ଗର୍ଭଧାରଣ ବିଷୟ ଏମିତି ଲୁଚାଇ ରଖିଥିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଅନୁଷ୍କା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବେବି ବମ୍ପ ଶେୟାର କରନ୍ତି। ନିକଟରେ ସେ ଭୋଗ୍ୟୁ ପତ୍ରିକା ପାଇଁ ଫଟୋଶୁଟ୍‌ କରିଥିଲେ। ଏହାର ଫଟୋ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଆଗାମୀ ସନ୍ତାନ ପାଇଁ କ’ଣ ଯୋଜନା କରୁଛନ୍ତି ତାହା କହିଥିଲେ। ଅନୁଷ୍କା କହିଛନ୍ତି, ଏହି କରୋନା ସମୟ ପାମା ପାଇଁ ଏକ ଅଦ୍ଭୁତ ଆଶୀର୍ବାଦ ବୋଲି ପ୍ରମାଣିତ ହେଲା। ବିରାଟ ପୁରା ସମୟ ମୋ ସହିତ ଥିଲେ ଏବଂ ମୁଁ ମା’ ହେବା ଖବର ଲୁଚାଇବାରେ ସକ୍ଷମ ହୋଇଥିଲୁ। କରୋନା ସମୟରେ ଆମେ କେବଳ ଡାକ୍ତରଙ୍କ କ୍ଲିନିକକୁ ଯାଉଥିଲୁ। ରାସ୍ତାରେ କେହି ନ ଥିଲେ କେହି ଆମକୁ ଅଟକାଇ ନ ଥିଲେ। ଗର୍ଭଧାରଣର ପ୍ରଥମ ଦିନରେ ସେ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ପ୍ରମୋଶନ ସମୟରେ ଜୁମ କଲ କରୁଥିଲେ। ସେତେବେଳେ ହଠାତ୍‌ ତାଙ୍କୁ ଅସହଜ ଲାଗିଲା। ସଙ୍ଗେ ସଙ୍ଗେ ଭିଡିଓ କଲ କାଟି ତାଙ୍କ ଭାଇ କର୍ଣ୍ଣେଶଙ୍କୁ ମେସେଜ କରିଥିଲେ। ଯଦି ସେ ଏକ ଷ୍ଟୁଡିଓ କିମ୍ବା ସେଟ୍‌ରେ ଥାଆନ୍ତି, ତେବେ ସମସ୍ତେ ଜାଣିଥାନ୍ତେ ବୋଲି ଅନୁଷ୍କା କହିଛନ୍ତି। ଲକଡାଉନ ସମୟରେ ସେ ନିଜକୁ ଲିଙ୍ଗ ନିରପେକ୍ଷ ନର୍ସରୀ ଡିଜାଇନ କରିବାରେ ବ୍ୟସ୍ତ ଥିଲେ। ପୁଅମାନେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌ ଏବଂ ଝିଅମାନେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌ ଏହା ମୁଁ ବିଶ୍ୱାସ କରେ ନାହିଁ। ମୋର ନର୍ସରୀରେ ସମସ୍ତ ପ୍ରକାର ରଙ୍ଗ ଅଛି।ତାଙ୍କ ନର୍ସରୀର ବିଷୟବସ୍ତୁ ପଶୁମାନଙ୍କ ଉପରେ ଆଧାରିତ। ମୁଁ ଏବଂ ବିରାଟ ଉଭୟ ପଶୁଙ୍କୁ ଭଲ ପାଆନ୍ତି ଏବଂ ଆମେ ଚାହୁଁ ଯେ ଆମର ପିଲାମାନେ ମଧ୍ୟ ସେହି ବନ୍ଧନ ରଖନ୍ତୁ। ସେମାନେ ଆମ ଜୀବନର ଏକ ପ୍ରମୁଖ ଅଂଶ ଏବଂ ଆମେ ବିଶ୍ୱାସ କରୁ ଯେ ସେମାନେ ଶିଶୁ ଅଟନ୍ତି। ଦୟା ଶିଖାଇବା ଏବଂ ଏକାଠି ବଞ୍ଚିବା ମୋ ପିଲା ଶିଖୁ ବୋଲି ଅନୁଷ୍କା କହିଛନ୍ତି।

 

View this post on Instagram

 

A post shared by VOGUE India (@vogueindia)


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri