Posted inଖେଳ

ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ

ଦୋହା, ୧୫।୧୨: ଦୁଇଥର ଲେଖାଏ ଟାଇଟଲ ଜିତିଥିବା ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଚଳିତ ଫିଫା ବିଶ୍ୱକପର ଫାଇନାଲ ଅନୁଷ୍ଠିତ ହେବ। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆକୁ ହରାଇଥିବାବେଳେ ବୁଧବାର ଦ୍ୱିତୀୟ ସେମିରେ ପ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ପରାସ୍ତ କରିଛି। ଫ୍ରାନ୍ସ ପକ୍ଷରୁ ଥିଓ ହେର୍ନାଣ୍ଡେଜ ଓ ରାନ୍‌ଡାଲ କୋଲୋ ମୁଆନି ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଆସନ୍ତା ରବିବାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯିବ।

ଆର୍ଜେଣ୍ଟିନା ଉତ୍ସବ ମୁଖରିତ

ଆର୍ଜେଣ୍ଟିନା କାତାର ଫୁଟ୍‌ବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ଏହି ଦେଶରେ ଖୁସିର ଲହରି ଖେଳିଯାଇଥିଲା। ମ୍ୟାଚ ଶେଷ ହେବା ପରେ ରାଜଧାନୀ ବୁଏନ୍ସ ଏୟାର୍ସରେ ପ୍ରଶଂସକମାନେ ରାସ୍ତାକୁ ଚାଲିଆସିଥିଲେ। ଲୋକେ ସେମାନଙ୍କ କାର୍‌ରେ ଜାତୀୟ ପତାକା ହଲାଇ ବିଜୟକୁ ସ୍ବାଗତ କରିଥିଲେ। ଅନ୍ୟ କେତେକ ଜାତୀୟ ଦଳର ଜର୍ସି ପିନ୍ଧି ହର୍ଷ ଉଲ୍ଲାସରେ ନୃତ୍ୟଗୀତରେ ମାତିଯାଇଥିଲେ। ମ୍ୟାଚ୍‌ ବେଳେ କିନ୍ତୁ ବୁଏନ୍ସ ଏୟାର୍ସ ସହର ଏକପ୍ରକାର ନିସ୍ତବ୍ଧ ହୋଇପଡ଼ିଥିଲା। ପ୍ରଶଂସକମାନେ କାଫେ, ରେସ୍ତୋରଁା ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ ଜମାଇ ବଡ଼ ବଡ଼ ସ୍କ୍ରିନ୍‌ରେ ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଦଳର ଖେଳକୁ ଉପଭୋଗ କରୁଥିଲେ। ଏକ ବିଜ୍ଞାପନ ସଂସ୍ଥାରେ କାର୍ଯ୍ୟ କରୁଥିବା ୩୧ ବର୍ଷୀୟ ଏମିଲିଆନୋ ଆଦାମ ଦେଶର ପତାକାର ଏକ ଟୋପି ପିନ୍ଧି ବିଜୟ ଉତ୍ସବରେ ସାମିଲ ହୋଇଥିଲ। ତାଙ୍କ ଆନନ୍ଦର ଆଉ ସୀମା ନାହିଁ। ସେ ପ୍ରଥମ ଥର ଏକ ମ୍ୟାଚକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିପାରିଥିବା କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଆରମ୍ଭ ଯନ୍ତ୍ରଣାଦାୟକ ଥିଲା। ଏହାପରେ ଦଳ ବିଜୟ ପଥକୁ ଫେରିଥିଲା। ଦେଶରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୧୦୦ ପ୍ରତିଶତ ପାଖାପାଖି ରହିଛି, ପ୍ରତି ୧୦ଜଣରେ ୪ଜଣ ଦାରିଦ୍ର୍ୟ କଷାଘାତରେ ଜୀବନ ନିର୍ବାହ କରୁଛନ୍ତି। ମଙ୍ଗଳବାରର ବିଜୟରେ ଆମେ ଏତେ ଉତ୍ସାହିତ ହୋଇପଡ଼ିଛୁ ଯେ, ସତେଯେମିତି ଆମେ ବହୁ ବର୍ଷ ଧରି ଆନନ୍ଦର ସହ ଜୀବନ ଅତିବାହିତ କରିଆସୁଛୁ। ଏହି ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା, ଯାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ ବୋଲି ୨୭ ବର୍ଷୀୟା ଅଭିନେତ୍ରୀ ଲୈଲା ଡେସ୍‌ମେରୀ କହିଛନ୍ତି। ବୁଏନ୍ସ ଏୟାର୍ସ ପଡ଼ୋଶୀ ପାଲରମୋଠାରେ ଥିବା ଏକ ପାରମ୍ପରିକ କାଫେରେ ଟେଲିଭିଜନ ସ୍କ୍ରିନ୍‌ରେ ଲୋକେ ସେମିଫାଇନାଲ ଦେଖୁଥିଲେ। ମ୍ୟାଚରେ ୩୩ ମିନିଟ୍‌ ଖେଳ ଗୋଲ୍‌ଶୂନ୍ୟ ରହିବା ପରେ ସେମାନେ ନର୍ଭସ ହୋଇପଡ଼ିଥିଲେ। ମାତ୍ର ମେସି ପେନାଲ୍ଟି କିକ୍‌ ଜରିଆରେ ଗୋଲ୍‌ ସ୍କୋର କରିବା ମାତ୍ରେ ସ୍ଥାନଟି ଉତ୍ସବ ମୁଖରିତ ହୋଇପଡ଼ିଥିଲା। ଲୋକେ ମେସି, ମେସି, ମେସି ବୋଲି ଚିତ୍କାର କରିବା ସହ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଟେକି ଆଶୀର୍ବାଦ ଭିକ୍ଷା କରିଥିଲେ। ହର୍ଷ ଉଲ୍ଲାସ ଥମିବାକୁ ଯାଉଥିବା ବେଳେ ଜୁଲିଆନ୍‌ ଅଲ୍‌ଭାରେଜଙ୍କ ଗୋଲ ପ୍ରଶଂସକଙ୍କୁ ଖୁସିରେ ଆତ୍ମହରା କରିଦେଇଥିଲା।

ଫାଇନାଲରେ ଫ୍ରାନ୍ସ

ଗତଥରର ଚାମ୍ପିୟନ ଫ୍ରାନ୍ସ କ୍ରମାଗତ ଦ୍ୱିତୀୟ ଥରପାଇଁ ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଅଲ୍‌ ବାୟଟ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଏହି ଦଳ ମରକ୍କୋକୁ ୨-୦ ଗୋଲରେ ହରାଇ ଦେଇଛି। ଫ୍ରାନ୍ସ ଆସନ୍ତା ରବିବାର ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ। ସେମିଫାଇନାଲରେ ପରାଜିତ ଦୁଇ ଦଳ କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ଶନିବାର ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହେବ।
ଚଳିତ ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ ଦେଇ ଆସିଥିବା ମରକ୍କୋ ବିପକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ଫ୍ରାନ୍ସ। ମ୍ୟାଚର ୫ମ ମିନିଟରେ ଥିଓ ହେର୍ନାଣ୍ଡେଜ ଗୋଲଦେଇ ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ। ମରକ୍କୋ ଗୋଲପୋଷ୍ଟ ନିକଟରେ ଏକାଧିକ ଫ୍ରାନ୍ସ ଖେଳାଳିଙ୍କ ମଧ୍ୟରେ ବଲ୍‌ ପାସ୍‌ ମଧ୍ୟରେ ଏହି ଗୋଲଟି ହୋଇଥିଲା। ଭାରାନେଙ୍କଠାରୁ ଗ୍ରିଜମାନ ପାସ୍‌ ପାଇଥିଲେ। ସେ ପଛରେ ଥିବା ଏମ୍‌ବାପେଙ୍କ ନିକଟକୁ ବଲ୍‌ ବଢ଼ାଇ ଦେଇଥିଲେ। ଦୁଇଜଣ ଷ୍ଟ୍ରାଇକର ତାଙ୍କୁ ବ୍ଲକ୍‌ କରିଥିବା ଦେଖି ଏମ୍‌ବାପେ ବଲ୍‌କୁ ହେର୍ନାଣ୍ଡେଜଙ୍କ ନିକଟକୁ ପାସ୍‌ ଦେଇଥିଲେ। ହେର୍ନାଣ୍ଡେଜ ପ୍ରଥମେ ମରକ୍କୋର ଜଣେ ଖେଳାଳି ଏବଂ ପରେ ଗୋଲକିପର ୟାସିନେ ବୌନୋଉଙ୍କୁ ଚକ୍‌ମା ଦେଇ ବଲ୍‌କୁ ଗୋଲପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। କୌଣସି ବିଶ୍ୱକପର ସେମିଫାଇନାଲରେ ଏତେ ଶୀଘ୍ର (୪:୩୯) ଗୋଲ ହେବା ୧୯୫୮ପରେ ପ୍ରଥମ। ୧୯୫୮ ବିଶ୍ୱକପର ସେମିଫାଇନାଲରେ ବ୍ରାଜିଲର ଭିଭା ୨ ମିନିଟ ମଧ୍ୟରେ ଫ୍ରାନ୍ସ ବିପକ୍ଷରେ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଫ୍ରାନ୍ସ ପ୍ରଭାବୀ ରହିଥିଲା। ୭୯ତମ ମିନିଟରେ ଷ୍ଟ୍ରାଇକର ରାନ୍‌ଡାଲ କୋଲୋ ମୁଆନି ଗୋଲଦେଇ ଫ୍ରାନ୍ସର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଏହାଥିଲା ମୁଆନିଙ୍କର ପ୍ରଥମ ଅନ୍ତର୍ଜାତୀୟ ଗୋଲ। ୭୯ତମ ମିନିଟରେ ସେ ଓସମାନେ ଡେମ୍ବେଲେଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ପଡ଼ିଆରେ ପ୍ରବେଶ କରିବାର ୪୪ ସେକେଣ୍ଡ ମଧ୍ୟରେ ଏହି ଗୋଲଟି ଦେଇଥିଲେ। ବିଶ୍ୱକପରେ ଜଣେ ବଦଳ ଖେଳାଳିଭାବେ ଗୋଲ ଦେବାରେ ସେ ଦ୍ୱିତୀୟ ଦ୍ରୁତତମ ହୋଇଥିଲେ। ପୂର୍ବରୁ ୧୯୯୮ ବିଶ୍ୱକପରେ ନାଇଜେରିଆ ବିପକ୍ଷରେ ଡେନ୍‌ମାର୍କର ଇବେ ସାନ୍ଦେ ୨୬ ସେକେଣ୍ଡରେ ଗୋଲ ଦେଇ ଏହି ତାଲିକାର ଶର୍ଷରେ ରହିଛନ୍ତି। ଚଳିତ ବିଶ୍ୱକପରେ ଏହା ପୂର୍ବରୁ ମରକ୍କୋ ବିପକ୍ଷରେ ବିପକ୍ଷ ଦଳର କୌଣସି ଖେଳାଳି ଗୋଲ ଦେଇପାରି ନ ଥିଲେ। କାନାଡ଼ା ବିପକ୍ଷରେ କେବଳ ଦଳ ଗୋଟିଏ ଆତ୍ମଘାତି ଗୋଲ କରିଥିଲା। ଏଠାରେ କିନ୍ତୁ ସେହି ଧାରାକୁ ହେର୍ନାଣ୍ଡେଜ ଓ ମୁଆନି ଭାଙ୍ଗିଥିଲେ। ଫ୍ରାନ୍ସ କୋଚ୍‌ ଡିଡିଏର ଡେଶ୍ଚାମ୍ପ୍ସ ୪-୨-୩-୧ ଓ ମରକ୍କୋ କୋଚ୍‌ ଓ୍ବାଲିଦ ରେଗ୍ରାଗୁଇ ୫-୪-୧ ଲାଇନ୍‌ଅପ୍‌ରେ ଖେଳିଥିଲେ। ହ୍ୟୁଗୋ ଲୋରିସଙ୍କର ଏହାଥିଲା ୧୯ତମ ବିଶ୍ୱକପ ମ୍ୟାଚ। ଫିଫା ବିଶ୍ୱକପ ଇତିହାସରେ ଜଣେ ଗୋଲକିପର ଭାବରେ ସର୍ବାଧିକ ମ୍ୟାଚ ଖେଳିବାରେ ସେ ମାନୁଏଲ ନୁଏରଙ୍କ ସମକକ୍ଷ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri