ଆଇଫୋନ୍ ୧୭ ଲଞ୍ଚ ପୂର୍ବରୁ ଭାରତରେ ବଡ଼ ମାଇଲଖୁଣ୍ଟ ହାସଲ କଲା ଆପଲ୍‌, ଗୋଟିଏ ବର୍ଷରେ ୯ ବିଲିୟନ ଡଲାର…

ନୂଆଦିଲ୍ଲୀ,୭।୯: ଆଇଫୋନ୍ ୧୭ ସିରିଜର ବିଶ୍ୱବ୍ୟାପୀ ଲଞ୍ଚ ପୂର୍ବରୁ ଆପଲ୍‌ ଭାରତରେ ଗତ ଆର୍ଥିକ ବର୍ଷରେ ୯ ବିଲିୟନ ଡଲାରରୁ ଅଧିକ ବିକ୍ରି ହାସଲ କରି ନୂଆ ମାଇଲଖୁଣ୍ଟ ଛୁଇଁଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଆପଲ୍‌ର ରାଜସ୍ୱ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ୧୨ ମାସରେ ୧୩% ବୃଦ୍ଧି ପାଇ ୮ ବିଲିୟନ ଡଲାରରୁ ୯ ବିଲିୟନ ଡଲାରରେ ପହଞ୍ଚିଛି। ଏହି ବିକ୍ରିର ବଡ଼ ଅଂଶ ଆଇଫୋନରୁ ଆସିଥିବା ବେଳେ ମ୍ୟାକବୁକର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଆଇଫୋନ ଭାରତର ସ୍ମାର୍ଟଫୋନ ବଜାରର ୭% ଅଂଶ ହାସଲ କରିଛି। ଗତ ତିନି ବର୍ଷରେ ଆପଲ୍‌ର ରାଜସ୍ୱ ଭାରତରେ ୧.୫ ଗୁଣ ବୃଦ୍ଧି ପାଇଛି। ଏହା ସହ ଭାରତ ଆପଲ୍‌ର ଉତ୍ପାଦନ କେନ୍ଦ୍ର ଭାବେ ଉଭା ହୋଇଛି, ଯେଉଁଠାରେ ପ୍ରତି ୫ଟି ଆଇଫୋନ ମଧ୍ୟରୁ ଗୋଟିଏ ଉତ୍ପାଦିତ ହେଉଛି। ତାମିଲନାଡୁ ଓ କର୍ଣ୍ଣାଟକରେ ନୂଆ ଫ୍ୟାକ୍ଟ୍ରି ସହ ଆପଲ୍‌ ୫ଟି କାରଖାନାରେ ଆଇଫୋନ ୧୭ର ଚାରୋଟି ମଡେଲ ଉତ୍ପାଦନ କରିବାକୁ ଯୋଜନା କରୁଛି।

ଆପଲ୍‌ ଭାରତରେ ରିଟେଲ ବିସ୍ତାର ଜାରି ରଖିଛି। ଗତ ସପ୍ତାହରେ ବେଙ୍ଗାଲୁରୁ ଓ ପୁଣେରେ ଦୁଇଟି ନୂଆ ଷ୍ଟୋର ଖୋଲିଛି। ୨୦୨୩ରେ ମୁମ୍ବାଇ ଓ ନୂଆଦିଲ୍ଲୀରେ ପ୍ରଥମ ଦୁଇଟି ଷ୍ଟୋର ଖୋଲିଥିବା ଆପଲ୍‌ ଆଗାମୀ ବର୍ଷ ନୋଏଡା ଓ ମୁମ୍ବାଇରେ ଆଉ ଦୁଇଟି ଷ୍ଟୋର ଖୋଲିବାକୁ ଯୋଜନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?