ପୁଣି ଚର୍ଚ୍ଚାରେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ହେବା ପରେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ଅନୁଷ୍କା କୌଣସି ଫଟୋ, ଭିଡିଓ କିମ୍ବା ଫିଲ୍ମ ପାଇଁ ନୁହେଁ ବରଂ ସ୍ବଚ୍ଛ ଭାରତ ଅଭିଯାନରେ ଭାଗ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କା ତାଙ୍କ ଫିଲ୍ମ ସେଟରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପଦକ୍ଷେପ ନେଇଛନ୍ତି। ଅନୁଷ୍କା କହିଛନ୍ତି ଯେ ପରିବେଶକୁ ବଞ୍ଚାଇବା ଆଜିର ସମୟରେ ସବୁଠାରୁ ବଡ ଆବଶ୍ୟକତା। ଫିଲ୍ମ ଶିଳ୍ପ ଏହି ଦିଗରେ ସହଯୋଗ କରିପାରିବ। ସଚେତନତା ପ୍ରସାର ପାଇଁ ଫିଲ୍ମ ଆଗେଇ ଆସିବା ଉଚିତ୍‌ ବୋଲି ସେ କହିଛନ୍ତି। ଅନୁଷ୍କା ଶର୍ମା ସବୁବେଳେ କିଛି ନୂଆ କରିବାକୁ ପ୍ରସ୍ତୁତ ଥାନ୍ତି। ‘କ୍ଲିନ ସ୍ଲେଟ ଫିଲ୍ମସ’ ପ୍ରଡକ୍ସନ ହାଉସରେ ଅନୁଷ୍କାଙ୍କ ଭାଇ ତଥା ସହଯୋଗୀ କର୍ଣ୍ଣେଶ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ‘ମୁଁ ଏବଂ ଅନୁଷ୍କା’ କ୍ଲିନ ସ୍ଲେଟ ଫିଲ୍ମ’ ଆରମ୍ଭ କରିଛୁ। ଆମେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ। ଏଥିରେ ଏକ ପ୍ରମୁଖ ପଦକ୍ଷେପ ହେଉଛି ବର୍ଜ୍ୟବସ୍ତୁ ପରିଚାଳନା। ବର୍ଜ୍ୟବସ୍ତୁ ଯୋଗୁ ପ୍ରଦୂଷଣ ବୃଦ୍ଧି ପାଉଛି। ଆମେ ଫିଲ୍ମ ସେଟରେ ଜମା ହୋଇଥିବା ବର୍ଜ୍ୟବସ୍ତୁକୁ କେମିତି ହ୍ରାସ କରିପାରିବା ସେ ଦିଗରେ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।
ପ୍ରସବ ପରେ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଝିଅ ଭାମିକା ସହିତ ସମୟ ବିତାଉଛନ୍ତି। ନିକଟରେ ଇନଷ୍ଟାଗ୍ରାମରେ ଝିଅ ଏବଂ ସ୍ବାମୀ ବିରାଟ କୋହଲିଙ୍କ ସହ ସେ ଏକ ଫଟୋ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କୁ ପସନ୍ଦ କରି ନ ଥିଲେ ଶାଶୁ, ଧକ୍କା ମାରି ଘରୁ ତଡ଼ି ଦେଇଥିଲେ

ବି-ଟାଉନ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯିଏ ରିଲ୍‌ ଲାଇଫ୍‌ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିଛି ଯୋଡ଼ିଙ୍କ ସମ୍ପର୍କ ଅଧାରୁ ଭାଙ୍ଗି...

ଏୟାର ଫୋର୍ସ ଅଫିସର ପୋଷାକରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ‘ଧାକଡ’ ଫିଲ୍ମର ଶୁଟିଂ ଶେଷ କରିବା ପରେ କିଛି ଫଟୋକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ସେ...

ପୁଅ ଆର୍ୟନଙ୍କ ଏଭଳି ଅବସ୍ଥା ଦେଖି ଭୋ ଭୋ ହୋଇ କାନ୍ଦିଲେ ଗୌରୀ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। କୋର୍ଟ ଜାମିନ ନ ଦେବାରୁ ତାଙ୍କୁ ଆର୍ଥର ରୋଡ୍‌ରେ...

ଡ୍ୟାନ୍ସ ମୋ ଫିଟ୍‌ନେସ୍‌ର ମନ୍ତ୍ର : ଭୂମିକା

ଶିଶୁ କଳାକାର ଭାବରେ ସେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ହେଲେ ୟା’ ଭିତରେ ସେ ବେଶ୍‌ କେତୋଟି ସିନେମାରେ ଲିଡ୍‌ ଆକ୍ଟ୍ରେସ୍‌ ଭାବରେ ଅଭିନୟ କରି...

ଇଡିରେ ହାଜର ହେଲେ ଜ୍ୟାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ ବୁଧବାର ଇଡିରେ ହାଜରେ ହେଇଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହୋଇଛନ୍ତି। ସୁକେଶ ଚନ୍ଦ୍ରଶେଖର...

ପ୍ରେମରେ ସଫଳ ନୁହନ୍ତି କ୍ୟାଟ୍ରିନା !

ମୁମ୍ବାଇ: ବଲିଉଡ୍‌ ବିୟୁଟି କୁଇନ୍‌ କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍‌ କି ଧଡକନ୍‌। କୁହାଯାଏ ତାଙ୍କ ପାଇଁ ପାଗଳ ଅନେକ ଯୁବକ। ତାଙ୍କର ଅଭିନୟ ସାଙ୍ଗକୁ...

ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ଅସଲ କାରଣ

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବାଥ୍‌ଟବ୍‌ରେ ବୁଡ଼ି ପ୍ରାଣ ହରାଇଥିବା ଘଟଣାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏନେଇ ସେତେବେଳେ ନାନା...

ହାତକୁ ଦୁଇ ହାତ ହେବେ କିଆରା-ସିଦ୍ଧାର୍ଥ !

ବମ୍ବେ: ଦୀର୍ଘ ୩ ବର୍ଷର ଡେଟିଂ ଖବର ପରେ ନିକଟରେ ସମ୍ପର୍କ ଉପରେ ମୋହର ମାରିଥିଲେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ।...

Advertisement
Archives

Model This Week