ଦୁଶ୍ଚିନ୍ତାରେ ଯବାନ

ନାଗାଲାଣ୍ଡ ମନ୍‌ ଜିଲାର ଟିରୁ ଅଞ୍ଚଳରେ ୪ ଡିସେମ୍ବର ସନ୍ଧ୍ୟାରେ ସେନାର ଅତର୍କିତ ଆକ୍ରମଣରେ ୧୩ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୧୧ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ପ୍ରତିକ୍ରିୟାରେ ସ୍ଥାନୀୟ ଲୋକଙ୍କ ପ୍ରତିଆକ୍ରମଣରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ବେଆଇନ ଘୋଷିତ ନ୍ୟାଶନାଲିଷ୍ଟ ସୋସିଆଲିଷ୍ଟ କାଉନ୍‌ସିଲ୍‌ ଅଫ୍‌ ନାଗାଲାଣ୍ଡ ବା ଏନଏସ୍‌ସିଏନ୍‌ (ଖାପଲଙ୍ଗ୍‌ ୟୁଙ୍ଗ୍‌-ଅଙ୍ଗ୍‌)ର ଉଗ୍ରପନ୍ଥୀମାନେ ସମ୍ପୃକ୍ତ ଅଞ୍ଚଳରେ ଆତଯାତ କରୁଛନ୍ତି ବୋଲି ସେନାକୁ ଗୋଇନ୍ଦା ସୂଚନା ମିଳିଥିଲା। ତଦନୁଯାୟୀ ଯବାନମାନେ କାର୍ଯ୍ୟାନୁଷ୍ଠାନ କରିବା ସକାଶେ ଛପି ରହିଥିଲେ। ସେହି ବାଟ ଦେଇ ଯାଉଥିବା ଗାଡ଼ିରେ ଉଗ୍ରପନ୍ଥୀ ଅଛନ୍ତି ଭାବି ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ହେଲେ ସେଥିରେ ସ୍ଥାନୀୟ ଏକ କୋଇଲା ଖଣିରୁ କାମ ସାରି ଶ୍ରମିକମାନେ ଘରକୁ ଫେରୁଥିଲେ। ଯବାନଙ୍କ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପରେ ଆଉ ୭ ଜଣଙ୍କ ପ୍ରାଣହାନି ହୋଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବିଷୟକୁ ସେନା ସ୍ବୀକାର କରି ନ ଥିଲା। ପରେ ଜଣାପଡ଼ିଥିଲା ଯେ ସେନା ଆକ୍ରମଣର ଶିକାର ହୋଇଥିବା ଶ୍ରମିକମାନେ ନିୟମିତ ଖଣିରେ କାମ କରିଥାଆନ୍ତି। ସେମାନେ ସାପ୍ତାହିକ କାର୍ଯ୍ୟ ସାରି ଶନିବାର ଘରକୁ ଫେରନ୍ତି ଓ ରବିବାର ପରିବାର ସହ ରହିବା ପରେ ପୁନଶ୍ଚ ସୋମବାର କାମରେ ଯୋଗ ଦେଇଥାଆନ୍ତି।
ସେନା ଦ୍ୱାରା ଘଟାଯାଇଥିବା ସଂହାର ଯୋଗୁ ଟିରୁ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ ଉକ୍ତ ଘଟଣାକୁ ନିନ୍ଦା କରି ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାଧାରଣ ଲୋକଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିବା ସହ ଶୀଘ୍ର ମୃତକଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା କରିଛନ୍ତି। ବାସ୍ତବରେ ମୃତକଙ୍କ ପରିବାର କେବେ ନ୍ୟାୟ ପାଇବେ ସମୟ କହିବ। ତେବେ ଏଠାରେ ଏସ୍‌ଆଇଟି କେଉଁ ବିଷୟ ତଦାରଖ ବା ତନାଘନା କରିବ କହିବା କଷ୍ଟକର। ଆଜିର ପରିସ୍ଥିତିରେ ଭାରତୀୟ ସେନାର କୌଣସି ଦୋଷ ଦୁର୍ବଳତାକୁ ଦର୍ଶାଇଲେ ତାହା ଦେଶ ବିରୋଧୀ କାର୍ଯ୍ୟର ଆଖ୍ୟା ଦିଆଯାଉଛି। ଓଡ଼ିଶାବାସୀଙ୍କ ପାଇଁ ସେନାର ବିଭିନ୍ନ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ବୁଝିବା କଷ୍ଟକର ନୁହେଁ। ତାହାର ଝଲକ ଏହି ରାଜ୍ୟର ବିଭିନ୍ନ ଜିଲାରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଦ୍ୱାରା କରାଯାଇଥିବା ଭୁଲ୍‌ କାର୍ଯ୍ୟରୁ ବାରି ହୋଇପଡ଼େ। ଏଥିସହିତ ସେନା ଯବାନମାନଙ୍କ ପ୍ରତି ଯେଉଁଭଳି ବ୍ୟବହାର ସରକାରଙ୍କ ଦ୍ୱାରା ପ୍ରଦର୍ଶନ କରାଯାଏ ଏବଂ ତାଙ୍କ କାର୍ଯ୍ୟରେ ଯେତିକି ଦୁଶ୍ଚିନ୍ତା ରହିଥାଏ, ସେଥିଯୋଗୁ ସେମାନେ ଅତ୍ୟନ୍ତ ବିଚଳିତ ରହିବା ସ୍ବାଭାବିକ। ବ୍ୟତିବ୍ୟସ୍ତ ମଣିଷ ଅନେକ ଭୁଲ୍‌ ଘଟାଇବା ସହଜ ହୋଇଥାଏ।
ଟିରୁ ଘଟଣାକୁ ଦେଖିଲେ ସେନା ପକ୍ଷରୁ କୁହାଯାଇଛି ଯେ, ଯେଉଁଠାରେ ଯବାନମାନେ ସମ୍ପୃକ୍ତ ଗାଡ଼ି ଉପରେ ଆକ୍ରମଣ କଲେ ସେଥିରେ ଉଗ୍ରପନ୍ଥୀ ଥିବା ବିଶ୍ୱାସଯୋଗ୍ୟ ଥିଲା। କାରଣ ବିଶ୍ୱସ୍ତ ସୂତ୍ରରୁ ଗୋଇନ୍ଦା ସୂଚନା ମିଳିଥିଲା। ଏହି ଘଟଣାରୁ ଭାରତୀୟ ସେନାର ଗୋଇନ୍ଦା ବ୍ୟବସ୍ଥା କେତେ ଶକ୍ତିଶାଳୀ ତାହା ଅନୁମାନ କରିହେଉଛି। ଦେଶ ଭିତରେ ଉଗ୍ରପନ୍ଥୀଙ୍କ ଗତିବିଧି ବିଷୟରେ ଅଜ୍ଞ ରହିଯାଉଥିବା ସେନା ସୀମାପାର ଆତଙ୍କବାଦ ଓ ଅନ୍ୟ ରାଷ୍ଟ୍ର ସହ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ତାହାର ମୁକାବିଲା କିଭଳି କରିପାରିବ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri