Posted inଖେଳ

ମୁମ୍ବାଇ ସିନିୟର ଦଳରୁ ପଦାର୍ପଣ ମ୍ୟାଚ ଖେଳିଲେ ଅର୍ଜୁନ

ମୁମ୍ବାଇ, ୧୬ା୧ (ପି.ଟି.)-ଆଇକନିକ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଉଦୀୟମାନ ବାମହାତୀ ପେସ୍‌ ବୋଲର ଅର୍ଜୁନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସିନିୟର ଦଳରୁ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଛନ୍ତି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିର ହରିୟାଣା ବିପକ୍ଷ ଏହି ମ୍ୟାଚରେ ମୁମ୍ବାଇ ୮ ଉଇକେଟରେ ପରାଜିତ ହୋଇଛି। ସ୍ଥାନୀୟ ବିକେସି ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଏଲିଟ୍‌ ଇ’ ଲିଗ୍‌ ମ୍ୟାଚରେ ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ୧୪୩ ରନ କରିଥିଲା। ହରିୟାଣା ୧୭.୪ ଓଭରରେ ବିଜୟ ଲକ୍ଷ୍ୟ ଅତିକ୍ରମ କରିଯାଇଥିଲା। ଅର୍ଜୁନଙ୍କ ବୋଲିଂ ପ୍ରଭାବହୀନ ଥିଲା। ସେ ତାଙ୍କ ୩ ଓଭର ବୋଲିଂରେ ୩୪ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ହରିୟାଣା ଓପନର ଚଇତ୍ୟ ବିଷ୍ଣୋଇ (୪)ଙ୍କୁ ଉଇକେଟକିପର ଆଦିତ୍ୟ ତାରେଙ୍କ ଦ୍ୱାରା କ୍ୟାଚ ଆଉଟ କରିଥିଲେ। ମୁମ୍ବାଇ ସିନିୟର ଦଳ ତରଫରୁ ଏହା ତାଙ୍କର ପ୍ରଥମ ଉଇକେଟ। ଘଟଣାକ୍ରମେ ତାଙ୍କ କିମ୍ବଦନ୍ତୀ ପିତା ୨୦୧୩ରେ ହରିୟାଣା ବିପକ୍ଷରେ ତାଙ୍କର ଶେଷ ରଣଜୀ ଟ୍ରଫି ମ୍ୟାଚ ଖେଳିଥିଲେ। ମୁମ୍ବାଇ ଦଳ ୧୯.୩ ଓଭରରେ ଅଲଆଉଟ ହୋଇଯିବାରୁ ଅର୍ଜୁନ ଗୋଟିଏ ହେଲେ ବଲ୍‌ ସାମ୍ନା କରିବା ସୁଯୋଗ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଇ ମାସ ପରେ ଟ୍ରେନିଂକୁ ଫେରିଲେ ରୋନାଲ୍ଡୋ

ଟୁରିନ,୧୯।୫(ଏଏଫ୍‌ପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇମାସ ପରେ ଟ୍ରେନିଂକୁ ଫେରିଛନ୍ତି। ଟୁରିନ୍‌ରେ ଜଣାଶୁଣା କ୍ଲବ ଜୁଭେଣ୍ଟସ ତରଫରୁ ଖେଳୁଥିବା ୩୫ ବର୍ଷୀୟ ରୋନାଲ୍ଡୋ...

ସେକ୍ସ ସ୍କାଣ୍ଡାଲରେ ଧରାପଡ଼ିଥିଲେ ମହାନ୍‌ ଖେଳାଳି

ଖେଳିବା ବେଳେ ବହୁ ଅନ୍‌ ଫିଲ୍ଡ ଓ ଅଫ୍‌ ଫିଲ୍ଡ ବିବାଦରେ ଛନ୍ଦିହୋଇ ରହିଥିବା ଅଷ୍ଟ୍ରେଲିଆନ ସ୍ପିନ୍‌ କିମ୍ବଦନ୍ତୀ ଶେନ୍‌ ଓ୍ବାର୍ନ ଏକଦା ସେକ୍ସ ସ୍କାଣ୍ଡାଲରେ...

ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା

ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ...

ପ୍ଲିସ୍‌କୋଭା ଫାଇନାଲରେ

ବେଜିଂ, ୧୫ା୯ (ଏଏଫ୍‌ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍‌ଝୋ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ...

ଡ୍ୟୁକ୍ସ ବଲ୍‌ ବ୍ୟବହାର କରିବ ନାହିଁ କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୩ା୭ (ପି.ଟି.)-ସିଜନ ୨୦୨୦-୨୧ରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଆଉ ଡ୍ୟୁକ୍ସ ବଲ୍‌ ବ୍ୟବହାର ନ କରିବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଛି। ଏହି ବଲ୍‌...

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏମିତି ଥିଲା ଧୋନୀଙ୍କ ପ୍ରତିକ୍ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ଚକିତ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀକୁ ନେଇ ନିର୍ମିତ ‘ଏମଏସ...

ଆଇ- ଲିଗ୍‌: ଚର୍ଚ୍ଚିଲର ସଂଘର୍ଷପୂର୍ଣ୍ଣ ବିଜୟ

ମାରଗାଓ,୧୬।୨(ପି.ଟି.)- ଚଳିତ ଆଇ- ଲିଗ୍‌ରେ ଶୁକ୍ରବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଆଇଜଲ ଏଫ୍‌ସିକୁ ପରାସ୍ତ କରିଛି। ଚର୍ଚ୍ଚିଲର ଓ୍ବିଲିସ୍‌...

ସର୍ବକାଳୀନ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୬।୫(କ୍ରୀଡ଼ା ପ୍ରତିନିଧି)- ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ମହଲରେ ଶୋକର ଛାୟା ଖେଳି ଯାଇଛି। ୩ ଥର ଅଲିମ୍ପିକ୍‌...

Advertisement


Archives

Model This Week