ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି। ମାତ୍ର ଆମ ଚାରିପାଖରେ ଦୈନିକ ଅନେକ ଘଟଣା ଘଟିଯାଉଛି ଏବଂ ତା’ ଭିତରୁ କେତେ ନଜରକୁ ଆସୁଛି ଆଉ ବହୁତ କିିଛି ଆମର ଚେତନା ଭିତରକୁ ଆସୁନାହିଁ । ନ ଆସିବାର କାରଣ ହେଲା ଆମେ ନିଜେ କହିଲେ ଗୋଟାଏ କାଳ୍ପନିକ ଅଞ୍ଚଳ ସୃଷ୍ଟିକରି ଦେଇଛୁ, ସେଇଟା ଆମର ଅର୍ଥାତ୍‌ ଆମେ ଯାହା ନ ଚାହିଁବୁ ତାହା ତା’ ଭିତରକୁ ଆସିବନାହିଁ। ଯଦି ବା କେବେ ଆସିଲା ତାହା କିଛି ସମୟ ଭିତରେ ତା’ର ପ୍ରଭାବ ହରାଇବ । ବୋଧହୁଏ ଏହା ଆଧୁନିକତାର ପ୍ରଭାବ ହୋଇପାରେ, ଆମର ସରଳତାର ଅଭାବ ହୋଇପାରେ କିମ୍ବା ଆମ ଅହଂକାରର ଏକ ପାର୍ଶ୍ୱ ପ୍ରତିକ୍ରିୟା।
ଯାଜପୁର ଜିଲାର ରାଧାବଲ୍ଲଭପୁର ଗଁାର ଜଣେ ସାଧାରଣ ଚାଷୀ ହେଉଛନ୍ତି ସନ୍ତୋଷ ନାୟକ। ତାଙ୍କର ଗୋଟିଏ ଛୋଟ ପରିବାର। ଦିନେ ସେ ଦେଖିଲେ ତାଙ୍କ ଆକାଉଣ୍ଟକୁ ଆସିଗଲା ସାଢ଼େ ୭ଲକ୍ଷ ଟଙ୍କା। ସେ ଆଶ୍ଚର୍ଯ୍ୟ ହେଲେ। ଏହା ତ ତାଙ୍କର ଟଙ୍କା ନୁହେଁ । ତା’ ଅର୍ଥ ହେଲା ଆଉ କାହାରି ଟଙ୍କା ଭୁଲ୍‌ରେ ତାଙ୍କ ପାଖକୁ ଆସିଯାଇଛି। ସେ ଆଉ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ନିଜର ଗଁା ନିକଟବର୍ତ୍ତୀ ଥାନାକୁ ଗଲେ ଏବଂ ସେଠାକାର ଥାନା ବଡ଼ବାବୁଙ୍କୁ ଲିଖିତ ଭାବରେ ଜଣାଇଲେ। ଥାନା ବଡ଼ବାବୁ ସମ୍ପୃକ୍ତ ବ୍ୟାଙ୍କକୁ ତାହା ଜଣାଇବାର ବ୍ୟବସ୍ଥା କଲେ। କିଛିଦିନ ଭିତରେ ଜଣାପଡ଼ିଲା ସେଇ ଟଙ୍କାଟି କେହି ଜଣେ ସେବାନିବୃତ୍ତ ଯବାନଙ୍କର। ସନ୍ତୋଷ ବ୍ୟାଙ୍କ ସହ ଯୋଗାଯୋଗ କଲେ ଏବଂ ଏଇ ସପ୍ତାହରେ ସେ ଆସି ପହଞ୍ଚତ୍ଲେ ଥାନାରେ ଏବଂ ଥାନାବାବୁଙ୍କ ଉପସ୍ଥିତିରେ ଗୋଟିଏ ସାଢ଼େ ୭ଲକ୍ଷ ଟଙ୍କାର ଚେକ୍‌ ଦେଇ ସେଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କଲେ (ଏପ୍ରିଲ ୨୦୨୬ ତୃତୀୟ ସପ୍ତାହରେ)।
କଥା ହେଉଛି ସନ୍ତୋଷ କ’ଣ ଏଇ ଦୁନିଆରେ ଜଣେ ନା ଏମିତି ଆହୁରି ଅନେକ ସନ୍ତୋଷ ଅଛନ୍ତି, ଯେଉଁମାନେ କୌଣସି ପ୍ରଚାରକୁ ଅପେକ୍ଷା ନ କରି କୌଣସି ସୋସିଆଲ ମିଡିଆରେ ଫଟୋ ଉତ୍ତୋଳନ ନ କରି ତାଙ୍କ କାମ କରିଚାଲିଛନ୍ତି। ସନ୍ତୋଷଙ୍କର ଏମିତି କାମ ତାଙ୍କ ଜୀବନରେ ଗୋଟିଏ ନା ଏପରିି କାମ ଭିତରେ ସେ ନିଜକୁ ସବୁବେଳେ ସମର୍ପି ଦେଇଥାନ୍ତି। ସେ କ’ଣ ଭୟାଳୁ ଥିଲେ ଏବଂ ଆଶଙ୍କା କରିଥିଲେ କାଳେ ତାଙ୍କ ଆକାଉଣ୍ଟକୁ ଆଉ କାହା ପଇସା ଆସିଲେ କାଲି ପୋଲିସ ଆସି ତାଙ୍କ ଘରେ ଖୋଳତାଡ଼ କରିବେ ଆଉ ତାଙ୍କୁ ବଦନାମର ଶିକାର ହେବାକୁ ପଡ଼ିବ କିମ୍ବା ସେ କେବଳ ଭାବିଲେ ଏ ପଇସା ତ ମୋର ନୁହେଁ, ମୁଁ କାହିଁକି ସେ ପଇସା ଉଠେଇ ନିଜ କାମରେ ଲଗାଇବି। ଏମିତି ଅନେକ ପ୍ରଶ୍ନ କ’ଣ ତାଙ୍କ ମନରେ ଉଠିଥିଲା କି?
ଆମେ ଆଗରୁ ଶୁଣିଛେ ଗୋଟିଏ କାହାଣୀ। ଥରେ ଜଣେ ଲୋକ ନିଜ ମାଲିକଙ୍କ ଜମିରେ ହଳ କରୁଥିଲା। ସେତିକି ବେଳେ ସେ ଦେଖିଲା ଲଙ୍ଗଳ କିଛି ଅଜ୍ଞାତ ବସ୍ତୁରେ ଲାଗିଗଲା। ବଳଦ ଦୁହିଁଙ୍କୁ ଟିକିଏ ଆଗକୁ ବଢ଼ାଇଦେଇ ସେଇ ଜିନିଷଟି ପାଖକୁ ଗଲା ଏବଂ ଦେଖିଲା କିଛି ଜିନିଷ ରଖାଯାଇଥିବା ପେଟିକାଟିଏ। ତାକୁ କୌତୂହଳ ବଶତଃ ଖୋଲୁଖୋଲୁ ତା’ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ତା’ ଭିତରେ ଥିଲା ବହୁବିଧ ଅଳଙ୍କାର। କୃଷକଟି ମାଲିକ ଘରକୁ ଯାଇ କହିଲା- ଆଜ୍ଞା! ମୁଁ ଆପଣଙ୍କ କାମ କରିବାକୁ ଆପଣଙ୍କ କ୍ଷେତକୁ ଯାଇଥିଲି । ହଳ କଲାବେଳେ ଏଇ ଅଳଙ୍କାର ସମ୍ବଳିତ ପେଟିକାଟି ପାଇଛି । ଯେହେତୁ ଏହା ଆପଣଙ୍କ ଜମିରେ ପଡ଼ିଥିଲା, ଏଇଟି ଆପଣଙ୍କର, ଆପଣ ତାହା ରଖନ୍ତୁ। ଜମିମାଲିକ କହିଲେ, ମୋ ଜମି କହିଲେ ମୁଁ ବୁଝେ ହିଡ଼ ଭିତରେ ଥିବା ମାଟି। ତେଣୁ ସେଠାରୁ ଯଦି କିଛି ସୁନା ଅଳଙ୍କାର ମିଳିଲା, ତାହା କେମିତି ମୋର ହେବ । ଏହା ତୁମେ ପାଇଛ, ତୁମର ପ୍ରାପ୍ୟ। ମୂଲିଆଟି କହିଲା, ଆଜ୍ଞା! ଏହା କିପରି ମୋର ପ୍ରାପ୍ୟ ହେବ? ମୁଁ ଆପଣଙ୍କ ଜମିରେ କାମ କରୁଛି । ଆପଣ ମୋର ଯାହା ଶ୍ରମର ମୂଲ୍ୟ ଦେବେ ତାହା ହିଁ ମୋର ପ୍ରାପ୍ୟ। ଯେହେତୁ ଏଇ ସୁନା ଅଳଙ୍କାର ମୋର ନୁହେଁ, ମୁଁ ତାକୁ କାହିଁକି ନେବି ତାହା ମୋ ପାଇଁ ଅନ୍ୟାୟ ହେବ। ତାହା ମୋ ପରିବାର ପାଇଁ ମଙ୍ଗଳକର ହେବ ନାହିଁ। ଏପଟେ ମାଲିକ ବି ନଛୋଡ଼ବନ୍ଦା। ସେ କହିଲେ- ଆରେ ବାବୁ, ଯେହେତୁ ଏ ଜିନିଷଟି ତୁମେ ପାଇଲ ଏବଂ ଏହି ଜିନିଷଟି ମୋର ନୁହେଁ , ଅତଏବ ଏହା ତୁମର। ଏହା ତୁମର ନିଷ୍ଠାପର କର୍ମର ଫଳ ହୋଇପାରେ। ତୁମେ ଆଉ ବିଳମ୍ବ ନ କରି ତାହା ନେଇଯାଅ।
ପରିସ୍ଥିତିର ସମାଧାନ କରିବା ପାଇଁ ଦୁହେଁ ଯାଇ ରାଜାଙ୍କ ଦରବାରରେ ଆପତ୍ତି କଲେ। ରାଜା ବିଚାର କରିବା ପାଇଁ ଦିନ ଧାର୍ଯ୍ୟ କଲେ। ମାତ୍ର ବିଚାର ଦିନ ବେଳକୁ ଘଟିଲା ବଡ଼ ଆଶ୍ଚର୍ଯ୍ୟ ଘଟଣା। କଥା କ’ଣ କି, ଆଜିକାଲି କୋର୍ଟ କଚେରିରେ ବିଚାର ହେଲାବେଳକୁ ସାକ୍ଷୀମାାନେ ଯେଉଁ ମୂଳ କଥା କହିଥାନ୍ତି ସେଥିରୁ ଯେମିତି ଓହରିଯାଆନ୍ତି, ଠିକ୍‌ ସେଇକଥା ଘଟିଲା ସେଦିନ। କଚେରିରେ ପ୍ରଥମେ ମୂଲିଆଟି କହିଲା, ଆଜ୍ଞା! ମୁଁ ସେ ଜିନିଷଟି ପାଇଥିଲି ଏବଂ ତାହା ମାଲିକଙ୍କର ନୁହେଁ, ଅନ୍ୟ କେହି ବି ତା’ ଉପରେ ନିଜର ମାଲିକାନାର କିଛି ପ୍ରମାଣ ଦେଖାଇ ନାହାନ୍ତି । ତେଣୁ ମୋତେ ମୋ ଜିନିଷ ଫେରାଇ ଦିଆଯାଉ। ଏପଟେ ଜମିମାଲିକ କହିଲେ, ଧର୍ମାବତାର! ମୂଲିଆଟିକୁ ମୁଁ କାମରେ ଲଗାଇଥିଲି। ତା’ ମୂଲ ମୁଁ ତାକୁ ପ୍ରଦାନ କରିଛି। ଯେହେତୁ ଏଇ ଦ୍ରବ୍ୟଟି ମୋ ଜମିରୁ ବାହାରିଛି ତାହାର ମାଲିକ ମୁଁ। ଅତଏବ ମୋତେ ତାହା ଫେରାଇବାର ବ୍ୟବସ୍ଥା କରନ୍ତୁ। ରାଜା ବଡ଼ ଅଡ଼ୁଆରେ ପଡ଼ିଲେ ଏବଂ ଏପରି ଘଟଣା କାହିଁକି ଘଟିଲା ବୋଲି ଯେତେବେଳେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଲେ ସ୍ମିତ ହସି ଶ୍ରୀକୃଷ୍ଣ କହିଲେ, କଳିର ପ୍ରବେଶ ହୋଇଥିବାରୁ ଉଭୟ ପକ୍ଷ ଭିତରେ ଥିବା ମାନସିକତା ବଦଳିଯାଇଛି। ଅର୍ଥାତ୍‌ ପରିକ୍ଷିତଙ୍କ ରାଜ୍ୟାଭିଷେକ ସମୟର ଏଇ କିମ୍ବଦନ୍ତୀରୁ ସମୟ ଅନୁସାରେ ବ୍ୟକ୍ତିର ଚରିତ୍ରର ପରିବର୍ତ୍ତନ ଘଟେ ବୋଲି ଆମ ମନ ଭିତରେ ଏକ ଧାରଣା ସୃଷ୍ଟି ହୋଇଛି ବହୁ ଦିନରୁ। ମାତ୍ର ସାମ୍ପ୍ରତିକ ଘଟଣାର ପ୍ରେକ୍ଷାପଟ ସୂଚାଇଦେଉଛି ଯେ ମଣିଷର ବ୍ୟକ୍ତିତ୍ୱ ଓ ଚରିତ୍ର ହିଁ ସମୟର କଷଟି ଉପରେ ପ୍ରତିଷ୍ଠିତ ହୋଇଥାଏ। କେବଳ କାଳ ଆମ ଉପରେ ସବାର ହେଉଛି କହି ଆମେ ଆମ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ କର୍ମ ଏବଂ ସତ୍ୟବଚନରୁ ଓହରିଯିବା ନାହିଁ। ଆଉ ସବୁ କାମ ନିଜେ କରି ଭଗବାନ୍‌ଙ୍କ ଉପରେ ଲଦିଦେବା ନାହିଁ , ଯେମିତି ଦିନେ ଦୁର୍ଯ୍ୟୋଧନ କହିଥିଲେ । ତାଙ୍କୁ ପ୍ରଶ୍ନ ହୋଇଥିଲା ତୁମେ କାହିଁକି ଅଧର୍ମ ଆଡ଼କୁ ଆକର୍ଷିତ ହେଲ। ତା’ର ଉତ୍ତର ସେ ଯାହା ଦେଇଥିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ଅର୍ଥାତ୍‌ ଧର୍ମ ବିଷୟରେ ମୁଁ ଅନେକ ଜାଣିଛି, ମାତ୍ର ସେଠାରେ ମୋର ମନ ଲାଗୁନାହିଁ ଆଉ ଅଧର୍ମ ବିଷୟରେ ମୁଁ ବି ଢେର ପଢ଼ିଛି ହେଲେ ସେଠାରୁ ମୁଁ ନିଜକୁ ଦୂରେଇପାରେନାହିଁ । ମୁଁ କ’ଣ ବା କରିବି । ଭଗବାନ୍‌ ମୋତେ ଯେଉଁ କାମରେ ନିଯୁକ୍ତ କରୁଛନ୍ତି ମୁଁ ତାହା ହିଁ କରୁଛି।
ନିଜର ଦାୟିତ୍ୱ ଖସାଇ ଭଗବାନ୍‌ଙ୍କୁ ଦୋଷୀ ସଜାଇଲେ ଭଗବାନ୍‌ ସଜା ପାଆନ୍ତି ନାହିଁ। ଆମର ପ୍ରତ୍ୟେକ କର୍ମ ଆମେ ସ୍ବାଧୀନ ଭାବରେ କରନ୍ତି ଏବଂ ସେହି କର୍ମର ଫଳ ପାଇଁ ଆମେ ବ୍ୟକ୍ତିଗତ ଭାବେ ଦାୟୀ। ଏହି ଅନୁଭବ ଆସିଲେ ଆମେ ସତ୍‌କର୍ମରେ ନିୟୋଜିତ ହେବା। ରାଧାବଲ୍ଲଭପୁରର ସନ୍ତୋଷ ସେମିତି ଏକ ସତ୍‌କର୍ମ କରିଥିବାରୁ ଆଜି ସମସ୍ତଙ୍କର ପ୍ରିୟପାତ୍ର ହୋଇଛନ୍ତି ଏବଂ ସମସ୍ତେ ତାଙ୍କୁ ଅଞ୍ଚଳର ସୁପୁତ୍ର ବୋଲି ସମ୍ବୋଧନ କରିବାକୁ ପଛାଉନାହାନ୍ତି। ଆମେ ଯେଉଁ ନିଜ ନିଜ ଭିତରେ କଥା ହୁଅନ୍ତି ସମୟ ଖରାପ ଅଛି, ସମସ୍ତେ ଖରାପ ଦିଗରେ ଯାଉଛନ୍ତି ତାହା କେବଳ ଏକ ଆତ୍ମରକ୍ଷା ପାଇଁ ବାର୍ତ୍ତା। ଭୁଲ୍‌ କାମରେ ଆଗେଇବା ପାଇଁ ଏକ ଆଗୁଆ ପଦକ୍ଷେପ।

ଡ. ନିରଞ୍ଜନ ସାହୁ
ଭାରତୀୟ ପ୍ରଶାସନିକ ସେବାର
ପୂର୍ବତନ ଅଧିକାରୀ
ମୋ: ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?