୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ନବରଙ୍ଗପୁର,୬।୧(ବି.ପ୍ର.): ନବରଙ୍ଗପୁର ବ୍ଲକ ଅଧୀନ ସାନମସିଗାଁ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର) ଜଗଦୀଶ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ଜଗଦୀଶଙ୍କ ଘର ନବରଙ୍ଗପୁର ବ୍ଲକ ବିକ୍ରମପୁର ଗାଁରେ ବୋଲି ସୂଚନା ମିଳିଛି। ଏପରିକି ଭିଜିଲାନ୍ସ ଟିମ୍‌ ଅଫିସ କାର୍ଯ୍ୟାଳୟ ସମେତ ଏଆର୍‌ଆଇଙ୍କ ବାସଭବନରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି।
ସାନମସିଗାଁର ବୈଜନ୍ତୀ ଭତରା ତାଙ୍କ ମା’ କମଳା ଭତରାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଅନ୍‌ଲାଇନରେ ନବରଙ୍ଗପୁର ତହସିଲରେ ଆବେଦନ କରିଥିଲେ। ଏହାର ତଦନ୍ତ ପାଇଁ ସାନମସିଗାଁ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ପଠାଯାଇଥିଲା । ଏଆର୍‌ଆଇ ବେହେରା ଆରଆଇ ଦାୟିତ୍ୱରେ ଥିବାରୁ ତଦନ୍ତ ପାଇଁ ବୈଜନ୍ତୀଙ୍କଠାରୁ ୫ ହଜାର ଟଙ୍କା ଓ ୨ କିଲୋ ଓଜନର ଦେଶୀ କୁକୁଡ଼ା ଦାବି କରିଥିଲେ। ଏପରିକି ଲାଞ୍ଚ ନ ଦେଲେ କାମ କରିବେ ନାହିଁ ବୋଲି ବୈଜନ୍ତୀଙ୍କୁ କହିବା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଏନେଇ ବୈଜନ୍ତୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ବୈଜନ୍ତୀ ଘରକୁ ଟଙ୍କା ନେବାପାଇଁ ଜଗଦୀଶଙ୍କୁ ଡାକିଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଭାରପ୍ରାପ୍ତ ଡିଏସପି କଳାବତୀ ବାଗ, ଇନ୍ସପେକ୍ଟର ଭୀମସେନ ପୂଜାରୀ, କନଷ୍ଟେବଲ ଅଜିତ ପତି, ଦିବ୍ୟନନ୍ଦ ବେହେରା ଓ ଷ୍ଟେନୋ ସୂର୍ଯ୍ୟପ୍ରକାଶ ରାଓ ଘର ପାଖରେ ଛକି ରହିଥିଲେ। ବୈଜନ୍ତୀ ଟଙ୍କା ଦେବାବେଳେ ଡିଏସପି ବାଗ ଏଆର୍‌ଆଇ ବେହେରାଙ୍କୁ କାବୁ କରିବା ସମୟରେ ଦୌଡ଼ି ପଳାଉଥିଲେ। ହେଲେ ଭିଜିଲାନ୍ସ ଟିମ୍‌ ଘେରିଯାଇ ତାଙ୍କୁ କାବୁକରି ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀ ଏଆରଆଇଙ୍କୁ ଗିରଫ କରି ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା କରୁଛନ୍ତି। ଏନେଇ ଭିଜିଲାନ୍ସ ଏକ ମାମଲା(ନଂ.୧/୨୩) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୌଧୁରୀ ଟିକରପଡ଼ା ପଞ୍ଚାୟତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗାଁରୁ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବୁଧବାର...

ଆନ୍ତର୍ଜାତିକ ମହିଳା ଦିବସ ଆଜି: ସୁପର ମଡେଲ ଆଶାରେ ସ୍ବୀକୃତି

ଖଇରା, ୮।୩(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ଗଁ। ମାଟିର ଝିଅ ସ୍ବୀକୃତି ମଡେଲିଂ ଦୁନିଆର ଆକର୍ଷଣରେ ଏବେ ବାନ୍ଧି ହୋଇପଡିଛନ୍ତି। ର଼୍ୟାମ୍ପ ଓ୍ବାକ ଓ...

ବସ୍‌ରୁ ଓହ୍ଲାଇବା ବେଳେ ଯାତ୍ରୀଙ୍କ ମୃତ୍ୟୁ

ରାଇରଙ୍ଗପୁର,୫ା୮(ଡି.ଏନ୍‌.ଏ.): ରାଇରଙ୍ଗପୁର ଟାଉନ ଥାନା ବଡ଼ବଜାର ନିକଟସ୍ଥ ବସଷ୍ଟାଣ୍ଡରେ ସକାଳ ୫ଟା ବେଳେ ରାଉରକେଲାରୁ ବାରିପଦା ଯାଉଥିବା ଏକ ଘରୋଇ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀ...

ଆଜି ରାଜ୍ୟରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୮।୨: ପୁରୀ ଶ୍ରୀମନ୍ଦିରରେ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀଜିଉଙ୍କୁ...

ବ୍ୟବସ୍ଥାରେ ଉନ୍ନତି ଆଣିବ ନୂତନ ଜଳନୀତି

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସମ୍ପର୍କିତ ଆନ୍ତଃବିଭାଗୀୟ ବୈଠକ ରବିବାର ରାଜ୍ୟ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳ ସମ୍ପଦ...

କେନ୍ଦ୍ରାପଡ଼ା ଜିଲାରେ ଟିକା ଅପେକ୍ଷାରେ ୧୧ ଲକ୍ଷ ଲୋକ

କେନ୍ଦ୍ରାପଡ଼ା ଅଫିସ,୩୦୪:ରାଜ୍ୟର ୧୧ ଜିଲା ପରି କେନ୍ଦ୍ରାପଡ଼ା ଜିଲାରେ କୋଭିଡ୍‌-୧୯ ଟିକାକରଣ ଗୁରୁବାର ବନ୍ଦ ରହିଛି। ଟିକା ନ ଥିବାରୁ ଟିକାକରଣ ହୋଇ ପାରିନାହିଁ। ତଥ୍ୟ...

୧୫ ପଦବୀ ଅନୁମୋଦିତ, ୫ ବର୍ଷ ହେଲା ଖାଲି

ରାୟଗଡ଼ା ଅଫିସ,୧୧ା୫: ପାହାଡିଆ ଅଞ୍ଚଳ ରାୟଗଡା ଜିଲାରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ନଦୀ, ପୋଖରୀ, ନାଳ ଆଦି ଶୁଖିଲା ପଡ଼ୁଥିବା ବେଳେ...

Advertisement
Archives

Model This Week