ଧୋଇନେଲା ଆପ୍ରୋଚ୍‌ ରାସ୍ତା: ୮ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲା ଜରୁରିକାଳୀନ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ବୁଧବାର ଜିଲାର ୧୩ ବ୍ଲକରେ ମୋଟ ୬୮୮.୫ ମି.ମି. ବର୍ଷା ରେକର୍ଡ ହୋଇଛି। ଗୋଲାମୁଣ୍ଡା ବ୍ଲକରେ ସର୍ବାଧିକ ୧୦୨ ମି.ମି. ବର୍ଷା ହୋଇଥିବାବେଳେ କର୍ଲାମୁଣ୍ଡାରେ ୮୭, ଥୁଆମୂଳ ରାମପୁରରେ ୮୨, କେସିଙ୍ଗା ୬୦.୬, ନର୍ଲା ୫୬, ଏମ୍‌. ରାମପୁର ୫୫.୪, ଜୟପାଟଣା ୪୪, ଧର୍ମଗଡ଼ ୪୨.୩, ଜୁନାଗଡ଼ ୩୭.୨, ଲାଞ୍ଜିଗଡ଼ ୩୬, କୋକସରା ୩୨, କଲମପୁର ଓ ଭବାନୀପାଟଣା ବ୍ଲକରେ ୨୭ ମି.ମି. ବର୍ଷା ରେକର୍ଡ ହୋଇଛି। ବର୍ଷା ପରିମାଣ ବଢ଼ୁଥିବାବେଳେ ଅପରାହ୍ନରେ ଜୁନାଗଡ଼ -କଲମପୁର ମୁଖ୍ୟ ରାସ୍ତାର ବରଗାଁ ନିକଟରେ ନିର୍ମାଣଧୀନ ଘର୍ଲା ଜୋର ପୋଲର ଆପ୍ରୋଚ ରାସ୍ତା ଧୋଇଯାଇଛି। ଫଳରେ ଜୁନାଗଡ଼-କଲମପୁର ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହାସହ କଲମପୁର ବ୍ଲକ୍‌ ଦେପୁର ପଞ୍ଚାୟତର ୮ ଖଣ୍ଡ ଗାଁ ବିଚ୍ଛିନ୍ନ ହୋଇଯାଇଛି। ପୋଲ ନିର୍ମାଣ ଆରମ୍ଭ ହେବାର ଦୀର୍ଘ ୬ ମାସ ବିତି ସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ପ୍ରଥମ ବର୍ଷାରେ ଆପ୍ରୋଚ ରାସ୍ତା ଭାଙ୍ଗିଯିବା ପରେ ପୋଲ ନିର୍ମାଣର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆପ୍ରୋଚ ରାସ୍ତା ଭାଙ୍ଗିଯିବା ଯୋଗୁ ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ଏଥିପ୍ରତି ପିଡବ୍ଲ୍ୟୁଡି ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନାଗଡ଼ ସହ ଫତେନଗର ପଡାବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନେଜ ବ୍ୟବସ୍ଥା ଫେଲ ଯୋଗୁଁ ଏଠାକାର ରାସ୍ତାରେ ନାଳ ଭଳି ପାଣି ଚାଲୁଥିବାବେଳେ ଲୋକଙ୍କ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋହଲି ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

ମଦରେ ବିଷ ମିଶାଇ ସ୍ବାମୀଙ୍କୁ ହତ୍ୟା; ୧୨ ଫୁଟ୍ ଗଭୀର ଗାତରେ ପୋତିଦେଲେ, ୨ ବର୍ଷ ପରେ ଖୋଲିଲା

ଗାନ୍ଧୀନଗର,୩୦।୭: ଚଳଚ୍ଚିତ୍ରଗୁଡ଼ିକ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କିଛି ଚତୁର ବ୍ୟକ୍ତି ଏହାକୁ ଆଧାର କରି ଅପରାଧ ଘଟାଇବା ପାଇଁ ନୂତନ ଉପାୟ ବାହାର କରିଛନ୍ତି।…

ଶୌଚ ସାରି ଫେରୁଥିଲେ ରୁକୁଣୀ, ହଠାତ୍‌ ଉପରେ ପଡ଼ିଲା କାନ୍ଥ: ଆଉ ତା’ପରେ…

ଗୁଣପୁର, ୩୦।୭( ସୁଜାତା ପାଢ଼ୀ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅଧିନ ବାଘ ଡ଼ଙ୍ଗରି ଗ୍ରାମର ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଷୁଡି ପଡିବା…

ସହକାରୀ ଶିକ୍ଷକରୁ ପ୍ରଧାନଶିକ୍ଷକ ଭାବେ ବଦଳି ହେଲେ ପଦ୍ମନ ଶବର, ଭାବବିହ୍ବଳ ହୋଇ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପଦ୍ମନ ଶବରଙ୍କୁ ବୁଧବାର ବିଦ୍ୟାଳୟ ପକ୍ଷରୁ ବଦଳିକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri