ଖରାଦିନରେ ବାରମ୍ବାର ପରିସ୍ରା ଲାଗୁଛି କି, ହୋଇପାରେ ଏସବୁ ମାରାତ୍ମକ ରୋଗର ଲକ୍ଷଣ…

ସାଧାରଣତଃ ଲୋକମାନେ ଖରାଦିନରେ କମ୍‌ ପରିସ୍ରା କରନ୍ତି। କାରଣ ଶରୀରର ଅଧିକାଂଶ ବିଷାକ୍ତ ଉପାଦାନ ଝାଳ ମାଧ୍ୟମରେ ବାହାରି ଯାଏ। ଯଦି ଆପଣ ଗ୍ରୀଷ୍ମଋତୁରେ ମଧ୍ୟ ବାରମ୍ବାର ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି, ତେବେ ସତର୍କ ରୁହନ୍ତୁ। କାରଣ ଏହା କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ରୋଗର ଲକ୍ଷଣ ହୋଇପାରେ।

ଗ୍ରୀଷ୍ମ ଋତୁରେ ବାରମ୍ବାର ପରିସ୍ରା କରିବା ଦାରା ୟୁଟିଆଇ, କିଡ୍‌ନୀ ସମସ୍ୟା, ମୂତ୍ରାଶୟ ସମସ୍ୟା ଏବଂ ଡିହାଇଡ୍ରେସନ ମଧ୍ୟ ହୋଇପାରେ। ସାଧାରଣତଃ, ଗ୍ରୀଷ୍ମଋତୁରେ ଅଧିକ ପାଣି ବ୍ୟବହାର କରାଯାଏ। ସେଥିପାଇଁ ଆମେ ଧରି ନେଉଛୁ ଯେ, ଆମେ ଅଧିକ ପାଣି ପିଉଥିବାରୁ, ଆମେ ଅଧିକ ପରିସ୍ରା କରୁଛୁ। କିନ୍ତୁ ଗ୍ରୀଷ୍ମ ଋତୁରେ ବାରମ୍ବାର ପରିସ୍ରା ହେବା ଅନେକ ଗମ୍ଭୀର ରୋଗକୁ ସୂଚାଇଥାଏ। ଆମେ କେବଳ ଶୋଷ ଲାଗିଲେ ପାଣି ପିଉ। ଏହାର ଅର୍ଥ ହେଉଛି ଶରୀରକୁ ପାଣି ଦରକାର, ତେଣୁ ପାଣି ପିଆଯାଉଛି। ଯେତେବେଳେ ଶରୀରକୁ ପାଣି ଦରକାର, ତେବେ ଏହା ବାରମ୍ବାର ପରିସ୍ରା କାହିଁକି ବାହାର କରୁଛି? ଏହା ବିଚାର କରାଯିବା ଉଚିତ। ଗ୍ରୀଷ୍ମ ଋତୁରେ ବାରମ୍ବାର ପରିସ୍ରା ଯିବା ଦ୍ୱାରା କେଉଁ ରୋଗ ହୁଏ ଜାଣନ୍ତୁ ସେ ସମ୍ପର୍କରେ…

ସବୁଠାରୁ ସାଧାରଣ କାରଣ ହେଉଛି ମୂତ୍ରନଳୀ ସଂକ୍ରମଣ (UTI)। ଏହି ସମସ୍ୟାରେ ବାରମ୍ବାର ପରିସ୍ରା ହେବା ଏବଂ ପରିସ୍ରା କରିବା ସମୟରେ ଜଳାପୋଡ଼ା ଅନୁଭବ କରିଥାନ୍ତି। ଏହା ସହିତ ଜ୍ୱର ମଧ୍ୟ ହୋଇପାରେ।

ଡାଇବେଟିସ୍‌ ରୋଗୀଙ୍କୁ ମଧ୍ୟ ବାରମ୍ବାର ପରିସ୍ରା କରିବାକୁ ପଡ଼ିଥାଏ। ଏଥିରେ ଡାଇବେଟିସ୍‌ର ପ୍ରାରମ୍ଭିକ ଲକ୍ଷଣ ଅନ୍ତର୍ଭୁକ୍ତ। ଏହି ରୋଗର ଆରମ୍ଭରେ ପ୍ରତି ଅଧ ଘଣ୍ଟାରେ ପରିସ୍ରା ଲାଗିଥାଏ।

ଗ୍ରୀଷ୍ମ ଋତୁରେ ବାରମ୍ବାର ପରିସ୍ରା ହେବାର ଏକ କାରଣ ମଧ୍ୟ ଡିହାଇଡ୍ରେସନ ହୋଇପାରେ। ଶରୀରରେ ପାଣିର ଅଭାବ ହେତୁ ପରିସ୍ରା ଘନ ହୋଇଯାଏ ଏବଂ ବାରମ୍ବାର ପରିସ୍ରା କରିବାକୁ ପଡ଼ିଥାଏ।

ଯେତେବେଳେ ମୂତ୍ରାଶୟ ଅତ୍ୟଧିକ ସକ୍ରିୟ ହୋଇଯାଏ, ସେହି କାରଣରୁ ବାରମ୍ବାର ପରିସ୍ରା କରିବାକୁ ପଡ଼ିଥାଏ। ଏହା ବ୍ୟତୀତ ଯଦି ପ୍ରୋଷ୍ଟେଟ୍‌ ଗ୍ରନ୍ଥିରେ ସମସ୍ୟା ଥାଏ, ତେବେ ବାରମ୍ବାର ପରିସ୍ରା କରିବାକୁ ପଡ଼ିଥାଏ। କାରଣ ପ୍ରୋଷ୍ଟେଟ ଗ୍ରନ୍ଥିରେ ସମସ୍ୟା ଥିଲେ, ସମ୍ପୂର୍ଣ୍ଣ ପରିସ୍ରା ଗୋଟିଏ ଥରରେ ବାହାରିଯାଏ ନାହିଁ। ତେଣୁ ଯଦି ଆପଣ ଗ୍ରୀଷ୍ମ ଋତୁରେ ବାରମ୍ବାର ପରିସ୍ରା କରୁଛନ୍ତି, ତେବେ ସତର୍କ ରୁହନ୍ତୁ ଏବଂ ଆପଣଙ୍କ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?