‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସୀମା ଭିତରେ ରହି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ”  ମୋର କାମକୁ ନେଇ ପାଣ୍ଡିଆନ ବାବୁ ସନ୍ତୁଷ୍ଠ ନୁହଁ ବୋଲି କହିଛନ୍ତି। ହେଲେ ମୋର ରାଜନୈତିକ ଭବିଷ୍ୟତ ତାଙ୍କ ମତାମତ ଉପରେ ନିର୍ଭର କରେନାହିଁ। ମୁଁ ପ୍ରତିବର୍ଷ ମୋର ରିପୋର୍ଟ କାର୍ଡ ଦେଇଛି। ଯାହାକି ପବ୍ଲିକ ଡୋମେନରେ ଉପଲବ୍ଧ ରହିଛି। ପାଣ୍ଡିଆନ ବାବୁ ତାହାକୁ ସେଠାରୁ ପଢି ନିଅନ୍ତୁ।

ମୁଁ ପାଣ୍ଡିଆନ ବାବୁଙ୍କୁ ପ୍ରଶ୍ନ କରୁଛି, ରାଜନୀତିରେ ମର୍ଯ୍ୟାଦାପୂର୍ଣ୍ଣ ମର୍ଯ୍ୟାଦା ପୂର୍ଣ୍ଣ ମନ୍ତବ୍ୟ ବ୍ୟବହାର କରାଯାଏ। ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ରେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାରର ଶିକ୍ଷା ଦିଆଯାଇଥାଏ। ଜଣେ ପୂର୍ବତନ ଅଧିକାରୀ ହିସାବରେ ପ୍ରଧାନମନ୍ତ୍ରୀ ଙ୍କ କାମକୁ ନେଇ ନକାରାତ୍ମକ ଟିପ୍ପଣୀ ନକରନ୍ତୁ ପାଣ୍ଡିଆନ ବାବୁ। ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ ବୋଲି ଟିପ୍ପଣୀ ନଦିଅନ୍ତୁ। ଖାଲି ସେତିକି ନୁହଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ତାଙ୍କ ଔକାତ୍, ଓ ଦମ ସବ୍ଦର ବ୍ୟବହାର କରିବା ଏବଂ ତାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଶୋଭା ଦେଉନାହିଁ। ପାଣ୍ଡିଆନ୍ ବାବୁ ନିଜ ସୀମା ଭିତରେ ରହିବା ଦରକାର। ମର୍ଯ୍ୟାଦାପୂର୍ଣ୍ଣ କଥା କହିବା ଉଚିତ୍।

ମୋତେ ପଚାରୁଛନ୍ତି ମୁଁ ୫ ବର୍ଷରେ କଣ କରିଛି। ମାତ୍ର ବିଜେଡିର ୧୨ ଜଣ ସାଂସଦ ଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖନ୍ତୁ ପାଣ୍ଡିଆନ୍ ବାବୁ। ପ୍ରସନ୍ନ ପାଟ୍ଟଶାଣୀ ବାବୁ ୨୫ ବର୍ଷ ସାଂସଦ ଥିଲେ। ସବୁ ବର୍ଷର ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖି ପାରିବେ କି? ୨୦୧୯-୨୪ ମଧ୍ୟରେ ୧୨ ଜଣ ସାଂସଦ ବିଜେଡିର ଲୋକସଭାରେ ଥିଲେ। ସେମାନଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନରେ ରଖନ୍ତୁ ତ? ମାତ୍ର ୩ ଜଣ କୁ ଛାଡିଦେଲେ ଅନ୍ୟ କୌଣସି ସାଂସଦ ଲୋକସଭାରେ ନା ପ୍ରଶ୍ନ କରୁଥିଲେ ନା ସେମାନଙ୍କୁ ଲୋକସଭାରେ ଦେଖିବାକୁ ମିଳୁଥିଲା। ଲୋକମାନେ ମନସ୍ଥ କରିସାରିଲେଣି ବିଜେପିକୁ ଆଉ ନରେନ୍ଦ୍ର ମୋଦୀ ଙ୍କୁ ହିଁ ଜିତାଇବେ। ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜେ ୱାର୍ଡ ମେମ୍ବର ନିର୍ବାଚନ ମଧ୍ଯ ଲଢ଼ି ନାହାନ୍ତି। ସେ ପଚାରୁଛନ୍ତି ଅପରାଜିତା ଷଡଙ୍ଗୀ କଣ କରିଛନ୍ତି। ଲୋକେ ଜାଣିବା ଦରକାର ବିଜେଡି ଏମପି କଣ କରିଛନ୍ତି।

ସେପଟେ ସାକ୍ଷାତକାରରେ ଭାଜପାର ନେତାମାନଙ୍କୁ କୁଜି ନେତା କହିଛନ୍ତି ପାଣ୍ଡିଆନ୍ ବାବୁ। ମୁଁ ଏହିଭଳି ଶବ୍ଦ ପ୍ରୟୋଗକୁ ଭର୍ସନା କରୁଛି। ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଏପରି ମତ ପାଣ୍ଡିଆନ୍ ବାବୁଙ୍କୁ ଶୋଭା ଦେଉନାହିଁ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଟିପ୍ପଣୀ ଦେବା ଶୋଭା ଦେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ଵାସ୍ଥ୍ୟର ଫାଇଦା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଗୃହବନ୍ଦୀ କରି ନିଜକୁ ମହାନ ଜନ ନାୟକ ହେବାକୁ ଚେଷ୍ଟା କରୁଛନ୍ତି ସେ। ନିର୍ବାଚନୀରେ ଛିଡା ହେବାକୁ ସାହସ ନାହିଁ। ମାତ୍ର ଭାଜପାର ଯେଉଁ ନେତା ମାନେ ଦିର୍ଘ ଦିନ ଧରି କାମ କରୁଛନ୍ତି ସେମାନଙ୍କୁ କୁଜି ନେତା କହିଛନ୍ତି। ଏହା ସେ ନିଜ ଲକ୍ଷ୍ମଣରେଖା ଡେଇଁ ଯାଉଛନ୍ତି। ଶବ୍ଦର ଏହିଭଲି ପ୍ରୟୋଗ କରୁଛନ୍ତି ତାକୁ ମୁଁ ଘୋର ଭର୍ସନା କରୁଛି। ଯିଏ ନିଜେ ୱାର୍ଡ ମେମ୍ବର ପାଇଁ ନିର୍ବାଚନୀ ଲଢ଼ି ନାହାନ୍ତି ସେ ଏଭଲି ମନ୍ତବ୍ୟ ଦେବା ଉଚିତ୍ ନୁହଁ।


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୫।୬: ବିଜେଡି ନେନତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି। ଜିଏ ଅଧିକାରୀ କହିଛନ୍ତି, ନିର୍ମାଣ ପାଇଁ...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୫ ଦିନ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର,୨୫।୬: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ବିଜୁଳି...

ରଥଯାତ୍ରାକୁ ନେଇ ଆସିଲା ବଡ଼ ଖବର, ଏଥର ବନ୍ଦ ରହିବ ନବଯୌବନ ଦର୍ଶନ

ପୁରୀ,୨୫।୬: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତିକୁ ଅନୁରୂପ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି...

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା: ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌

ଭୁବନେଶ୍ବର,୨୫।୬: ଦୂର ହେବ ଟ୍ରାଫିକ ସମସ୍ୟା। ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି।...

ଏସ୍‌ସିବିରେ ରୋଗୀ, ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ

କଟକ,୨୫।୬(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏସ୍‌ସିବି ମେଡିକାଲ ଗସ୍ତ କରିଛନ୍ତି। ମେଡିକାଲରେ ସମସ୍ତ ବିଭାଗ ଭ୍ରମଣ କରିବା ସହ ଏସ୍‌ସବି...

ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ,୨୫।୬: ସଂସଦରେ ଶପଥ ନେଲେ ଓଡ଼ିଆ ସାଂସଦ। ସୋମବାର ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର...

ସମ୍ବଲପୁରରେ ଜଣ୍ଡିସ ସ୍ଥିତି ଅନୁଧ୍ୟାନ

ସମ୍ବଲପୁର,୨୦ା୬: ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ ଆତଙ୍କ। ସହରର କୁମ୍ଭାରପଡ଼ା, ଶାଲିଆବଗିଚା ଓ ପେନସନପଡ଼ା ଅଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ବୟସ ୧୪ରୁ...

ରାହୁଲ କହିଲେ ଆମକୁ ଦିଅ ଉପ-ବାଚସ୍ପତି, ହେଲେ ଛିଣ୍ଡିଲାନି ଅଙ୍କ

ନୂଆଦିଲ୍ଲୀ, ୨୫।୬: ଲୋକସଭା ବାଚସ୍ପତି ଚୟନକୁ ନେଇ ରଜନୈତିକ ମହଲରେ ଥିବା ସସପେନ୍ସ ଏବଂ ଡ୍ରାମା ମଧ୍ୟରେ ଏନଡିଏ ପକ୍ଷରୁ ଓମ ର୍ବିଲା ଲୋକସଭାର ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri