୬ କୋଟିର ବକ୍ସ କଲଭର୍ଟ କାମରେ ମନମାନି

ଜଗତ୍‌ସିଂହପୁର,୧୨ା୩(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟଠାରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ତୃତୀୟ ପର୍ଯ୍ୟାୟ ବକ୍ସ କଲଭର୍ଟ ନିର୍ମାଣ ଚାଲିଛି। ଏଥିରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ବଡ କଥା ହେଲା, ଏହି କେନାଲ ଶଯ୍ୟା ଖୋଳାଯାଇ ଯେଉଁ ମାଟି ବାହାରୁଛି ତାହା ବେଧଡ଼କରେ ବିକ୍ରି ଚାଲିଛି। ମାଟିର ଚାହିଦା ରହୁଥିବାରୁ ଠିକାଦାର ଏ ବାବଦରେ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଛନ୍ତି। କନ୍ଦରପୁର-ଜଗତ୍‌ସିଂହପୁର ୫୫ ନଂ. ଜାତୀୟ ରାଜପଥ କାମ ଚାଲିଥିବାରୁ ବହୁ ପରିମାଣର ମାଟି ଓ ବାଲି ଆବଶ୍ୟକ ହେଉଛି। କେନାଲରୁ ବାହାରୁଥିବା ମାଟି ଏହି କାମରେ ବ୍ୟବହାର ପାଇଁ ହାଇୱାରେ ଚାଲାଣ ହେଉଥିବା କୁହାଯାଉଛି। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ବିକ୍ରି ହେଉଛି। କେବଳ ଏତିକି ନୁହେଁ, କେନାଲ ଉଭୟ ପାର୍ଶ୍ୱରେ ଥିବା ପଥର ଆଦି ଖୋଳାଯାଇ ସେଗୁଡିକୁ ଶଯ୍ୟାରେ ବିଛାଯାଉଛି। କିନ୍ତୁ କେତେ ପଥର ବାହାରିଲା, କେତେ ବ୍ୟବହାର ହେଲା, ସେସବୁ କିପରି ମାପ ହେଉଛି ଆଦି ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ମିଳୁନି। ଅନ୍ୟପଟେ ଶ୍ରମ ଆଇନ ପାଳନ କରାଯାଉନାହିଁ। ଏହି କାମରେ ରାଜ୍ୟ ଓ ବାହାର ଶ୍ରମିକମାନଙ୍କୁ ଲଗାଯାଉଥିବାରୁ କୌଣସି ସମୟରେ କିଛି ଅଘଟଣ ଘଟିଲେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ହେଲା ଜନଗହଳିପୂର୍ଣ୍ଣ ଜଗତ୍‌ସିଂହପୁର ସହରରେ ଏତେ ଟଙ୍କାର ଏହି କାମ ଚାଲିଥିଲେ ସୁଦ୍ଧା ସୂଚନାଫଳକ ମରାଯାଇନାହିଁ, ଯାହାକି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇ ଦେଇଛି। ମଙ୍ଗଳବାର ସୁଦ୍ଧା ସୂଚନାଫଳକ ନ ଲାଗିଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ କେତେଜଣ ସାମାଜିକ କର୍ମୀ ଚେତାବନୀ ଦେଇଛନ୍ତି। ସେମାନଙ୍କ ଯୁକ୍ତି ହେଲା କାମର ଦୈର୍ଘ୍ୟ, ପ୍ରସ୍ଥ, ମୋଟେଇ, ବ୍ୟବହାର ହେବାକୁ ଥିବା ସାମଗ୍ରୀର ଭାଗମାପ ଆଦି ସମ୍ପର୍କରେ ଲୋକେ ଜାଣିବା ଅଧିକାର ଅଛି। ଏଥିସହ କେଉଁ ଗ୍ରେଡ୍‌ର କଂକ୍ରିଟ, ଷ୍ଟିଲ (ରଡ୍‌), ଗୋଡି ଓ ସିମେଣ୍ଟ (ବ୍ରାଣ୍ଡ ଅନୁସାରେ) ବ୍ୟବହାର ହେବ ତା’ଉପରେ ଜାଣିବା ଆବଶ୍ୟକ। କେବଳ ଏତିକି ନୁହେଁ ସିମେଣ୍ଟ, ବାଲି, ଗୋଡି ଓ ରଡ ଆଦି କେତେ ପରିମାଣର ବ୍ୟବହାର ହେବ ତା’ଉପରେ ସୂଚନା ଦରକାର। କାନ୍ଥ ଓ ଛାତର ଲମ୍ବା, ପ୍ରସ୍ଥ, ମୋଟେଇ ସାଙ୍ଗକୁ ତଳ ବେଡ୍‌ର କଂକ୍ରିଟ ଭାଗମାପ, ରଡ ବାଇଣ୍ଡିଂ ଗ୍ୟାପ (ଦୂରତା) ଆଦି ଉପରେ ପୂର୍ଣ୍ଣ ସୂଚନା ନ ରହିଲେ କାମର ସ୍ବଚ୍ଛତା ଆସିପାରିବ ନାହିଁ। ଲୋକେ ସୂଚନାଫଳକ ଦେଖି କାମ ଠିକ୍‌ କି ତ୍ରୁଟିପୂର୍ଣ୍ଣ ହେଉଛି ଜାଣି ପରବର୍ତ୍ତୀ ପଦକ୍ଷେପ ନେବାକୁ ସୁଯୋଗ ପାଇବେ ବୋଲି କୁହାଯାଇଛି।
ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୬ କୋଟି ୪୦ ଲକ୍ଷ ଟଙ୍କାର ଏହି କାମ ୪ା୩ା୨୪ରୁ ଆରମ୍ଭ ହୋଇ ୩ା୩ା୨୫ ମଧ୍ୟରେ ସରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଠିକାଦାରଙ୍କ ପକ୍ଷରୁ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ତେବେ ମେଶିନ କେନାଲ ଉଭୟ ପାର୍ଶ୍ୱ ଖୋଳି ସମାନ କରୁଛି। କିନ୍ତୁ ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ଥିବାରୁ ଅଚାନକ ବର୍ଷା, ପବନ ହେଲେ ବିପଦ ଆଶଙ୍କା ରହୁଛି। କାରଣ ଗତବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କେନାଲର ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବକ୍ସ କଲଭର୍ଟ କାମ ଚାଲିଥିଲା। ବର୍ଷା, ପବନ ହେବାରୁ ଏକ ବିଦ୍ୟୁତ ଖୁଣ୍ଟ ମାଟି ଧସି ଯାଇଥିଲା। ଠିକ୍‌ ସମୟରେ ବାଲି ବସ୍ତା ଖୁଣ୍ଟ ମୂଳରେ ଗଦା କରାଯିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇଥିଲା। ଏ ସମ୍ପର୍କରେ ଡିଭିଜନ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରଦୀପ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, କେନାଲରୁ ମାଟି କାଢି କାମ କରିବାକୁ ଠିକାଦାରଙ୍କୁ ଅନୁମତି ଦିଆଯାଇଛି। ଏହି ମାଟି ସେ କ’ଣ କରିବେ ତାହା ଠିକାଦାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ସେହିପରି କେନାଲ ଉଭୟ ପାର୍ଶ୍ୱରୁ ବାହାରିଥିବା ପଥର ଆଦି ବ୍ୟବହାର ଅନୁମତି ଅଛି। ଯେତିକି ବ୍ୟବହାର ହେଉଛି ଅସୁବିଧା ନାହିଁ। ତା’ବାଦ୍‌ ଅଧିକ ଆବଶ୍ୟକ ହେଲେ ଠିକାଦାର କିଣି ବିଲ୍‌ କରିପାରିବେ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?