ପୁରୀ,୨୫।୬(ଅଜିତ୍ ମହାନ୍ତି)ଅନଲାଇନ୍ ଆପ୍ ‘ଉତ୍ସବ’ରେ ଶ୍ରୀମନ୍ଦିର ନଁାରେ ଠକେଇ ହେଉଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ମହାପ୍ରଭୁଙ୍କ ନଁାରେ ବିଭିନ୍ନ ପ୍ରକାର ପୂଜା ଏବଂ ଭୋଗ ପ୍ରଦାନ କରିବା ନଁାରେ ସମ୍ପୃକ୍ତ ସଂସ୍ଥା ଭକ୍ତଙ୍କୁ ଭୂଆଁ ବୁଲାଇ ବିଭିନ୍ନ ଉପାୟରେ ଟଙ୍କା ଆଦାୟ କରୁଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏ ସଂକ୍ରାନ୍ତରେ ଚିଠି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଉକ୍ତ ଫ୍ରଡ୍ ଆପ୍ ବିଷୟରେ ସୂଚନା ନେବାକୁ ଚିଠି କରିଥିଲା ପୋଲିସ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଏ ନେଇ ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଆପ୍ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଯଦି ଏହି ଆପ୍ ଫ୍ରଡ୍ ହୋଇଥାଏ, ତାହା ହେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚନା ଦିଆଯିବା ସହ ଉକ୍ତ ଆପର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯିବ। ଯେତେବେଳେ ବି ଏପରି ଘଟଣା ଦୃଷ୍ଟିକୁ ଆସିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସନ ଦାସ କହିଛନ୍ତି। ଅନ୍ୟପଟେ ଶନିବାର ରାତିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଭୋଗ ଲଗାଇବା ଏବଂ ପୂଜା କରିବା ପାଇଁ ଭକ୍ତଙ୍କଠାରୁ ଟଙ୍କା ନିଆଯାଇଥିବା ନେଇ ଅନଲାଇନର ଉତ୍ସବ ଆପ୍ରେ ଦେଖିବାକୁ ମିଳିଥିଲା। ଆପ୍ରେ ଦର୍ଶାଯାଇଛି କି ଘରେ ବସି ମହାପ୍ରଭୁଙ୍କ ଭୋଗ ପାଇବା ସହ ପୂଜା କରିପାରିବ। ଦେଶରେ ଯେକୌଣସି ସ୍ଥାନରୁ ଭକ୍ତ ଏହି ଆପ ସାହାଯ୍ୟରେ ଟଙ୍କା ପଇଠ କରି ମହାପ୍ରଭୁଙ୍କ ଭୋଗ ପାଇବା ସହ ପୂଜା କରିପାରିବ। ବୁକିଂ ପରେ ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ନିର୍ମାଲ୍ୟ ପଠାଯିବ ବୋଲି ମଧ୍ୟ ଅଫର ଦିଆଯାଇଥିଲା। ଅପରପକ୍ଷେ ଦର୍ଶାଯାଇଛି ବିଭିନ୍ନ ପୂଜା ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ରହିଛି। ତେବେ ଏହି ଅନ୍ଲାଇନରେ ବିଜ୍ଞାପନ ଦିଆଯାଇ ଭକ୍ତଙ୍କ ଭାବନା ସହ ଖେଳ ଖେଲାଯାଉଛି, ଯାହାକୁ ଜଗନ୍ନାଥ ପ୍ରେମୀମାନେ ଗ୍ରହଣ କରି ପାରୁନାହାନନ୍ତି। ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ କୁହାଯାଇଛି। ସେହିଭଳି ପରିବାର ପାଇଁ ପୂଜା କରିବା ପାଇଁ ୨୪୦୧ ଟଙ୍କା , ଶ୍ରୀମନ୍ଦିରରେ ବାନା ବାନ୍ଧିବା ପାଇଁ ୨୧୫୧ ଟଙ୍କା ଏବଂ ମହାପ୍ରଭୁଙ୍କ ମସ୍ତକରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି ମଧ୍ୟ କୁହାଯାଇଛି। ହେଲେ ଶ୍ରୀମନ୍ଦିରରେ ଏଭଳି କୌଣସି ନୀତି ନାହିଁ। ଏହିପରି ୯ଟି ବିଭାଗରେ ପୂଜା ପାଇଁ ଏପରି ଠକାମି କରି ଭକ୍ତଙ୍କଠାରୁ ଟଙ୍କା ଆଦାୟ କରାଯାଉଛି ବୋଲି ଜାଣିବା ପରେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

