Posted inଜାତୀୟ

ମହିଳାରୁ ପୁରୁଷ ହେଲେ ଆଇଆର୍‌ଏସ୍‌ ଅଫିସର

ନୂଆଦିଲ୍ଲୀ,୧୦ା୭:ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ଜଣେ ମହିଳା ଅଫିସର ନିଜ ଲିଙ୍ଗ ଓ ନାମ ପରିବର୍ତ୍ତନ କରି ପୁରୁଷ ହୋଇଯାଇଛନ୍ତି। ହାଇଦ୍ରାବାଦର ଏକ୍ସାଇଜ୍‌ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ ଅପିଲେଟ୍‌ ଟ୍ରିବ୍ୟୁନାଲ (ସିଇଏସ୍‌ଟିଏଟି)ର ଆଞ୍ଚଳିକ ଶାଖାରେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟରତ ଏମ୍‌. ଅନୁସୂୟାଙ୍କ ଏହି ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟ ସ୍ବୀକୃତି ପ୍ରଦାନ କରିଛି। ଭାରତୀୟ ସିଭିଲ୍‌ ସର୍ଭିସ୍‌ରେ ଏହାକୁ ପ୍ରଥମ ଲିଙ୍ଗ ପରିବର୍ତ୍ତନ ବୋଲି କୁହାଯାଉଛି।
୩୫ ବର୍ଷୀୟା ଏମ୍‌. ଅନୁସୂୟା ଲିଙ୍ଗ ପରିବର୍ତ୍ତନ କରିବା ପରେ ନିଜ ନାମ ଏମ୍‌. ଅନୁକାଥିର ସୂର୍ଯ୍ୟା ରଖିଛନ୍ତି। ଏପରି କି ସେ ସମସ୍ତ ସରକାରୀ ରେକର୍ଡରେ ନୂଆ ନାମରେ ପରିଚିତ ହେବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅନୁସୂୟା ୨୦୧୩ ଡିସେମ୍ବରରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୮ରେ ସେ ଡେପୁଟି କମିଶନର ପାହ୍ୟାକୁ ଉନ୍ନିତ ହୋଇଥିଲେ। ଗତବର୍ଷ ତାଙ୍କୁ ସିଇଏସ୍‌ଟିଏଟି ଚିଫ୍‌ କମିଶନରଙ୍କ ଅଫିସରେ ଜଏଣ୍ଟ କମିଶନର ରୂପେ ଅବସ୍ଥାପିତ କରାଯାଇଥିଲା। ଅନୁସୂୟା ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେଶନ୍‌ରେ ସ୍ନାତକ ଡିଗ୍ରୀ ହାସଲ ପରେ ୨୦୨୩ରେ ଭୋପାଳସ୍ଥିତ ନ୍ୟାଶନାଲ ଲ’ ଇନ୍‌ଷ୍ଟିଚ୍ୟୁଟ୍‌ ୟୁନିଭର୍ସିଟିରୁ ସାଇବର ଲ’ ଏବଂ ସାଇବର ଫରେନ୍‌ସିକ୍ସରେ ପିଜି ଡିପ୍ଲୋମା କରିଥିଲେ।
ପ୍ରକାଶ ଯେ, ୨୦୧୪ ଏପ୍ରିଲ ୧୫ରେ ସୁପ୍ରିମକୋର୍ଟ ନ୍ୟାଶନାଲ ଲିଗାଲ ସର୍ଭିସେସ୍‌ ଅଥରିଟି (ଏନ୍‌ଏଏଲ୍‌ଏସ୍‌ଏ) ମାମଲାରେ ତୃତୀୟ ଲିଙ୍ଗକୁ ସ୍ବୀକୃତି ପ୍ରଦାନ ପୂର୍ବକ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଜଣେ ବ୍ୟକ୍ତି ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରି (ଏସ୍‌ଆର୍‌ଏସ୍‌) ଦ୍ୱାରା ଅସ୍ତ୍ରୋପଚାର କରାନ୍ତୁ କି ନ କରାନ୍ତୁ ଲିଙ୍ଗଗତ ପରିଚୟ ଏକ ବ୍ୟକ୍ତିଗତ ପସନ୍ଦ। କାରଣ ଭାରତୀୟ ସମ୍ବିଧାନ ତୃତୀୟ ଲିଙ୍ଗୀମାନଙ୍କୁ ସସମ୍ମାନେ ଜୀବନ ଧାରଣର ଅଧିକାର ଦେଇଛି। ସେମାନଙ୍କୁ ସ୍ବୀକୃତି ଦେବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ସର୍ବୋଚ୍ଚ ଅଦାଲତ ସେତେବେଳେ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri