ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ, ଯାହା ୨୦୨୪ଠାରୁ ୨୮୫ ଜଣ ବେଶି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ୩୦ ବର୍ଷ ମଧ୍ୟରେ ସବୁଠୁ ବେଶି। ଏହିସବୁ ପୀଡ଼ିତ ଯଦି ସୁସ୍ଥ ହୋଇପାରିଲେ ତେବେ ୩ ଜଣ କାହିଁକି ଭଲ ହୋଇ ନ ଥାନ୍ତେ? ଗତ ବର୍ଷ ଫେବୃଆରୀରେ ରବର୍ଟ ଏଫ୍‌. କେନେଡି ଜୁନିୟର ଆମେରିକାର ସ୍ବାସ୍ଥ୍ୟ ଓ ମାନବ ସେବା ବିଭାଗର ସଚିବ ଭାବେ ଦାୟିତ୍ୱ ନେଇଥିଲେ। ତେବେ କେନେଡି ଟିକାର ଅଟିଜମ୍‌ ସହିତ ସମ୍ପର୍କ ଥିବା ଅସତ୍ୟ ସିଦ୍ଧାନ୍ତକୁ ଉତ୍ସାହିତ କରିଆସିଛନ୍ତି। ସେ ଦାବି କରିଛନ୍ତି, ଟିକା ଆମେରିକୀୟ ପିଲାଙ୍କର ଏକ ପୂରା ପିଢ଼ିକୁ ନଷ୍ଟ କରିଦେଇଛି। ତାଙ୍କର ଏହି ମନ୍ତବ୍ୟ ଯୋଗୁ ଆମେରିକାରେ ଟିକାକରଣ ପ୍ରତିଶତ ହ୍ରାସ ପାଇବାର ଅଧିକ ସମ୍ଭାବନା ଅଛିି। ଏହି କାରଣରୁ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି।
କେନେଡି ଦାୟିତ୍ୱ ନେବା ପରେ ଟିକା ପରାମର୍ଶଦାତା କମିଟିରୁ ଅଭିଜ୍ଞ ବୈଜ୍ଞାନିକଙ୍କୁ ବାହାର କରିଦେଇ ସେମାନଙ୍କ ସ୍ଥାନରେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଅବସ୍ଥାପିତ କରିଛନ୍ତି। କୋଭିଡ୍‌-୧୯କୁ ପ୍ରତିହତ କରିବା ସକାଶେ ଶୀଘ୍ର ତଥା ଅଧିକ ପ୍ରଭାବୀ ଟିକା ପ୍ରସ୍ତୁତ କରି ଅନେକଙ୍କ ଜୀବନ ବଞ୍ଚାଇଥିବା ପଦ୍ଧତି ଏମ୍‌ଆର୍‌ଏନ୍‌ଏ ପାଇଁ ଆବଶ୍ୟକ ପାଣ୍ଠି ପ୍ରତ୍ୟାହାର କରିନେଇଛନ୍ତି। କେନେଡି ପରାମର୍ଶ ଦେଇଥିଲେ, ଭିଟାମିନ୍‌ ‘ଏ’ ନେବା ମିଳିମିଳାର ଏକ ବିକଳ୍ପ ହେବ। ଏଭଳି କହିବା ପରେ ଟେକ୍ସାସର ମାତାପିତାମାନେ ସେମାନଙ୍କ ପିଲାଙ୍କୁ ଉଚ୍ଚ ଡୋଜର ଭିଟାମିନ୍‌ ‘ଏ’ ଦେଇଥିଲେ ଏବଂ ଏହା ଯୋଗୁ ପିଲାଙ୍କଠାରେ କ୍ଷତିକାରକ ପ୍ରଭାବ ପରିଲକ୍ଷିତ ହୋଇଥିଲା।
ଜନ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମେରିକା ସମେତ ଅନ୍ୟ କେତେକ ଦେଶ ବିଜ୍ଞାନର ମାନକଠାରୁ ଦୂରେଇ ଯାଇଥିବା ଦେଖାଯାଏ। ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଦେଶରେ ମହାମାରୀର ପ୍ରତିକ୍ରିୟା ଉପରେ ତଦନ୍ତ ପାଇଁ ଜଣେ ଅସ୍ଥିଶଲ୍ୟ ଡାକ୍ତର ତଥା ଟିକା ବିରୋଧୀ ଆକ୍ଟିଭିଷ୍ଟ ପିଟର କୋଟଲାରଙ୍କୁ ନିଯୁକ୍ତ କରିଥିଲେ। ଅକ୍ଟୋବର ୨୦୨୪ରେ ସେ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ କୋଭିଡ୍‌-୧୯ ବାୟୋଟେରରିଜମ୍‌ର ଏକ କାର୍ଯ୍ୟ। ବିନା ପ୍ରମାଣରେ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଏମ୍‌ଆର୍‌ଏନ୍‌ଏ ଟିକାଗୁଡ଼ିକ ମାନବ ଶରୀରରେ ଡିଏନ୍‌ଏକୁ ବଦଳାଇ ଦିଏ ଏବଂ ଏହା ଉପରେ କଟକଣା ଲଗାଇବା ଲାଗି ସୁପାରିସ ବି କରିଥିଲେ।
ଏକ ସ୍ବାଧୀନ ସମାଜରେ ବ୍ୟକ୍ତିମାନେ ଟିକାଗୁଡ଼ିକ ସମ୍ପର୍କରେ ନିରାଧାର ମତ ଦେଇପାରିବେ ଏବଂ ବୈଜ୍ଞାନିକମାନେ ସେଗୁଡ଼ିକୁ ଭୁଲ ପ୍ରମାଣିତ କରିପାରନ୍ତି।
କିନ୍ତୁ ସାର୍ବଜନୀନ ସ୍ବାସ୍ଥ୍ୟ ଅଧିକାରୀମାନେ ସବୁ ତଥ୍ୟ ଓ କାର୍ଯ୍ୟ ଉପରେ ଅନୁଧ୍ୟାନ କରିବା ଉଚିତ। ଖବୁ୍‌ କମ୍‌ ଘଟଣାରେ ବୈଜ୍ଞାନିକ ସହମତିକୁ ବିରୋଧ କରୁଥିବା ଦୃଷ୍ଟିକୋଣ ସତ୍ୟ ବୋଲି ଧରି ନିଆଯାଉଛି ଏବଂ ତାହା ସାଧାରଣରେ ଏକ ନୂଆ ତଥା ଗ୍ରହଣୀୟ ସିଦ୍ଧାନ୍ତ ହୋଇଯାଉଛି। ସାର୍ବଜନୀନ ସ୍ବାସ୍ଥ୍ୟ ଅଧିକାରୀଙ୍କର ସ୍ବତନ୍ତ୍ର ଉତ୍ତରଦାୟିତ୍ୱ ରହିଛି, କାରଣ ଅନେକ ଲକ୍ଷଙ୍କୁ ପ୍ରଭାବିତ କରୁଥିବା ନୀତି ସେମାନେ ନିର୍ଦ୍ଧାରଣ କରିଥାନ୍ତି। ତେବେ ଟିକାଗୁଡ଼ିକ ହେଉଛି ଇତିହାସରେ ସବୁଠୁ ବ୍ୟାପକ ଭାବେ ପରୀକ୍ଷିତ ମେଡିକାଲ ଚିକିତ୍ସା ମଧ୍ୟରୁ ଅନ୍ୟତମ। ତଥାପି କେନେଡିଙ୍କ ଭଳି ଟିକାକୁ ନେଇ ସଂଶୟ ପ୍ରକାଶ କରୁଥିବା ବ୍ୟକ୍ତିମାନେ ଆହୁରି ଅଧିକ ଅନୁଧ୍ୟାନ ପାଇଁ ଦାବି କରୁଥିବାବେଳେ ଅନ୍ୟପଟେ ସେମାନଙ୍କ ଦାବି ପଛରେ ବହୁତ କମ୍‌ ପ୍ରାମାଣିକ ମାନକ ଥିବା ସତ୍ତ୍ୱେ ତାହାକୁ ଗ୍ରହଣ କରିନେଉଛନ୍ତି।
