ଧୋଇନେଲା ଆପ୍ରୋଚ୍‌ ରାସ୍ତା: ୮ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲା ଜରୁରିକାଳୀନ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ବୁଧବାର ଜିଲାର ୧୩ ବ୍ଲକରେ ମୋଟ ୬୮୮.୫ ମି.ମି. ବର୍ଷା ରେକର୍ଡ ହୋଇଛି। ଗୋଲାମୁଣ୍ଡା ବ୍ଲକରେ ସର୍ବାଧିକ ୧୦୨ ମି.ମି. ବର୍ଷା ହୋଇଥିବାବେଳେ କର୍ଲାମୁଣ୍ଡାରେ ୮୭, ଥୁଆମୂଳ ରାମପୁରରେ ୮୨, କେସିଙ୍ଗା ୬୦.୬, ନର୍ଲା ୫୬, ଏମ୍‌. ରାମପୁର ୫୫.୪, ଜୟପାଟଣା ୪୪, ଧର୍ମଗଡ଼ ୪୨.୩, ଜୁନାଗଡ଼ ୩୭.୨, ଲାଞ୍ଜିଗଡ଼ ୩୬, କୋକସରା ୩୨, କଲମପୁର ଓ ଭବାନୀପାଟଣା ବ୍ଲକରେ ୨୭ ମି.ମି. ବର୍ଷା ରେକର୍ଡ ହୋଇଛି। ବର୍ଷା ପରିମାଣ ବଢ଼ୁଥିବାବେଳେ ଅପରାହ୍ନରେ ଜୁନାଗଡ଼ -କଲମପୁର ମୁଖ୍ୟ ରାସ୍ତାର ବରଗାଁ ନିକଟରେ ନିର୍ମାଣଧୀନ ଘର୍ଲା ଜୋର ପୋଲର ଆପ୍ରୋଚ ରାସ୍ତା ଧୋଇଯାଇଛି। ଫଳରେ ଜୁନାଗଡ଼-କଲମପୁର ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହାସହ କଲମପୁର ବ୍ଲକ୍‌ ଦେପୁର ପଞ୍ଚାୟତର ୮ ଖଣ୍ଡ ଗାଁ ବିଚ୍ଛିନ୍ନ ହୋଇଯାଇଛି। ପୋଲ ନିର୍ମାଣ ଆରମ୍ଭ ହେବାର ଦୀର୍ଘ ୬ ମାସ ବିତି ସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ପ୍ରଥମ ବର୍ଷାରେ ଆପ୍ରୋଚ ରାସ୍ତା ଭାଙ୍ଗିଯିବା ପରେ ପୋଲ ନିର୍ମାଣର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆପ୍ରୋଚ ରାସ୍ତା ଭାଙ୍ଗିଯିବା ଯୋଗୁ ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ଏଥିପ୍ରତି ପିଡବ୍ଲ୍ୟୁଡି ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନାଗଡ଼ ସହ ଫତେନଗର ପଡାବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନେଜ ବ୍ୟବସ୍ଥା ଫେଲ ଯୋଗୁଁ ଏଠାକାର ରାସ୍ତାରେ ନାଳ ଭଳି ପାଣି ଚାଲୁଥିବାବେଳେ ଲୋକଙ୍କ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

IND vs NZ 4th T20: ଏହାକୁ ଲଜ୍ଜାଜନକ ପରାଜୟ କୁହାଯାଇପାରେ! ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ

ନୂଆଦିଲ୍ଲୀ,୩୦।୧୦: ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ ଥିଲା, ଯେଉଁଥିରେ ବିଶେଷକରି ବ୍ୟାଟରମାନେ ଦଳକୁ ନିରାଶ କରିଥିଲେ। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଭାଜପା ମଣ୍ଡଳ କର୍ମକର୍ତ୍ତା: ଭୁଶୁଡ଼ିଛି ଅନେକ ଘରର କାନ୍ଥ,

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ ଓ ସ୍ଥିତି…

ବାରରୁ ହେଉଥିଲା ମଦ ଚାଲାଣ: ୯୩.୦୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

କୋରାପୁଟ,୩୦।୧୦(ଅମିତାଭ ବେହେରା): ମଦ ଚୋରା ଚାଲାଣ ବିରୋଧରେ କୋରାପୁଟ ଜିଲା ନାରାୟଣପାଟଣା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବନ୍ଧୁଗାଁ ଅଞ୍ଚଳର ଏକ ବାରରୁ ନାରାୟଣପାଟଣା…

ଭୂସ୍ଖଳନରେ ମା‘-ବାପାଙ୍କ ସହ ଚାଲିଗଲା ୭ ମାସ ଶିଶୁପୁତ୍ରର ଜୀବନ

ରାଇକିଆ, ୩୦।୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୂସ୍ଖଳନରେ ନିଖୋଜ ଥିବା ଗୋଟିଏ ପରିବାରର ତିନିଜଣଙ୍କ…

ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଭୁଲିଗଲେ ୧୫ ବର୍ଷର ବୈବାହିକ ସମ୍ପର୍କ

କୋରାପୁଟ, ୩୦।୧୦ (ଅମିତାଭ ବେହେରା): ସାମାନ୍ୟ ତରକାରୀକୁ ନେଇ ଘରୋଇ କଳହର କରୁଣ ପରିଣତି। ରାଗରେ ଅନ୍ଧ ହୋଇ ୧୫ ବର୍ଷର ବୈବାହିକ ସମ୍ପର୍କକୁ ଭୁଲିଗଲେ ସ୍ୱାମୀ।…

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

୬, ୬, ୬, ୬, ୬, ୱିକେଟ… ନୀତୀଶ ରେଡ୍ଡୀଙ୍କ ବୋଲିଂରେ କ୍ରମାଗତ ପାଞ୍ଚଟି ଛକା, ଆଉ ଷଷ୍ଠ ବଲରେ ହେଲା ଏମିତି; ପ୍ରତିଶୋଧ ପୂରଣ ହେଲା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଶୁକ୍ରବାର (ଅକ୍ଟୋବର ୩୦) ଅକ୍ଲାଣ୍ଡରେ ଭାରତ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?