Posted inଖେଳ

ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ

ଦୋହା, ୧୫।୧୨: ଦୁଇଥର ଲେଖାଏ ଟାଇଟଲ ଜିତିଥିବା ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଚଳିତ ଫିଫା ବିଶ୍ୱକପର ଫାଇନାଲ ଅନୁଷ୍ଠିତ ହେବ। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆକୁ ହରାଇଥିବାବେଳେ ବୁଧବାର ଦ୍ୱିତୀୟ ସେମିରେ ପ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ପରାସ୍ତ କରିଛି। ଫ୍ରାନ୍ସ ପକ୍ଷରୁ ଥିଓ ହେର୍ନାଣ୍ଡେଜ ଓ ରାନ୍‌ଡାଲ କୋଲୋ ମୁଆନି ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଆସନ୍ତା ରବିବାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯିବ।

ଆର୍ଜେଣ୍ଟିନା ଉତ୍ସବ ମୁଖରିତ

ଆର୍ଜେଣ୍ଟିନା କାତାର ଫୁଟ୍‌ବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ଏହି ଦେଶରେ ଖୁସିର ଲହରି ଖେଳିଯାଇଥିଲା। ମ୍ୟାଚ ଶେଷ ହେବା ପରେ ରାଜଧାନୀ ବୁଏନ୍ସ ଏୟାର୍ସରେ ପ୍ରଶଂସକମାନେ ରାସ୍ତାକୁ ଚାଲିଆସିଥିଲେ। ଲୋକେ ସେମାନଙ୍କ କାର୍‌ରେ ଜାତୀୟ ପତାକା ହଲାଇ ବିଜୟକୁ ସ୍ବାଗତ କରିଥିଲେ। ଅନ୍ୟ କେତେକ ଜାତୀୟ ଦଳର ଜର୍ସି ପିନ୍ଧି ହର୍ଷ ଉଲ୍ଲାସରେ ନୃତ୍ୟଗୀତରେ ମାତିଯାଇଥିଲେ। ମ୍ୟାଚ୍‌ ବେଳେ କିନ୍ତୁ ବୁଏନ୍ସ ଏୟାର୍ସ ସହର ଏକପ୍ରକାର ନିସ୍ତବ୍ଧ ହୋଇପଡ଼ିଥିଲା। ପ୍ରଶଂସକମାନେ କାଫେ, ରେସ୍ତୋରଁା ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ ଜମାଇ ବଡ଼ ବଡ଼ ସ୍କ୍ରିନ୍‌ରେ ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଦଳର ଖେଳକୁ ଉପଭୋଗ କରୁଥିଲେ। ଏକ ବିଜ୍ଞାପନ ସଂସ୍ଥାରେ କାର୍ଯ୍ୟ କରୁଥିବା ୩୧ ବର୍ଷୀୟ ଏମିଲିଆନୋ ଆଦାମ ଦେଶର ପତାକାର ଏକ ଟୋପି ପିନ୍ଧି ବିଜୟ ଉତ୍ସବରେ ସାମିଲ ହୋଇଥିଲ। ତାଙ୍କ ଆନନ୍ଦର ଆଉ ସୀମା ନାହିଁ। ସେ ପ୍ରଥମ ଥର ଏକ ମ୍ୟାଚକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିପାରିଥିବା କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଆରମ୍ଭ ଯନ୍ତ୍ରଣାଦାୟକ ଥିଲା। ଏହାପରେ ଦଳ ବିଜୟ ପଥକୁ ଫେରିଥିଲା। ଦେଶରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୧୦୦ ପ୍ରତିଶତ ପାଖାପାଖି ରହିଛି, ପ୍ରତି ୧୦ଜଣରେ ୪ଜଣ ଦାରିଦ୍ର୍ୟ କଷାଘାତରେ ଜୀବନ ନିର୍ବାହ କରୁଛନ୍ତି। ମଙ୍ଗଳବାରର ବିଜୟରେ ଆମେ ଏତେ ଉତ୍ସାହିତ ହୋଇପଡ଼ିଛୁ ଯେ, ସତେଯେମିତି ଆମେ ବହୁ ବର୍ଷ ଧରି ଆନନ୍ଦର ସହ ଜୀବନ ଅତିବାହିତ କରିଆସୁଛୁ। ଏହି ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା, ଯାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ ବୋଲି ୨୭ ବର୍ଷୀୟା ଅଭିନେତ୍ରୀ ଲୈଲା ଡେସ୍‌ମେରୀ କହିଛନ୍ତି। ବୁଏନ୍ସ ଏୟାର୍ସ ପଡ଼ୋଶୀ ପାଲରମୋଠାରେ ଥିବା ଏକ ପାରମ୍ପରିକ କାଫେରେ ଟେଲିଭିଜନ ସ୍କ୍ରିନ୍‌ରେ ଲୋକେ ସେମିଫାଇନାଲ ଦେଖୁଥିଲେ। ମ୍ୟାଚରେ ୩୩ ମିନିଟ୍‌ ଖେଳ ଗୋଲ୍‌ଶୂନ୍ୟ ରହିବା ପରେ ସେମାନେ ନର୍ଭସ ହୋଇପଡ଼ିଥିଲେ। ମାତ୍ର ମେସି ପେନାଲ୍ଟି କିକ୍‌ ଜରିଆରେ ଗୋଲ୍‌ ସ୍କୋର କରିବା ମାତ୍ରେ ସ୍ଥାନଟି ଉତ୍ସବ ମୁଖରିତ ହୋଇପଡ଼ିଥିଲା। ଲୋକେ ମେସି, ମେସି, ମେସି ବୋଲି ଚିତ୍କାର କରିବା ସହ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଟେକି ଆଶୀର୍ବାଦ ଭିକ୍ଷା କରିଥିଲେ। ହର୍ଷ ଉଲ୍ଲାସ ଥମିବାକୁ ଯାଉଥିବା ବେଳେ ଜୁଲିଆନ୍‌ ଅଲ୍‌ଭାରେଜଙ୍କ ଗୋଲ ପ୍ରଶଂସକଙ୍କୁ ଖୁସିରେ ଆତ୍ମହରା କରିଦେଇଥିଲା।

ଫାଇନାଲରେ ଫ୍ରାନ୍ସ

ଗତଥରର ଚାମ୍ପିୟନ ଫ୍ରାନ୍ସ କ୍ରମାଗତ ଦ୍ୱିତୀୟ ଥରପାଇଁ ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଅଲ୍‌ ବାୟଟ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଏହି ଦଳ ମରକ୍କୋକୁ ୨-୦ ଗୋଲରେ ହରାଇ ଦେଇଛି। ଫ୍ରାନ୍ସ ଆସନ୍ତା ରବିବାର ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ। ସେମିଫାଇନାଲରେ ପରାଜିତ ଦୁଇ ଦଳ କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ଶନିବାର ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହେବ।
ଚଳିତ ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ ଦେଇ ଆସିଥିବା ମରକ୍କୋ ବିପକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ଫ୍ରାନ୍ସ। ମ୍ୟାଚର ୫ମ ମିନିଟରେ ଥିଓ ହେର୍ନାଣ୍ଡେଜ ଗୋଲଦେଇ ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ। ମରକ୍କୋ ଗୋଲପୋଷ୍ଟ ନିକଟରେ ଏକାଧିକ ଫ୍ରାନ୍ସ ଖେଳାଳିଙ୍କ ମଧ୍ୟରେ ବଲ୍‌ ପାସ୍‌ ମଧ୍ୟରେ ଏହି ଗୋଲଟି ହୋଇଥିଲା। ଭାରାନେଙ୍କଠାରୁ ଗ୍ରିଜମାନ ପାସ୍‌ ପାଇଥିଲେ। ସେ ପଛରେ ଥିବା ଏମ୍‌ବାପେଙ୍କ ନିକଟକୁ ବଲ୍‌ ବଢ଼ାଇ ଦେଇଥିଲେ। ଦୁଇଜଣ ଷ୍ଟ୍ରାଇକର ତାଙ୍କୁ ବ୍ଲକ୍‌ କରିଥିବା ଦେଖି ଏମ୍‌ବାପେ ବଲ୍‌କୁ ହେର୍ନାଣ୍ଡେଜଙ୍କ ନିକଟକୁ ପାସ୍‌ ଦେଇଥିଲେ। ହେର୍ନାଣ୍ଡେଜ ପ୍ରଥମେ ମରକ୍କୋର ଜଣେ ଖେଳାଳି ଏବଂ ପରେ ଗୋଲକିପର ୟାସିନେ ବୌନୋଉଙ୍କୁ ଚକ୍‌ମା ଦେଇ ବଲ୍‌କୁ ଗୋଲପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। କୌଣସି ବିଶ୍ୱକପର ସେମିଫାଇନାଲରେ ଏତେ ଶୀଘ୍ର (୪:୩୯) ଗୋଲ ହେବା ୧୯୫୮ପରେ ପ୍ରଥମ। ୧୯୫୮ ବିଶ୍ୱକପର ସେମିଫାଇନାଲରେ ବ୍ରାଜିଲର ଭିଭା ୨ ମିନିଟ ମଧ୍ୟରେ ଫ୍ରାନ୍ସ ବିପକ୍ଷରେ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଫ୍ରାନ୍ସ ପ୍ରଭାବୀ ରହିଥିଲା। ୭୯ତମ ମିନିଟରେ ଷ୍ଟ୍ରାଇକର ରାନ୍‌ଡାଲ କୋଲୋ ମୁଆନି ଗୋଲଦେଇ ଫ୍ରାନ୍ସର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଏହାଥିଲା ମୁଆନିଙ୍କର ପ୍ରଥମ ଅନ୍ତର୍ଜାତୀୟ ଗୋଲ। ୭୯ତମ ମିନିଟରେ ସେ ଓସମାନେ ଡେମ୍ବେଲେଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ପଡ଼ିଆରେ ପ୍ରବେଶ କରିବାର ୪୪ ସେକେଣ୍ଡ ମଧ୍ୟରେ ଏହି ଗୋଲଟି ଦେଇଥିଲେ। ବିଶ୍ୱକପରେ ଜଣେ ବଦଳ ଖେଳାଳିଭାବେ ଗୋଲ ଦେବାରେ ସେ ଦ୍ୱିତୀୟ ଦ୍ରୁତତମ ହୋଇଥିଲେ। ପୂର୍ବରୁ ୧୯୯୮ ବିଶ୍ୱକପରେ ନାଇଜେରିଆ ବିପକ୍ଷରେ ଡେନ୍‌ମାର୍କର ଇବେ ସାନ୍ଦେ ୨୬ ସେକେଣ୍ଡରେ ଗୋଲ ଦେଇ ଏହି ତାଲିକାର ଶର୍ଷରେ ରହିଛନ୍ତି। ଚଳିତ ବିଶ୍ୱକପରେ ଏହା ପୂର୍ବରୁ ମରକ୍କୋ ବିପକ୍ଷରେ ବିପକ୍ଷ ଦଳର କୌଣସି ଖେଳାଳି ଗୋଲ ଦେଇପାରି ନ ଥିଲେ। କାନାଡ଼ା ବିପକ୍ଷରେ କେବଳ ଦଳ ଗୋଟିଏ ଆତ୍ମଘାତି ଗୋଲ କରିଥିଲା। ଏଠାରେ କିନ୍ତୁ ସେହି ଧାରାକୁ ହେର୍ନାଣ୍ଡେଜ ଓ ମୁଆନି ଭାଙ୍ଗିଥିଲେ। ଫ୍ରାନ୍ସ କୋଚ୍‌ ଡିଡିଏର ଡେଶ୍ଚାମ୍ପ୍ସ ୪-୨-୩-୧ ଓ ମରକ୍କୋ କୋଚ୍‌ ଓ୍ବାଲିଦ ରେଗ୍ରାଗୁଇ ୫-୪-୧ ଲାଇନ୍‌ଅପ୍‌ରେ ଖେଳିଥିଲେ। ହ୍ୟୁଗୋ ଲୋରିସଙ୍କର ଏହାଥିଲା ୧୯ତମ ବିଶ୍ୱକପ ମ୍ୟାଚ। ଫିଫା ବିଶ୍ୱକପ ଇତିହାସରେ ଜଣେ ଗୋଲକିପର ଭାବରେ ସର୍ବାଧିକ ମ୍ୟାଚ ଖେଳିବାରେ ସେ ମାନୁଏଲ ନୁଏରଙ୍କ ସମକକ୍ଷ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?