ଯେଉଁ ପରିମାଣରେ ଟିକାକରଣ ହେବା କଥା ତାହାଠାରୁ ଯେତେବେଳେ କମିଗଲା ସେତେବେଳେ ଅଧିକ ଟିକାକରଣ ହାରରୁ ବିପଦରେ ଥିବା ଲୋକମାନେ ଯେଉଁ ଦୃଢ଼ ପ୍ରତିରୋଧକ ଶକ୍ତି ପାଇବା କଥା ତାହା ସମ୍ଭବ ହେଲାନାହିଁ। ଫଳରେ ଯେଉଁ ରୋଗକୁ ରୋକାଯାଇପାରିଥାଆନ୍ତା ତାହା ପୁନର୍ବାର ଫେରିଛି। ଆମେ ଏହା ଇତିହାସର ଦୃଷ୍ଟାନ୍ତରୁ ମଧ୍ୟ ଜାଣିଛେ । ଏବକାର ବଡ଼ ଉଦାରଣ ହେଉଛି ରୋମାନିଆ ଓ ଏବେ କାନାଡା। ଏସବୁ ଦେଶରେ ମିଳିମିଳା ଦୂର ହୋଇଛି ବୋଲି ବିଚାର କରାଯାଉଥିଲେ ମଧ୍ୟ ସେଠାରେ ଏହା ପୁଣି ଫେରିଛି। ରୋମାନିଆରେ କମ୍ୟୁନିଷ୍ଟ ଶାସନରେ ପିଲାଙ୍କ ଟିକାକରଣ ବାଧ୍ୟତାମୂଳକ ଥିଲା ଏବଂ ମିଳିମିଳା ସମ୍ପୂର୍ଣ୍ଣ ଦୂର ହୋଇଯାଇଥିଲା। ତେବେ ଏକଚ୍ଛତ୍ରବାଦୀ ଚାଓସେସ୍‌କୁଙ୍କ ଶାସନର ପତନ ପରେ ଯେତେବେଳେ ଲୋକେ ସ୍ବାଧୀନତା ଏବଂ ଇୟୁ ସଦସ୍ୟତାର ଉନ୍ନତ ଜୀବନଶୈଳୀକୁ ଗ୍ରହଣ କରିନେଲେ ସେତେବେଳେ ସର୍ବସମ୍ମତକ୍ରମେ ଟିକା ନେବା ଇଚ୍ଛାଧୀନ ହୋଇଗଲା। ୨୦୨୩ ସୁଦ୍ଧା ରୋମାନିଆରେ ମିଳିମିଳା ଟିକାକରଣ ପ୍ରତିଶତ ତଳକୁ ଖସି ୬୨%ରେ ପହଞ୍ଚିଗଲା। ପ୍ରକୃତରେ ସେଠାରେ ଟିକାକରଣ ଆରମ୍ଭ ହେବା ସମୟରେ ଏହା ୯୫% ଥିଲା। ୨୦୨୪ରେ ଦେଶରେ ୩୦,୦୦୦ ମିଳିମିଳା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନେକ ଅଧିକାରୀ କହନ୍ତି, ସେମାନେ ବ୍ୟକ୍ତି ସ୍ବାଧୀନତାକୁ ସମ୍ମାନ ଦେଉଛନ୍ତି ବା ଗ୍ରହଣ କରୁଛନ୍ତି। କିନ୍ତୁ ନିଜେ ନିଷ୍ପତ୍ତି ନେବାର ବ୍ୟକ୍ତିଗତ ସ୍ବାଧୀନତା ଥିବା ବୟସ୍କମାନେ ଅନ୍ୟମାନଙ୍କ କ୍ଷତି କରୁଥିବା ନିଷ୍ପତ୍ତିରେ ନିଜକୁ ସାମିଲ କରିବା କଥା ନୁହେଁ। ପିଲାଙ୍କ ଟିକାକରଣକୁ ସେମାନେ ମନା କରିଛନ୍ତି। ଶିଶୁବିହାର କିମ୍ବା ପ୍ରାଥମିକ ସ୍କୁଲରେ ପିଲାଙ୍କୁ ଟିକା ଦିଆଯିବା ଉଚିତ। ଏହା ସେମାନଙ୍କୁ ସୁରକ୍ଷା ଦେବା ସହ ମାନସିକ ସ୍ତରରେ ମଜଭୁତ କରିଥାଏ। ଟିକାକରଣକୁ ରୋକିବା ଦ୍ୱାରା ଟିକା ନେବା ଯୋଗ୍ୟ ପିଲା ଏବଂ ଟିକା ନ ନେଇ କମ୍‌ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି କରିଥାଏ। ଯେତେବେଳେ ଜନସମୁଦାୟରେ ରୋଗ ପ୍ରତିରୋଧକ ଶକ୍ତି କମେ ତାହା ସାମଗ୍ରିକ ଭାବେ ସମସ୍ତଙ୍କର କ୍ଷତି ଘଟାଏ।
ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକ ବିରୋଧରେ କେନେଡି ଲଢ଼ୁଛନ୍ତି ବୋଲି ନିଜକୁ ପ୍ରତିପାଦିତ କରିବା ସହ ଅକ୍ସିକୋନୋଟିନର ପ୍ରମୋଶନରେ ପୁର୍‌ଡିଉ ଫାର୍ମାର ଦୁର୍ନୀତିକୁ ସୂଚିତ କରିଛନ୍ତି। କିନ୍ତୁ କର୍ପୋରେଟର ଅବୈଧ କାର୍ଯ୍ୟର ମାମଲାଗୁଡ଼ିକୁ ଦର୍ଶାଇ ସ୍ବାଧୀନ ଗବେଷକ, ସାରା ବିଶ୍ୱର ସାର୍ବଜନୀନ ସ୍ବାସ୍ଥ୍ୟ ସଂସ୍ଥା ଏବଂ ବୈଜ୍ଞାନିକ ତଥ୍ୟ ସମର୍ଥିତ ଏକ ସମ୍ପୂର୍ଣ୍ଣ ଚିକିତ୍ସାଗତ ପଦକ୍ଷେପକୁ ଅସ୍ବୀକାର କରିବା ଯୁକ୍ତିଯୁକ୍ତ ନୁହେଁ। ଟିକାର ବିପଦକୁ ନେଇ ଥିବା ଅସତ୍ୟ ତଥ୍ୟକୁ ଯେତେବେଳେ ସରକାରୀ ଅଧିକାରୀମାନେ ବିଶ୍ୱାସ କରିବେ ସେତେବେଳେ ଟିକା ନ ନେଇ ମିଳିମିଳାରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଟେକ୍ସାସର ପିଲାଙ୍କ ଭଳି ଲୋକେ ମରିବେ। ଯେଉଁମାନେ ସ୍ବାସ୍ଥ୍ୟ ନୀତି ଉପରେ ସେମାନଙ୍କ ଶକ୍ତି ପ୍ରୟୋଗ କରୁଛନ୍ତି, ସେମାନେ ଏହି ପରିଣାମ ପାଇଁ ଉତ୍ତରଦାୟୀ ରହିବେ। ଅନେକ ସମୟ ଧରି ଲୋକେ ନିର୍ଭରକରି ଆସୁଥିବା ଅତ୍ୟଧିକ ପ୍ରମାଣସମ୍ମତ ତଥ୍ୟ ଏବଂ ଜ୍ଞାନକୁ ବେଖାତିରି କରିବା ପ୍ରକୃତରେ ଏକ ନୈତିକ ବିଫଳତା। ଟିକା ସୁରକ୍ଷାକୁ ନେଇ ରହିଥିବା ପ୍ରଶ୍ନଗୁଡ଼ିକର ଗଭୀର ଅନୁଧ୍ୟାନ କରାଯିବା ଦରକାର। ଏଥିପାଇଁ ଟିକା ସୁରକ୍ଷା ନିରୀକ୍ଷଣ ବ୍ୟବସ୍ଥା ରହିଛି ଏବଂ କ୍ୱଚିତ ପ୍ରତିକୂଳ ଘଟଣାଗୁଡ଼ିକ ଉପରେ ସତର୍କତାର ସହ ଗବେଷଣା କରାଯାଉଛି। କିନ୍ତୁ ଏକ ଉତ୍ତମ ଓ ବିଶ୍ୱସନୀୟ ତଦନ୍ତ ଏବଂ ଦୃଢ଼ ତଥ୍ୟକୁ ଅସ୍ବୀକାର କରାଯିବା ମଧ୍ୟରେ ଅନ୍ତର ରହିଛି।
ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ, ଟିକା ବିରୋଧୀମାନେ ବୈଜ୍ଞାନିକ ତଥ୍ୟକୁ ଅସ୍ବୀକାର କରିବା ଯୋଗୁ ଏବେ କ୍ଷତି ଘଟୁଛି । ରୋଗ ପୁନର୍ବାର ପ୍ରକାଶ ପାଉଛି, ଯେଉଁ ରୋଗରେ ମୃତ୍ୟୁ ହେବା କଥା ନୁହେଁ ସେଥିରେ ମୃତ୍ୟୁ ହେଉଛି ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ପ୍ରଗତିକୁ ଦୁର୍ବଳ କରୁଛି। ପରିଣାମ ବିନାଶକ ହେବା ପୂର୍ବରୁ ଏହାକୁ ବନ୍ଦ କରିବାକୁ ପଡ଼ିବ। ତଥ୍ୟକୁ ଗ୍ରହଣ କରୁଥିବା ବିଶ୍ୱସନୀୟ ବୈଜ୍ଞାନିକଙ୍କୁ ସରକାର ନିଯୁକ୍ତ ଦେବା ଦରକାର। ସାର୍ବଜନୀନ ସ୍ବାସ୍ଥ୍ୟ ସଂସ୍ଥାଗୁଡ଼ିକ ରାଜନୈତିକ ସିଦ୍ଧାନ୍ତ ଅନୁଯାୟୀ କାମ ନ କରି ସର୍ବସମ୍ମତ ବୈଜ୍ଞାନିକ ତଥ୍ୟ ଆଧାରରେ କାର୍ଯ୍ୟ କରିବାକୁ ହେବ। ଯେତେବେଳେ ଅଧିକାରୀମାନେ ତଥ୍ୟକୁ ବିରୋଧ କରୁଥିବା ଦୃଷ୍ଟିକୋଣ ସ୍ଥାୟୀ ଭାବେ ଜାରି ରଖିବେ ସେତେବେଳେ ସେମାନଙ୍କୁ ପଦବୀରୁ ବାହାର କରିଦେବା ଉଚିତ। ନଚେତ ସେମାନେ ସେହି ଦୃଷ୍ଟିକୋଣକୁ ଏକ ନୀତିରେ ପରିଣତ କରିଦେବେ, ଯାହା ଭୟଙ୍କର ପରିଣାମ ସୃଷ୍ଟି କରିବ।

ପିଟର ସିଙ୍ଗର
ପ୍ରଫେସର(ମେଡିକାଲ ଏଥିକ୍ସ), ସେଣ୍ଟର୍‌ ଫର୍‌ ବାୟୋମେଡିକାଲ ଏଥିକ୍ସ,
ନ୍ୟାଶନାଲ ୟୁନିଭର୍ସିଟି, ସିଙ୍ଗାପୁର

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri