ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଲେ ଅନୁଭବ ମହାନ୍ତି, ପ୍ରଶଂସା କରି କହିଲେ…

କଟକ,୧୫।୧: ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି ନେତା ଅନୁଭବ ମହାନ୍ତି । ସର୍ବଦା ସେ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ବର୍ତ୍ତମାନ ସେ ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ ସେ ଅତିଥି ଭାବେ ଯୋଗ ଦେଇ ମୋକିମଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ସିଧାସଳଖ ଭାବେ ନକହି ସେ ପରୋକ୍ଷ ଭାବେ ମୋକିମ ଏବଂ ସୋଫିଆଙ୍କ ସପକ୍ଷରେ ବାହାରିଛନ୍ତି ।

ମୋକିମଙ୍କୁ ନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ତାଙ୍କୁ ନେତା ହିସାବରେ ବହୁତ ଆଗରୁ ଦେଖି ଆସିଛି । କିନ୍ତୁ ଲୋକ ହିସାବରେ କହିବାକୁ ଗଲେ ମୋତେ ତାଙ୍କ ଠାରୁ ପିଲାଠୁ ଭଲ ପାଇବା ମିଳୁଛି । ମୁଁ ବି ତାଙ୍କୁ ସମ୍ମାନ ଜଣାଏ । ତାଙ୍କୁ ମୋର ଶୁଭକାମନା ରହିବ । ସେ ଜୀବନରେ ଯାହାବି କାମ କରନ୍ତୁ ଭଲ କାମ କରିଚାଲନ୍ତୁ । ଲୋକଙ୍କ ସେବା ଜାରି ରଖନ୍ତୁ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଯାହାବି କଲେ ଚର୍ଚ୍ଚାରେ ରୁହେ । ମୋତେ ସେ ଅତିଥି ଭାବେ ଡାକିଥିଲେ ସେଥିପାଇଁ ମୁଁ ଆସିଛି । ତେବେ ମୋକିମ ନୂଆ ଦଳ ଗଠନ ନେଇ ସ୍ପଷ୍ଟ କରିଥିବା ବେଳେ ଏହି ସମୟରେ ଅନୁଭବ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ସ୍ବାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ନେଇ ତେଜିଲା ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେ….କାହାକୁ କହିଲେ ଏମିତି

ନୂଆଦିଲ୍ଲୀ, ୧୧।୮: ସଂସଦରେ ମୌସୁମୀ ଅଧିବେଶନ ଚାଲିଛି। ସଂସଦ ମାର୍ଚ୍ଚ ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାର୍ଜକୁ ନେଇ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ କେନ୍ଦ୍ର…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri