ଅରଟ କଥା

ଡା.ଉମେଶ ଚନ୍ଦ୍ର ପାତ୍ର

 

୧୯୪୮ ଜାନୁୟାରୀ ୧୩ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଶେଷଥର ପାଇଁ ଅନଶନ କରିଥା’ନ୍ତି-ଦିଲ୍ଲୀର ବିରଳାଭବନରେ। ସର୍ତ୍ତଥିଲା- ସାଂପ୍ରଦାୟିକ ଦଙ୍ଗାର ଅବସାନ ସହ ପାକିସ୍ତାନ ପାଇଁ ସମ୍ପତ୍ତି ଭରଣା ଲାଗି ୫୫ କୋଟି ଟଙ୍କା ପ୍ରଦାନର ପ୍ରତିଶ୍ରୁତି। ଆଉ ତାଙ୍କର ଏହି ଦାବି ଥିଲା ସ୍ବାଧୀନ ଭାରତର ନୂଆ ସରକାରଙ୍କ ନିକଟରେ। ଅନଶନରେ ଗାନ୍ଧୀଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଲା। ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ। ଶେଷରେ ବୁଝାଶୁଝା ପରେ ସେ ଅନଶନ ଭାଙ୍ଗିଲେ। ଖାଇସାରି ବିଶ୍ରାମ ନେବେ କ’ଣ ପାଖକୁ ତାଙ୍କର ଚିର ପରିଚିତ ‘ଅରଟ’ଟିକୁ ଆଣିବାକୁ କହିଲେ। କେହି ଜଣେ ଅରଟଟି ଆଣି ତାଙ୍କ ହାତକୁ ବଢ଼େଇ ଦେବା ପରେ ସେ କ୍ଲାନ୍ତ ଥିଲେ ମଧ୍ୟ ସୂତାକାଟିବା ଆରମ୍ଭ କରିଦେଲେ। ଡାକ୍ତର ଆସି ତାଙ୍କୁ ଏଥିରୁ ବାରଣ କରିଥିଲେ ବି ସେ ତାଙ୍କ କଥା ମାନି ନ ଥିଲେ। ଖାଦ୍ୟ ଗ୍ରହଣ କରିଛନ୍ତି ଯେତେବେଳେ ପରିଶ୍ରମ ହିଁ କରିବାକୁ ପଡ଼ିବ। ଯେଉଁ ଅରଟ ଦେଶକୁ ବିଦେଶୀ ଶୃଙ୍ଖଳରୁ ମୁକ୍ତିଦେଲା, ଲୋକଙ୍କୁ ଦେଲା ବଞ୍ଚତ୍ବାର ରାହା, ବତେଇ ଦେଲା ସ୍ବାବଲମ୍ବୀ ହେବାର ପନ୍ଥା – ସେଇ ଅରଟକୁ ସେ କ’ଣ ଛାଡ଼ିପାରିବେ? ଓଡ଼ିଶାରେ ପଦଯାତ୍ରା ବେଳେ ମହାତ୍ମା ଗାନ୍ଧୀ ତାଙ୍କ ସହ ବାଟ ଚାଲୁଥିବା କର୍ମୀ ଓ ସାଧାରଣ ଲୋକଙ୍କୁ ଅରଟରେ ସୂତା କାଟିବା ପାଇଁ ପ୍ରବର୍ତ୍ତାଉଥିଲେ। ବେକାର ଓ ଆଳସ୍ୟ ଦୂରୀକରଣ ପାଇଁ ଅରଟ ଥିଲା ସେସମୟର ଲୋକଙ୍କ ଲାଗି ପ୍ରକୃଷ୍ଟ ପନ୍ଥା। ଦେଶୀୟ ଜିନିଷର ବ୍ୟବହାର ଲୋକଙ୍କ ଭିତରେ ଜାତୀୟତାବୋଧ ସୃଷ୍ଟି କଲା। ଅରଟ ଲୋକ ବିଶ୍ୱାସରେ ଥିଲା – ଦେଶପ୍ରୀତିର ସଂକେତ, ଯାହାକୁ ନେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି – ‘ଭାଇ ହେ ଏବେ ଅରଟ କାଟ, ଆଉ କିଛି ଭରସା ନାହିଁ, ଅରଟ ଏକା ମୁକତି ବାଟ ।’
୧୯୨୧ରେ ଯାଜପୁର ଓ ଆଖପାଖ ଅଞ୍ଚଳରେ ଉତ୍କଳମଣି ଗୋପବନ୍ଧୁ ଦାସ ବିଦେଶୀ ବସ୍ତ୍ର ବର୍ଜନ ଉପରେ ବିଭିନ୍ନ ସଭା କରି ଉଦ୍‌ବୋଧନ ଦେଉଥିବାବେଳେ ଲୋକେ ଅନେକସ୍ଥଳେ ତାଙ୍କୁ ଅରଟରେ କଟା ହୋଇଥିବା ସୂତାର ମାଳ କରି ବେକରେ ପିନ୍ଧାଇ ଦେଉଥିଲେ। ଏଥିରୁ ସ୍ବଦେଶୀ ଆନ୍ଦୋଳନ ପ୍ରତି ଜନ ସାଧାରଣଙ୍କର ଯେ କେତେ ସମର୍ଥନ ଥିଲା ତାହା ସ୍ପଷ୍ଟ ହୋଇଥାଏ। ଅଶୋକ ଧର୍ମଚକ୍ର ପୂର୍ବରୁ ଭାରତର ଜାତୀୟ ପତାକା ଇତିହାସରେ ଅରଟକୁ ପ୍ରତୀକ ଭାବେ ନିଆଯାଇଥିଲା। ୧୯୨୧ରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ନିଖିଳ ଭାରତ କଂଗ୍ରେସ ଅଧିବେଶନ ସମୟରେ ଜଣେ ଯୁବକ ଲାଲ ଓ ସବୁଜ ରଙ୍ଗରେ ପତାକା ତିଆରି କରି ଗାନ୍ଧିଜୀଙ୍କୁ ଦେଖାଇବାରୁ ଗାନ୍ଧିଜୀ ଏଥିରେ ଧଳାପଟି ରଖି ତା’ ଭିତରେ ଅରଟ ଚିହ୍ନଟିଏ ଆଙ୍କିବାର ପ୍ରସ୍ତାବ ଦେଲେ। ଅରଟ ଥିବା ଏହି ପତାକା ତତ୍କାଳୀନ ସମୟରେ ଲୋକପ୍ରିୟତା ହାସଲ କରିବା ସହ ଜାତିପ୍ରୀତିରେ ଉଦ୍‌ବୁଦ୍ଧ କରିଥିଲା ଲୋକଙ୍କୁ। ଅରଟ ଏକଦା ଆମ ଚଳଣି ଓ ସଂସ୍କୃତିରେ ତା’ର ପ୍ରାଚୀନତାକୁ ବଜାୟ ରଖିଥିଲା। ଅରଟ ବୁଲାଇ ସୂତାକାଟିବାବେଳେ କ୍ଲାନ୍ତି ଦୂର ପାଇଁ ଲୋକେ ଯେଉଁ ଗୀତ ବୋଲୁଥିଲେ ତାହା ଥିଲା ଖୁବ୍‌ ମର୍ମସ୍ପର୍ଶ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଗୋପାଳଚନ୍ଦ୍ର ପ୍ରହରାଜ ଯେଉଁ ଅରଟ ଗୀତଟି ଦେଇଛନ୍ତି – ତାହା ଆମ ଲୋକଗୀତର ଅଂଶ।‘ଅରଟ ଗୁଇଁ ଗାଇଁ ଲୋକ ବୁଢ଼ୀ! ତୋ ସୂତା ନଟେଇ କାହିଁ ? ସୂତା ନଟେଇ ନାହିଁରେ ବୁଢ଼ା! ନିତି ହାଟକୁ ଯାଇଁ।ନିତି ହାଟକୁ ଯାଉ ଲୋ ବୁଢ଼ୀ! ତୋ କଉଡ଼ି ବୁଜୁଳି କାହିଁ? କଉଡି ବୁଜୁଳି ନାହିଁରେ ବୁଢ଼ା! ବଙ୍ଗଳା ପାନ ଖାଇ।ବଙ୍ଗଳା ପାନ ଖାଉଲୋ ବୁଢ଼ୀ! ପାହାନ୍ତି ପଖାଳ ଖାଇ।ପାହାନ୍ତି ପଖାଳ ଖାଉଲୋ ବୁଢ଼ୀ! ତୋ ପେଟ ଉଞ୍ଚ ନାହିଁ।ପେଟ ଉଞ୍ଚ ନାହିଁରେ ବୁଢ଼ା! ସକାଳୁ ବାଡ଼ିକି ଯାଇଁ। ସକାଳୁ ବାଡ଼ି କି ଯାଉଲୋ ବୁଢ଼ୀ! ତୋ ଗୋଡ଼ ତ ଓଦା ନାହିଁ। ଗୋଡ଼ ଓଦା ନାହିଁରେ ବୁଢ଼ା! ନିଆଁକୁ ଦେଖେଇ ଥାଇଁ। ନିଆଁକୁ ଦେଖେଇ ଥାଉଲୋ ବୁଢ଼ୀ! ଗୋଡ଼ ତ ଉଷୁମ ନାହିଁ। ଗୋଡ଼ ଉଷୁମ ନାହିଁରେ ବୁଢ଼ା! ଦିହରେ ବହପ କାହିଁ ।’
ପୂର୍ବକାଳରେ ଘରେ ଘରେ ଲୋକେ କପାରୁ ଅରଟରେ ସୂତାକାଟି, ଏହି ସୂତା ସହ ମଜୁରି ବୁଣାକାରକୁ ଦେଇ ପରିବାର ପାଇଁ ଆବଶ୍ୟକ ଲୁଗା ପାଉଥିଲେ। ପୂର୍ବରୁ ପୁରୁଣା କାଳିଆ ଅରଟରେ ଲୋକେ ସୂତା କାଟୁଥିବାବେଳେ, ପରେ କାଠ ଅରଟ ତିଆରି ହୋଇ ଲୋକଙ୍କ ବ୍ୟବହାରରେ ଆସିଥିଲା। ପରେ ବାକ୍ସ ଚରଖା ଓ ଅମ୍ବର ଚରଖା – ଏହି ଅରଟର ଭିନ୍ନ ରୂପ ଥିଲା। ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଅରଟ ବିଞ୍ଚତ୍ ଦେଇଥିଲା – ଦେଶପ୍ରେମର ବହ୍ନି ଆଉ ଦେଖାଇ ଦେଇଥିଲା ମୁକତିର ବାଟ।
ପ୍ରଫେସର, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ମୋ : ୮୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri