Posted inଜାତୀୟ

ଚାକିରି ନେଲା ଆଣ୍ଟିଲିଆ ମାମଲା

ମୁମ୍ବାଇ,୧୨ା୫: ସଚିନ ଓ୍ବାଜେ ଏନ୍‌ଆଇଏ କୋର୍ଟରେ ପୂର୍ବରୁ ଏକ ଚିଠି ଦାଖଲ କରିଥିଲେ। ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବାବେଳେ ମାସକୁ ୧୦୦ କୋଟି ଟଙ୍କା ଅସୁଲି ପାଇଁ ତାଙ୍କ ଉପରେ ଚାପ ପକାଉଥିବା ନେଇ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗ ସତ ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ଏହାସହ ଶିବସେନାର ପରିବହନ ମନ୍ତ୍ରୀ ଅନିଲ ପରବଙ୍କ ବିରୋଧରେ ମଧ୍ୟ ପତ୍ରରେ ଅଭିଯୋଗ ରହିଥିଲା। ମୁମ୍ବାଇ ପୋଲିସରେ ପୁନଃ ଅବସ୍ଥାପିତ କରିବା ଲାଗି ଦେଶମୁଖ ୨ କୋଟି ଟଙ୍କା ଦାବି କରିଥିବା ଓ୍ବାଜେ କହିଥିଲେ। ତେବେ ଏନ୍‌ଆଇଏ କୋର୍ଟ ଉକ୍ତ ପତ୍ରକୁ ଗ୍ରହଣ କରିନାହାନ୍ତି।

ଆଣ୍ଟିଲିଆ ମାମଲାରେ ନିଲମ୍ବିତ ଆସିଷ୍ଟାଣ୍ଟ ପୋଲିସ ସବ୍‌-ଇନ୍‌ସ୍ପେକ୍ଟର ସଚିନ ଓ୍ବାଜେଙ୍କୁ ମଙ୍ଗଳବାର ଚାକିରିରୁ ବରଖାସ୍ତ କରାଯାଇଛି। ମାର୍ଚ୍ଚ ୧୩ରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ଏସ୍‌ୟୁଭି ମିଳିବା ଏବଂ ପରେ ଠାଣେ ବ୍ୟବସାୟୀ ମନ୍‌ସୁଖ ହିରେନ୍‌ ହତ୍ୟା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସଚିନ ଓ୍ବାଜେଙ୍କୁ ଗିରଫ କରିଥିଲା। ତାଙ୍କୁ ପୋଲିସ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗ୍ରାଲେଙ୍କୁ ଜଣାଇଦିଆଯାଇଛି। ୧୯୯୦ ବ୍ୟାଚ୍‌ ମହାରାଷ୍ଟ୍ର କ୍ୟାଡର ଅଫିସର ସଚିନ ହିନ୍ଦୁରାଓ ଓ୍ବାଜେ ଜଣେ ବିସ୍ଫୋରଣକାରୀ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ମାମଲାରେ ୧୬ ବର୍ଷ ନିଲମ୍ବିତ ହୋଇଥିଲେ। ୨୦୨୦ ଜୁନ୍‌ରେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ମନିଲଣ୍ଡରିଂ ମାମଲା ଦାଏର କରିଛି। ଦେଶମୁଖ ଅବାଞ୍ଛତ୍ତ ଅନୁଗ୍ରହ ପାଇଁ ନିଜ ପଦର ଅପବ୍ୟବହାର କରିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କହିଛି। ଏପରି କି ସେ ମୁମ୍ବାଇ ପୋଲିସର ଅଫିସରମାନଙ୍କ ପୋଷ୍ଟିଂ ଓ ବଦଳି ପାଇଁ କ୍ଷମତାର ଦୁରୁପଯୋଗ କରିଥିବା ପୂର୍ବତନ କମିଶନର ପରମବୀର ସିଂ ଅଭିଯୋଗ ଆଣିଥିଲେ। ଗତ ମାସରେ ସିବିଆଇ ପକ୍ଷରୁ ଦାଏର ମାମଲାକୁ ଭିତ୍ତିକରି ଇଡି ପକ୍ଷରୁ ଏନ୍‌ଫୋର୍ସମେଣ୍ଟ କେସ୍‌ ଇନ୍‌ଫର୍ମେଶନ ରିପୋର୍ଟ (ଇସିଆଇଆର୍‌) ଦାଖଲ କରାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ଆସିଷ୍ଟାଣ୍ଟ ପୋଲିସ ଇନ୍‌ସ୍ପେକ୍ଟର ସଚିନ ଓ୍ବାଜେ ଗୃହମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ମୁମ୍ବାଇର ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରୁ ମାସକୁ ୧୦୦ କୋଟି ଟଙ୍କା ବଟି ଅସୁଲ କରି ଆଣିଦେବାକୁ ଚାପ ପକାଉଥିବା ଓ୍ବାଜେଙ୍କଠାରୁ ଶୁଣି ପରମବୀ ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ଲେଖିଥିବା ଚିଠିରେ ପ୍ରଘଟ କରିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ କେନ୍ଦ୍ର ସରକାର କୋଭିଡ୍‌ ମହାମାରୀ ମୁକାବିଲାରେ ବିଫଳ ହୋଇଥିବାରୁ ସେଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଇଡି ଜରିଆରେ ଉପରୋକ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ ନେଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?