ଚଳାଚଳ କରିଥାଏ। ସେହିପରି ଶିମ୍‌ଲା ଏୟାରପୋର୍ଟ ହେଉଛି ଅର୍କିର ନିକଟବର୍ତ୍ତୀ ବିମାନବନ୍ଦର, ଯେଉଁଠାରୁ ଅର୍କିକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ସୁବିଧାରେ ଟ୍ୟାକ୍ସି ବି ମିଳିଯାଏ।

କ’ଣ ଦେଖିବେ
ଅର୍କି ଦୁର୍ଗ ଓ ଅର୍କି ପ୍ରାସାଦ: ଏହା ହେଉଛି ଅର୍କିର ଦୁଇ ପ୍ରମୁଖ ଐତିହାସିକ ସ୍ମାରକୀ। ସୂଚନାନୁଯାୟୀ, ରାଣା ପୃଥିବୀ ସିଂହଙ୍କ ଦ୍ୱାରା ୧୬୯୫ରୁ ୧୭୦୦ ଖ୍ରୀଷ୍ଟାଦ୍ଧ ମଧ୍ୟରେ ଅର୍କି ଦୁର୍ଗଟି ନିର୍ମିତ ହୋଇଥିଲା। ଏହି ଦୁର୍ଗଟିର ନିର୍ମାଣଶୈଳୀ ଉଭୟ ରାଜ୍‌ପୁତ୍‌ ଓ ମୋଗଲମାନଙ୍କ କାରୁକାର୍ଯ୍ୟକୁ ଅନୁକରଣ କରି କରାଯାଇଥିଲା। ବିଶେଷକରି ଏହି ଦୁର୍ଗରେ ହୋଇଥିବା ପହରି ଶୈଳୀର ଓ୍ବାଲ୍‌ ପେଣ୍ଟିଂ ବେଶ୍‌ ଆକର୍ଷକ ଲାଗୁଥିଲା; ଯେଉଁଥିରେ ମୁଖ୍ୟତଃ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଜୀବନଶୈଳୀକୁ ପେଣ୍ଟିଂ ମାଧ୍ୟମରେ ଦର୍ଶାଇବାକୁ ପ୍ରୟାସ କରାଯାଇଥିଲା। ଏତେ ବର୍ଷ ପରେ ମଧ୍ୟ ଏହି ପେଣ୍ଟିଂର କିଛି କିଛି ଛାପ ଏବେ ବି ଦେଖିବାକୁ ମିଳେ। ସେହିପରି ରାଣା ପୃଥିବୀ ସିଂହଙ୍କର ଅନ୍ୟ ଏକ ଅବଦାନ ଥିଲା ଅର୍କି ପ୍ରାସାଦକୁ ନିର୍ମାଣ କରିବାରେ। ଏହି ପ୍ରାସାଦର ମଧ୍ୟ ଅନେକ ବିଶେଷତ୍ୱ ରହିଛି। ବିଶେଷକରି ଏହାର କାନ୍ଥଗୁଡ଼ିକରେ ଅଙ୍କିତ ହୋଇଥିବା ବିଭିନ୍ନ ପ୍ରକାରର ନୀତିଶିକ୍ଷା ସମ୍ବଳିତ ଚିତ୍ରସବୁ ଏବେ ବି ଦର୍ଶକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

ଦେବଦେବୀ ମନ୍ଦିର: ଅର୍କିରେ ଅନେକ ଧାର୍ମିକ ପୀଠମାନ ଦେଖିବାକୁ ମିଳିଥାଏ। ବିଶେଷକରି ଲୁଟ୍‌ରୁ ମହାଦେବ ମନ୍ଦିର, ଭଦ୍ରକାଳୀ ମନ୍ଦିର, ବନଦୁର୍ଗା ମନ୍ଦିର, ମଟ୍‌ରୁ ମହାଦେବ ମନ୍ଦିର, ସଖନୀ ମନ୍ଦିର ତଥା ଲକ୍ଷ୍ମୀନାରାୟଣ ମନ୍ଦିର ଆଦି ହେଉଛି ଅର୍କିର କେତେକ ପ୍ରମୁଖ ଦେବଦେବୀସ୍ଥଳୀ। ଅର୍କିଠାରୁ ମାତ୍ର ୪ କି.ମି ଦୂରରେ ଥିବା ଲୁଟ୍‌ରୁ ମହାଦେବ ମନ୍ଦିରଟି ଦେବଦେବ ମହାଦେବଙ୍କୁ ସମର୍ପିତ। ଏଠାରେ ମହାଶିବରାତ୍ରୀ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ସେହିପରି ଦୁର୍ଗା ମନ୍ଦିରଟିର ନିର୍ମାଣଶୈଳୀ ଶିଖର ଷ୍ଟାଇଲ୍‌ରେ ହୋଇଥିବାରୁ ଏହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଅନ୍ୟପକ୍ଷେ ସଖନୀ ମନ୍ଦିରଟି ଟିକେ ଉଚ୍ଚ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ଏଠାକୁ ପର୍ଯ୍ୟଟକ ବୁଲିଗଲେ ଚତୁଃପାର୍ଶ୍ୱର ଆକର୍ଷଣୀୟ ଦୃଶ୍ୟ ଦେଖି ବେଶ୍‌ ବିମୋହିତ ହୋଇଯାଇଥାନ୍ତି।

କେବଳ ଏତିକି ନୁହେଁ, ଅର୍କିର ନିକଟବର୍ତ୍ତୀ ଅଞ୍ଚଳରେ ଧୁନ୍‌ଦାନ୍‌, ବଖଲାଗ୍‌, ଶିବ ଗୁମ୍ଫା, ମଞ୍ଝୁ ଖଡ୍‌, ଦର୍ଲାଘାଟ, କୂନି ଖାଡ୍‌ ନାମରେ ଅନ୍ୟ କେତେକ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri