ଅରଟ କଥା

ଡା.ଉମେଶ ଚନ୍ଦ୍ର ପାତ୍ର

 

୧୯୪୮ ଜାନୁୟାରୀ ୧୩ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଶେଷଥର ପାଇଁ ଅନଶନ କରିଥା’ନ୍ତି-ଦିଲ୍ଲୀର ବିରଳାଭବନରେ। ସର୍ତ୍ତଥିଲା- ସାଂପ୍ରଦାୟିକ ଦଙ୍ଗାର ଅବସାନ ସହ ପାକିସ୍ତାନ ପାଇଁ ସମ୍ପତ୍ତି ଭରଣା ଲାଗି ୫୫ କୋଟି ଟଙ୍କା ପ୍ରଦାନର ପ୍ରତିଶ୍ରୁତି। ଆଉ ତାଙ୍କର ଏହି ଦାବି ଥିଲା ସ୍ବାଧୀନ ଭାରତର ନୂଆ ସରକାରଙ୍କ ନିକଟରେ। ଅନଶନରେ ଗାନ୍ଧୀଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଲା। ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ। ଶେଷରେ ବୁଝାଶୁଝା ପରେ ସେ ଅନଶନ ଭାଙ୍ଗିଲେ। ଖାଇସାରି ବିଶ୍ରାମ ନେବେ କ’ଣ ପାଖକୁ ତାଙ୍କର ଚିର ପରିଚିତ ‘ଅରଟ’ଟିକୁ ଆଣିବାକୁ କହିଲେ। କେହି ଜଣେ ଅରଟଟି ଆଣି ତାଙ୍କ ହାତକୁ ବଢ଼େଇ ଦେବା ପରେ ସେ କ୍ଲାନ୍ତ ଥିଲେ ମଧ୍ୟ ସୂତାକାଟିବା ଆରମ୍ଭ କରିଦେଲେ। ଡାକ୍ତର ଆସି ତାଙ୍କୁ ଏଥିରୁ ବାରଣ କରିଥିଲେ ବି ସେ ତାଙ୍କ କଥା ମାନି ନ ଥିଲେ। ଖାଦ୍ୟ ଗ୍ରହଣ କରିଛନ୍ତି ଯେତେବେଳେ ପରିଶ୍ରମ ହିଁ କରିବାକୁ ପଡ଼ିବ। ଯେଉଁ ଅରଟ ଦେଶକୁ ବିଦେଶୀ ଶୃଙ୍ଖଳରୁ ମୁକ୍ତିଦେଲା, ଲୋକଙ୍କୁ ଦେଲା ବଞ୍ଚତ୍ବାର ରାହା, ବତେଇ ଦେଲା ସ୍ବାବଲମ୍ବୀ ହେବାର ପନ୍ଥା – ସେଇ ଅରଟକୁ ସେ କ’ଣ ଛାଡ଼ିପାରିବେ? ଓଡ଼ିଶାରେ ପଦଯାତ୍ରା ବେଳେ ମହାତ୍ମା ଗାନ୍ଧୀ ତାଙ୍କ ସହ ବାଟ ଚାଲୁଥିବା କର୍ମୀ ଓ ସାଧାରଣ ଲୋକଙ୍କୁ ଅରଟରେ ସୂତା କାଟିବା ପାଇଁ ପ୍ରବର୍ତ୍ତାଉଥିଲେ। ବେକାର ଓ ଆଳସ୍ୟ ଦୂରୀକରଣ ପାଇଁ ଅରଟ ଥିଲା ସେସମୟର ଲୋକଙ୍କ ଲାଗି ପ୍ରକୃଷ୍ଟ ପନ୍ଥା। ଦେଶୀୟ ଜିନିଷର ବ୍ୟବହାର ଲୋକଙ୍କ ଭିତରେ ଜାତୀୟତାବୋଧ ସୃଷ୍ଟି କଲା। ଅରଟ ଲୋକ ବିଶ୍ୱାସରେ ଥିଲା – ଦେଶପ୍ରୀତିର ସଂକେତ, ଯାହାକୁ ନେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି – ‘ଭାଇ ହେ ଏବେ ଅରଟ କାଟ, ଆଉ କିଛି ଭରସା ନାହିଁ, ଅରଟ ଏକା ମୁକତି ବାଟ ।’
୧୯୨୧ରେ ଯାଜପୁର ଓ ଆଖପାଖ ଅଞ୍ଚଳରେ ଉତ୍କଳମଣି ଗୋପବନ୍ଧୁ ଦାସ ବିଦେଶୀ ବସ୍ତ୍ର ବର୍ଜନ ଉପରେ ବିଭିନ୍ନ ସଭା କରି ଉଦ୍‌ବୋଧନ ଦେଉଥିବାବେଳେ ଲୋକେ ଅନେକସ୍ଥଳେ ତାଙ୍କୁ ଅରଟରେ କଟା ହୋଇଥିବା ସୂତାର ମାଳ କରି ବେକରେ ପିନ୍ଧାଇ ଦେଉଥିଲେ। ଏଥିରୁ ସ୍ବଦେଶୀ ଆନ୍ଦୋଳନ ପ୍ରତି ଜନ ସାଧାରଣଙ୍କର ଯେ କେତେ ସମର୍ଥନ ଥିଲା ତାହା ସ୍ପଷ୍ଟ ହୋଇଥାଏ। ଅଶୋକ ଧର୍ମଚକ୍ର ପୂର୍ବରୁ ଭାରତର ଜାତୀୟ ପତାକା ଇତିହାସରେ ଅରଟକୁ ପ୍ରତୀକ ଭାବେ ନିଆଯାଇଥିଲା। ୧୯୨୧ରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ନିଖିଳ ଭାରତ କଂଗ୍ରେସ ଅଧିବେଶନ ସମୟରେ ଜଣେ ଯୁବକ ଲାଲ ଓ ସବୁଜ ରଙ୍ଗରେ ପତାକା ତିଆରି କରି ଗାନ୍ଧିଜୀଙ୍କୁ ଦେଖାଇବାରୁ ଗାନ୍ଧିଜୀ ଏଥିରେ ଧଳାପଟି ରଖି ତା’ ଭିତରେ ଅରଟ ଚିହ୍ନଟିଏ ଆଙ୍କିବାର ପ୍ରସ୍ତାବ ଦେଲେ। ଅରଟ ଥିବା ଏହି ପତାକା ତତ୍କାଳୀନ ସମୟରେ ଲୋକପ୍ରିୟତା ହାସଲ କରିବା ସହ ଜାତିପ୍ରୀତିରେ ଉଦ୍‌ବୁଦ୍ଧ କରିଥିଲା ଲୋକଙ୍କୁ। ଅରଟ ଏକଦା ଆମ ଚଳଣି ଓ ସଂସ୍କୃତିରେ ତା’ର ପ୍ରାଚୀନତାକୁ ବଜାୟ ରଖିଥିଲା। ଅରଟ ବୁଲାଇ ସୂତାକାଟିବାବେଳେ କ୍ଲାନ୍ତି ଦୂର ପାଇଁ ଲୋକେ ଯେଉଁ ଗୀତ ବୋଲୁଥିଲେ ତାହା ଥିଲା ଖୁବ୍‌ ମର୍ମସ୍ପର୍ଶ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଗୋପାଳଚନ୍ଦ୍ର ପ୍ରହରାଜ ଯେଉଁ ଅରଟ ଗୀତଟି ଦେଇଛନ୍ତି – ତାହା ଆମ ଲୋକଗୀତର ଅଂଶ।‘ଅରଟ ଗୁଇଁ ଗାଇଁ ଲୋକ ବୁଢ଼ୀ! ତୋ ସୂତା ନଟେଇ କାହିଁ ? ସୂତା ନଟେଇ ନାହିଁରେ ବୁଢ଼ା! ନିତି ହାଟକୁ ଯାଇଁ।ନିତି ହାଟକୁ ଯାଉ ଲୋ ବୁଢ଼ୀ! ତୋ କଉଡ଼ି ବୁଜୁଳି କାହିଁ? କଉଡି ବୁଜୁଳି ନାହିଁରେ ବୁଢ଼ା! ବଙ୍ଗଳା ପାନ ଖାଇ।ବଙ୍ଗଳା ପାନ ଖାଉଲୋ ବୁଢ଼ୀ! ପାହାନ୍ତି ପଖାଳ ଖାଇ।ପାହାନ୍ତି ପଖାଳ ଖାଉଲୋ ବୁଢ଼ୀ! ତୋ ପେଟ ଉଞ୍ଚ ନାହିଁ।ପେଟ ଉଞ୍ଚ ନାହିଁରେ ବୁଢ଼ା! ସକାଳୁ ବାଡ଼ିକି ଯାଇଁ। ସକାଳୁ ବାଡ଼ି କି ଯାଉଲୋ ବୁଢ଼ୀ! ତୋ ଗୋଡ଼ ତ ଓଦା ନାହିଁ। ଗୋଡ଼ ଓଦା ନାହିଁରେ ବୁଢ଼ା! ନିଆଁକୁ ଦେଖେଇ ଥାଇଁ। ନିଆଁକୁ ଦେଖେଇ ଥାଉଲୋ ବୁଢ଼ୀ! ଗୋଡ଼ ତ ଉଷୁମ ନାହିଁ। ଗୋଡ଼ ଉଷୁମ ନାହିଁରେ ବୁଢ଼ା! ଦିହରେ ବହପ କାହିଁ ।’
ପୂର୍ବକାଳରେ ଘରେ ଘରେ ଲୋକେ କପାରୁ ଅରଟରେ ସୂତାକାଟି, ଏହି ସୂତା ସହ ମଜୁରି ବୁଣାକାରକୁ ଦେଇ ପରିବାର ପାଇଁ ଆବଶ୍ୟକ ଲୁଗା ପାଉଥିଲେ। ପୂର୍ବରୁ ପୁରୁଣା କାଳିଆ ଅରଟରେ ଲୋକେ ସୂତା କାଟୁଥିବାବେଳେ, ପରେ କାଠ ଅରଟ ତିଆରି ହୋଇ ଲୋକଙ୍କ ବ୍ୟବହାରରେ ଆସିଥିଲା। ପରେ ବାକ୍ସ ଚରଖା ଓ ଅମ୍ବର ଚରଖା – ଏହି ଅରଟର ଭିନ୍ନ ରୂପ ଥିଲା। ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଅରଟ ବିଞ୍ଚତ୍ ଦେଇଥିଲା – ଦେଶପ୍ରେମର ବହ୍ନି ଆଉ ଦେଖାଇ ଦେଇଥିଲା ମୁକତିର ବାଟ।
ପ୍ରଫେସର, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ମୋ : ୮୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri