ମଲାଇକାଙ୍କୁ କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ ଅଭିନେତା

କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ ଭିନ୍ନ ଭିନ୍ନ ଅଭିନେତା-ଅଭିନେତ୍ରୀ ନଜର ଆସନ୍ତି। ଏହି ଶୋ’ ମାଧ୍ୟମରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିଷୟରେ ଖୁଲାସା କରୁଥିବା ଦେଖିବାକୁ ମିଳେ। ତେବେ ଏପିସୋଡ୍‌ -୬ରେ କରନଙ୍କ ଏହି ଶୋ’ରେ ଅର୍ଜୁନ୍‌ କପୁର ଏବଂ ସୋନମ କପୁରଙ୍କୁ ଦେଖିବାକୁ ମିଳିଥିଲା। ଶୋ’ର ହୋଷ୍ଟ କରନ ଅଭିନେତା ଅର୍ଜୁନ୍‌ଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋରା ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ଆଉ ଦୁହେଁ କେବେ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଅର୍ଜୁନ୍‌ କରନଙ୍କୁ କହିଛନ୍ତି ଯେ, ଶୀଘ୍ର ବିବାହ କରିବାର କୌଣସି ଯୋଜନା ନାହିଁ। ବର୍ତ୍ତମାନ ମୁଁ ମୋ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସତ କହିବାକୁ ଗଲେ, ଏହି ଲକଡାଉନ ଏବଂ କୋଭିଡ୍‌ର ଦୁଇ ବର୍ଷ ଭିତରେ ମୁଁ ମୋ କ୍ୟାରିୟରକୁ ଅଧିକ ଧ୍ୟାନ ଦେବାକୁ ଚାହୁଁଥିଲି। ଏହା ଛଡା ଆହୁରି କହିଛନ୍ତି ଯେ, ମୁଁ ଜଣେ ବାସ୍ତବବାଦୀ ବ୍ୟକ୍ତି। ମୁଁ କୌଣସି କଥା ଲୁଚାଇବାକୁ ଚାହେଁ ନାହିଁ । ମୁଁ ପ୍ରକୃତରେ ବୃତ୍ତିଗତ ଭାବରେ ଟିକେ ଅଧିକ ସ୍ଥିର ହେବାକୁ ଚାହେଁ। ମୁଁ ଆର୍ଥିକ ବିଷୟରେ କହୁ ନାହିଁ, ମୁଁ ଭାବପ୍ରବଣତା ବିଷୟରେ କହୁଛି। ମୁଁ ଏପରି କାମ କରିବାକୁ ଚାହେଁ ଯାହା ମୋତେ ଖୁସି କରେ। ଯଦି ମୁଁ ଖୁସି ହେବି, ତେବେ ମୁଁ ମୋ ସାଥୀକୁ ମଧ୍ୟ ଖୁସି କରିପାରିବି, ମୁଁ ଏକ ସୁଖମୟ ଜୀବନ ବିତାଇବାକୁ ଚାହେଁ। ମୋର ଅନେକ ଖୁସି ମୋ କାମରୁ ଆସିଥାଏ ବୋଲି ଅର୍ଜୁନ୍‌ କହିଛନ୍ତି।
ଅର୍ଜୁନ୍‌ ଏବଂ ମଲାଇକା ଦୁଇ ବର୍ଷ ପୂର୍ବେ ସେମାନଙ୍କ ସମ୍ପର୍କକୁ ନେଇ ଅଫିସିଆଲ କରିଥିଲେ। ସେମାନେ ଅନେକ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ନଜର ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ସ୍କ୍ରିନ ଦିଅରଙ୍କ ପ୍ରେମରେ ପଡ଼ିଛନ୍ତି ଐଶ୍ୱର୍ଯ୍ୟା; ସରିଲାଣି ନିର୍ବନ୍ଧ

ବମ୍ବେ: ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଅଭିନୟ କରୁ କରୁ ସତସତିକା ପ୍ରେମରେ ପଡ଼ିଛନ୍ତି। ପରଦାରେ ଚରିତ୍ର ଥାଏ ଭିନ୍ନ। ହେଲେ ଅସଲ ଜୀବନରେ...

ଭିନ୍ନ ଢଙ୍ଗରେ ଭଉଣୀ ଅନୁଷ୍କାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଭାଇ

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ୩୨ ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ...

ପୁଣି ଅଜୟଙ୍କ ସହ ନଜର ଆସିବେ ରକୁଲ

ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ‘ଥ୍ୟାଙ୍କ ଗଡ’ ଭଳି ଏକ କମେଡି ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅଜୟ ଦେବଗନ, ରକୁଲପ୍ରୀତ ସିଂହଙ୍କ...

ଦେଶ ପାଇଁ ଆସିଛୁ, କିଛି ଏଭଳି କହି ପ୍ରତିକ୍ରିୟା ରଖିଲେ ଅଭିନେତା

ମୁମ୍ବାଇ: ୯୫ ତମ ଓସ୍କାର ସମାରୋହରେ ଦକ୍ଷିଣ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ...

ସ୍ବାମୀଙ୍କ ପାଇଁ ୨୦ କୋଟି ଟଙ୍କାର ବଙ୍ଗଳା କିଣିଲେ ଏହି ଅଭିନେତ୍ରୀ

ଦକ୍ଷିଣ ସିନେମାର ସୁନ୍ଦର ଅଭିନେତ୍ରୀ ନୟନତାରା ଏବଂ ନିର୍ମାତା ବିଗ୍ନେଶ ଶିଭନ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୟନତାରାଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା।...

‘ଦିଦି ନଂ-୧’ରେ ସ୍ବାମୀ-ସ୍ତ୍ରୀର ପରିଭାଷା

ଜୀ-ସାର୍ଥକର ବିବାହ ମହୋତ୍ସବ ଧାରାରେ ସାମିଲ ହୋଇଛି ଅନ୍ୟତମ ଲୋକାପ୍ରିୟ ରିଆଲିଟି ଶୋ’ ‘ଦିଦି ନଂ-୧’ । ଏହି ସପ୍ତାହ ଦିଦି ନଂ-୧ରେ ଦିଦିମାନେ ସେମାନଙ୍କର...

ଏସବୁ ସେଲିବ୍ରିଟିଙ୍କ ପାଇଁ ୨୦୨୦ର ସ୍ମୃତି ମଧୁର, ମିଳିଛି ପ୍ରେମକୁ ସ୍ବୀକୃତି

ବମ୍ବେ: ଶେଷ ହୋଇଛି ବର୍ଷ ୨୦୨୦। ହେଲେ ତାର ସ୍ମୃତି ସର୍ବଦା ଅଭୂଲା ହୋଇ ରହିବ। ଲକ୍‌ଡାଉନ୍‌ ଯୋଗୁ କିଛି ମାସ ପର୍ଯ୍ୟନ୍ତ ଲୋକେ ପାର୍ଟି...

ପ୍ରଥମ ଦିନରେ ଜାଣନ୍ତୁ କେତେ ଆୟ କରିଛି ‘ଲାଇଗର’

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ବହୁ ଦିନରୁ ଅପେକ୍ଷା...

Advertisement
Archives

Model This Week