ମାନବ ଜାତି ପାଇଁ ଗର୍ବର ଦିନ

ଓ୍ବାଶିଂଟନ,୨୧।୭: ଠିକ୍‌ ୫୨ ବର୍ଷ ତଳେ। ଅର୍ଥାତ ୧୯୬୯ ମସିହା ଜୁଲାଇ ୨୦। ସମଗ୍ର ମାନବ ଜାତି ପାଇଁ ଗର୍ବର ଦିନ। ପୃଥିବୀର ପ୍ରଥମ ମାନବ ଭାବେ ନିଲ ଆର୍ମଷ୍ଟ୍ରଙ୍ଗ ପାଦ ଦେଇଥିଲେ ଜହ୍ନରେ। ଏହି ଅବସରରେ ନାସା (ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା) ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଫଟୋରେ ଅଛି ଜହ୍ନ ଉପରେ ମାନବର ପ୍ରଥମ ପାଦ ଚିହ୍ନ। କ୍ୟାପଶନରେ ଉଲ୍ଲେଖ କରାଯାଇଛି, ୫୨ ବର୍ଷ ତଳେ ଗୋଟିଏ ପାଦଚିହ୍ନ ପୂରା ବିଶ୍ୱକୁ ପ୍ରେରିତ କରିଥିଲା।

ଆର୍ମଷ୍ଟ୍ରଙ୍ଗଙ୍କ ସହ ଏଡଓ୍ବିନ ଆଲଡ୍ରିନ ଓ ମାଇକେଲ କଲିନ୍ସ ଆପୋଲୋ ୧୧ ମିଶନରେ ଜହ୍ନରେ ଅବତରଣ କରିଥିଲେ। ମହାକାଶ କ୍ଷେତ୍ରରେ ଏହା ଥିଲା ମାନବର ଉଲ୍ଲେଖନୀୟ ସଫଳତା।

ତେବେ ଇଗଲ ନାମକ ଲୁନାର ମଡ୍ୟୁଲ ସହ ଜହ୍ନରେ ଓହ୍ଲାଇଥିଲେ ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ। ଅର୍ବିଟରେ ରହି ଯାଇଥିଲେ କଲିନ୍ସ। ଦୁଇ ମହାକାଶଚାରୀ ଜହ୍ନରେ ଚାଲିବା ସହିତ ସେଠାରୁ ପରୀକ୍ଷା ପାଇଁ ପୃଥ୍‌ବୀକୁ ପଥର ଆଣିଥିଲେ। ସେମାନେ ସାଥିରେ ନେଇଥିଲେ ଟିଭି କ୍ୟାମେରା। କିଛି ଫଟୋ ଉତ୍ତୋଳନ କରିଥିଲେ। ଫଳରେ ପୂରା ବିଶ୍ୱ ଐତିହାସିକ ଘଟଣା ଦେଖିପାରିବେ। ନାସା ଶେୟାର କରିଥିବା ଫଟୋକୁ ୧୧ ଘଣ୍ଟାରେ ୧୬ ଲକ୍ଷ ଲାଇକ୍ସ ମିଳି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ

କଲମ୍ବୋ,୯।୮: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପାକ୍ସେ ରବିବାର ଶପଥ ଗ୍ରହଣ କରିଛନ୍ତି। କଲମ୍ବୋର ଏକ ବୁଦ୍ଧ ମନ୍ଦିରରେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ...

କୋଭିଡ-୧୯ ସହ ଲଢିବାକୁ ଭାରତକୁ ସାହାଯ୍ୟ କରିବ ଚାଇନା

ବେଜିଂ,୨୦।୩: କୋଭିଡ-୧୯ ସହ ଲଢିବାକୁ ଶୁକ୍ରବାର ଚାଇନାଠାରୁ ପରାମର୍ଶ ନେଇଛନ୍ତି ୟୁରୋଏସିଆନ ଓ ସାଉଥ୍‌ ଏସିଆନର ପ୍ରାୟ ୧୦ ଦେଶ। ଭିଡିଓ କନଫରେନ୍‌ସିଂ ଜରିଆରେ ଏମାନେ...

ଶୋଇବା ପାଇଁ ଏଠାରେ ଲୋକେ ଭଡାରେ ନିଅନ୍ତି କାର୍‌

ଟୋକିଓ,୧୧।୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍‌ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍‌ ଭଡାରେ ନେଇ ରାସ୍ତା କଡରେ...

ସୀମା ପାର ହେବାକୁ ସୁରକ୍ଷା କର୍ମୀଙ୍କୁ ହାତ ଯୋଡିଲେ ମା’: ଭିଡିଓ ଭାଇରାଲ

ମେକ୍ସିକୋ,୨୬।୭: ପ୍ରତିବର୍ଷ ବହୁ ସଂଖ୍ୟାରେ ମଧ୍ୟ ଆମେରିକାର ଶରଣାର୍ଥୀ ମେକ୍ସକୋ ଦେଇ ଆମେରିକା ପହଞ୍ଚିବାକୁ ଚେଷ୍ଟା କରିଥାଆନ୍ତି। ଏହି ସମୟରେ କେହି ସୀମା ପାର କରି...

ଏସ୍‌ସିଓ ସମ୍ମିଳନୀରେ ମୋଦିଙ୍କ ସମେତ ୮ ରାଷ୍ଟ୍ର ନେତା: ଆତଙ୍କବାଦ ବିରୋଧରେ ଏକାଠି

ବିଶ୍‌କେକ୍‌,୧୫ା୬(ପି.ଟି.):ଆତଙ୍କବାଦ ପ୍ରାୟୋଜକ ଦେଶ ସତର୍କ ରହିବା ଉଚିତ। ଆତଙ୍କବାଦକୁ ଆର୍ଥିକ ସହଯୋଗ କରୁଥିବା, ପ୍ରୋତ୍ସାହନ ଦେଉଥିବା ଦେଶ ଏଥିଲାଗି ଦାୟୀ ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମେୟର ଭାବେ ନିର୍ବାଚିତ ହେଲା କୁକୁର

ଓ୍ବାଶିଂଟନ,୫।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଏଠାକାର ସହରରେ ମେୟର ନିର୍ବାଚନ ମଧ୍ୟ କରାଯାଇଛି। କେଣ୍ଟୁକି...

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ...

ଡବ୍ଲୁଏଚ୍‌ଓର ଚେତାବନୀ ପୁଣିଥରେ ଫେରିପାରେ କରୋନା

ଜେନେଭା,୨୬।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ସୋମବାର କରୋନା ମହାମାରୀକୁ ନେଇ ଆଉ ଏକ ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି ଯେଉଁ ଦେଶରେ କରୋନା ସଂକ୍ରମଣ କମ୍‌...

Advertisement


Archives

Model This Week

Why Dharitri