Posted inଖେଳ

ଫାଇନାଲରେ ଅନ୍ତିମ ପଙ୍ଘାଲ୍‌

ଅସ୍ତାନା,୧୩ା୪(ପି.ଟି.): ଅସ୍ତାନା ରେସ୍‌ଲିଂ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଅନ୍ତିମ ପଙ୍ଘାଲ୍‌। ୫୩ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୮ ବର୍ଷୀୟା ଅନ୍ତିମ ଚମତ୍କାର କାଉଣ୍ଟର ଆଟାକ୍‌ ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଥିଲେ। ୫୭ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟତମ ଭାରତୀୟ ଅଂଶୁ ମଲିକ୍‌ ସେମିଫାଇନାଲରେ ଜାପାନର ସାଏ ନାଞ୍ଜୋଙ୍କଠାରୁ ହାରି ବ୍ରୋଞ୍ଜ ପଦକ ଲାଗି ମୁକାବିଲା କରିବେ। ଅନ୍ତିମ ଚଳିତ ବର୍ଷ ୨୦ ବର୍ଷରୁ କମ୍‌ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଅନ୍ତିମଙ୍କ ବିରୋଧରେ ମାତ୍ର ଗୋଟିଏ ପଏଣ୍ଟ ସ୍କୋର ହୋଇଛି। ଉଜବେକିସ୍ତାନର ଅକଟେଙ୍ଗେ କେଉନିମଜାଏଭାଙ୍କୁ ୮-୧ରେ ପରାଜିତ କରିଥିବା ବେଳେ ଏହି ପଏଣ୍ଟଟି ସ୍କୋର ହୋଇଥିଲା। ସେ ନିଜ ପ୍ରଥମ ରାଉଣ୍ଡ ଲଢେଇରେ ସିଙ୍ଗାପୁରର ହାଇଓ ପିଙ୍ଗ ଆଲଭିନାଙ୍କୁ ଫଲ୍‌ ଜରିଆରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ କ୍ୱାର୍ଟର ଫାଇନାଲରେ ଚାଇନାର ଲି ଡେଙ୍ଗଙ୍କୁ ୬-୦ରେ ପରାସ୍ତ କରିଥିଲେ। ଫାଇନାଲ ମ୍ୟାଚରେ ସେ ୨୦୨୧ ବିଶ୍ୱ ଚାମ୍ପିୟନ୍‌ ଜାପାନର ଆକାରି ଫୁଜିନାମିଙ୍କୁ ଭେଟିବେ।
୫୭ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୦୨୧ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଅଂଶୁଙ୍କ ନିକଟରୁ ଏକ ପଦକ ଆଶା କରାଯାଉଥିଲା। ସେମିରେ ସେ ଜାପାନର ସାଏ ନାଞ୍ଜୋଙ୍କ ନିକଟରୁ ୫-୧ରେ ପରାଜିତ ହେବା ସହ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ ଲଢିବେ। ଏହି ଲଢେଇ ସମୟରେ ସେ ଆହତ ହୋଇ ଥିବାରୁ ବ୍ରୋଞ୍ଜ ପଦକ ମୁକାବିଲାରେ ଅଂଶଗ୍ରହଣ କରିବା ଉପରେ ଆଶଙ୍କା ରହିଛି। ଅନ୍ୟତମ ଭାରତୀୟଙ୍କ ମଧ୍ୟରେ ୬୫ କିଗ୍ରା ବର୍ଗରେ ମନୀଷା, ୭୨ କିଗ୍ରା ବର୍ଗରେ ରୀତିକା ଓ ୬୨ କିଗ୍ରା ବର୍ଗରେ ସୋନମ ମଲିକ୍‌ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ। ଏହି ଟୁର୍ନାମେଣ୍ଟରେ ଭାରତ ଅଦ୍ୟାବଧି ୬ ପଦକ ଜିତି ସାରିଛି। ଗ୍ରୀକୋ ରୋମାନରୁ ୪ ପଦକ ଆସିଥିବା ବେଳେ ମଙ୍ଗଳବାର ୬୮ କିଗ୍ରା ବର୍ଗରେ ନିଶା ଦାହିୟା ଓ ୭୬ କିଗ୍ରା ବର୍ଗରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri