Posted inଜାତୀୟ

ଚାକିରି ନେଲା ଆଣ୍ଟିଲିଆ ମାମଲା

ମୁମ୍ବାଇ,୧୨ା୫: ସଚିନ ଓ୍ବାଜେ ଏନ୍‌ଆଇଏ କୋର୍ଟରେ ପୂର୍ବରୁ ଏକ ଚିଠି ଦାଖଲ କରିଥିଲେ। ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବାବେଳେ ମାସକୁ ୧୦୦ କୋଟି ଟଙ୍କା ଅସୁଲି ପାଇଁ ତାଙ୍କ ଉପରେ ଚାପ ପକାଉଥିବା ନେଇ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗ ସତ ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ଏହାସହ ଶିବସେନାର ପରିବହନ ମନ୍ତ୍ରୀ ଅନିଲ ପରବଙ୍କ ବିରୋଧରେ ମଧ୍ୟ ପତ୍ରରେ ଅଭିଯୋଗ ରହିଥିଲା। ମୁମ୍ବାଇ ପୋଲିସରେ ପୁନଃ ଅବସ୍ଥାପିତ କରିବା ଲାଗି ଦେଶମୁଖ ୨ କୋଟି ଟଙ୍କା ଦାବି କରିଥିବା ଓ୍ବାଜେ କହିଥିଲେ। ତେବେ ଏନ୍‌ଆଇଏ କୋର୍ଟ ଉକ୍ତ ପତ୍ରକୁ ଗ୍ରହଣ କରିନାହାନ୍ତି।

ଆଣ୍ଟିଲିଆ ମାମଲାରେ ନିଲମ୍ବିତ ଆସିଷ୍ଟାଣ୍ଟ ପୋଲିସ ସବ୍‌-ଇନ୍‌ସ୍ପେକ୍ଟର ସଚିନ ଓ୍ବାଜେଙ୍କୁ ମଙ୍ଗଳବାର ଚାକିରିରୁ ବରଖାସ୍ତ କରାଯାଇଛି। ମାର୍ଚ୍ଚ ୧୩ରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ଏସ୍‌ୟୁଭି ମିଳିବା ଏବଂ ପରେ ଠାଣେ ବ୍ୟବସାୟୀ ମନ୍‌ସୁଖ ହିରେନ୍‌ ହତ୍ୟା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସଚିନ ଓ୍ବାଜେଙ୍କୁ ଗିରଫ କରିଥିଲା। ତାଙ୍କୁ ପୋଲିସ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗ୍ରାଲେଙ୍କୁ ଜଣାଇଦିଆଯାଇଛି। ୧୯୯୦ ବ୍ୟାଚ୍‌ ମହାରାଷ୍ଟ୍ର କ୍ୟାଡର ଅଫିସର ସଚିନ ହିନ୍ଦୁରାଓ ଓ୍ବାଜେ ଜଣେ ବିସ୍ଫୋରଣକାରୀ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ମାମଲାରେ ୧୬ ବର୍ଷ ନିଲମ୍ବିତ ହୋଇଥିଲେ। ୨୦୨୦ ଜୁନ୍‌ରେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ମନିଲଣ୍ଡରିଂ ମାମଲା ଦାଏର କରିଛି। ଦେଶମୁଖ ଅବାଞ୍ଛତ୍ତ ଅନୁଗ୍ରହ ପାଇଁ ନିଜ ପଦର ଅପବ୍ୟବହାର କରିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କହିଛି। ଏପରି କି ସେ ମୁମ୍ବାଇ ପୋଲିସର ଅଫିସରମାନଙ୍କ ପୋଷ୍ଟିଂ ଓ ବଦଳି ପାଇଁ କ୍ଷମତାର ଦୁରୁପଯୋଗ କରିଥିବା ପୂର୍ବତନ କମିଶନର ପରମବୀର ସିଂ ଅଭିଯୋଗ ଆଣିଥିଲେ। ଗତ ମାସରେ ସିବିଆଇ ପକ୍ଷରୁ ଦାଏର ମାମଲାକୁ ଭିତ୍ତିକରି ଇଡି ପକ୍ଷରୁ ଏନ୍‌ଫୋର୍ସମେଣ୍ଟ କେସ୍‌ ଇନ୍‌ଫର୍ମେଶନ ରିପୋର୍ଟ (ଇସିଆଇଆର୍‌) ଦାଖଲ କରାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ଆସିଷ୍ଟାଣ୍ଟ ପୋଲିସ ଇନ୍‌ସ୍ପେକ୍ଟର ସଚିନ ଓ୍ବାଜେ ଗୃହମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ମୁମ୍ବାଇର ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରୁ ମାସକୁ ୧୦୦ କୋଟି ଟଙ୍କା ବଟି ଅସୁଲ କରି ଆଣିଦେବାକୁ ଚାପ ପକାଉଥିବା ଓ୍ବାଜେଙ୍କଠାରୁ ଶୁଣି ପରମବୀ ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ଲେଖିଥିବା ଚିଠିରେ ପ୍ରଘଟ କରିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ କେନ୍ଦ୍ର ସରକାର କୋଭିଡ୍‌ ମହାମାରୀ ମୁକାବିଲାରେ ବିଫଳ ହୋଇଥିବାରୁ ସେଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଇଡି ଜରିଆରେ ଉପରୋକ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ ନେଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri