ମଲାଇକାଙ୍କୁ କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ ଅଭିନେତା

କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ ଭିନ୍ନ ଭିନ୍ନ ଅଭିନେତା-ଅଭିନେତ୍ରୀ ନଜର ଆସନ୍ତି। ଏହି ଶୋ’ ମାଧ୍ୟମରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିଷୟରେ ଖୁଲାସା କରୁଥିବା ଦେଖିବାକୁ ମିଳେ। ତେବେ ଏପିସୋଡ୍‌ -୬ରେ କରନଙ୍କ ଏହି ଶୋ’ରେ ଅର୍ଜୁନ୍‌ କପୁର ଏବଂ ସୋନମ କପୁରଙ୍କୁ ଦେଖିବାକୁ ମିଳିଥିଲା। ଶୋ’ର ହୋଷ୍ଟ କରନ ଅଭିନେତା ଅର୍ଜୁନ୍‌ଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋରା ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ଆଉ ଦୁହେଁ କେବେ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଅର୍ଜୁନ୍‌ କରନଙ୍କୁ କହିଛନ୍ତି ଯେ, ଶୀଘ୍ର ବିବାହ କରିବାର କୌଣସି ଯୋଜନା ନାହିଁ। ବର୍ତ୍ତମାନ ମୁଁ ମୋ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସତ କହିବାକୁ ଗଲେ, ଏହି ଲକଡାଉନ ଏବଂ କୋଭିଡ୍‌ର ଦୁଇ ବର୍ଷ ଭିତରେ ମୁଁ ମୋ କ୍ୟାରିୟରକୁ ଅଧିକ ଧ୍ୟାନ ଦେବାକୁ ଚାହୁଁଥିଲି। ଏହା ଛଡା ଆହୁରି କହିଛନ୍ତି ଯେ, ମୁଁ ଜଣେ ବାସ୍ତବବାଦୀ ବ୍ୟକ୍ତି। ମୁଁ କୌଣସି କଥା ଲୁଚାଇବାକୁ ଚାହେଁ ନାହିଁ । ମୁଁ ପ୍ରକୃତରେ ବୃତ୍ତିଗତ ଭାବରେ ଟିକେ ଅଧିକ ସ୍ଥିର ହେବାକୁ ଚାହେଁ। ମୁଁ ଆର୍ଥିକ ବିଷୟରେ କହୁ ନାହିଁ, ମୁଁ ଭାବପ୍ରବଣତା ବିଷୟରେ କହୁଛି। ମୁଁ ଏପରି କାମ କରିବାକୁ ଚାହେଁ ଯାହା ମୋତେ ଖୁସି କରେ। ଯଦି ମୁଁ ଖୁସି ହେବି, ତେବେ ମୁଁ ମୋ ସାଥୀକୁ ମଧ୍ୟ ଖୁସି କରିପାରିବି, ମୁଁ ଏକ ସୁଖମୟ ଜୀବନ ବିତାଇବାକୁ ଚାହେଁ। ମୋର ଅନେକ ଖୁସି ମୋ କାମରୁ ଆସିଥାଏ ବୋଲି ଅର୍ଜୁନ୍‌ କହିଛନ୍ତି।
ଅର୍ଜୁନ୍‌ ଏବଂ ମଲାଇକା ଦୁଇ ବର୍ଷ ପୂର୍ବେ ସେମାନଙ୍କ ସମ୍ପର୍କକୁ ନେଇ ଅଫିସିଆଲ କରିଥିଲେ। ସେମାନେ ଅନେକ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ନଜର ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri