Posted inଜାତୀୟ

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି ତାହା ଗୃହୀତ ହୁଏ, ତେବେ ୟୁଜରମାନେ ଓଟିଟି ଆପ୍‌ ଖୋଲୁ ଖୋଲୁ ଅନୂ୍ୟନ ୩୦ ସେକେଣ୍ଡ ପାଇଁ ତମାଖୁ ନିରୋଧୀ ବିଜ୍ଞାପନ ଦେଖିବାକୁ ବାଧ୍ୟ ହେବେ। ୟୁଜର ଚାହିଁଲେ ବି ଏହାକୁ ଅଣଦେଖା କରିପାରିବେ ନାହିଁ।

ନିକଟରେ ମନ୍ତ୍ରଣାଳୟ ଓଟିଟି ପ୍ଲାଟ୍‌ଫର୍ମଗୁନିକ ପାଇଁ ତମାଖୁ ନିରୋଧୀ ନିୟମାବଳୀର ଚିଠା ସଂଶୋଧନ ପ୍ରକାଶ କରିଥିଲା। ଉକ୍ତ ଚିଠା ଗାଇଡ୍‌ଲାଇନ୍ସ ଅନୁଯାୟୀ, ୨୦୨୩ ସେପ୍ଟେମ୍ବର ୧ ଏବଂ ଏହା ପରେ ମୁକ୍ତିଲାଭ କରିଥିବା ସମସ୍ତ ଚଳଚ୍ଚିତ୍ର, ତାହା ଭାରତୀୟ ହେଉ କି ବିଦେଶୀ ଏବଂ ସିବିଏଫ୍‌ସି ସାର୍ଟିଫିକେଟ ପାଇଥାଉ କି ନାହିଁ, ଅନୂ୍ୟନ ୩୦ ସେକେଣ୍ଡର ତମାଖୁ ନିରୋଧୀ ସଚେତନତା ବିଜ୍ଞାପନ ଦେବାକୁ ବାଧ୍ୟ। ଏହା ଚଳଚ୍ଚିତ୍ର ଆରମ୍ଭ ଏବଂ ମଧ୍ୟଭାଗରେ ପ୍ରଦର୍ଶନ କରାଯିବ। ଏଥିସହିତ ପରଦାର ତଳ ଭାଗରେ ତମାଖୁ ନିରୋଧୀ ସତର୍କ ସୂଚନା ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବା ଜରୁରୀ।

୨୦୨୩ ରୁଲ୍‌ସରେ ଆହୁରି କୁହାଯାଇଛି, ତମାଖୁ ସାମଗ୍ରୀ ଫିଚର ଥିବା ଅନ୍‌ଲାଇନ୍‌ କଣ୍ଟେଣ୍ଟରେ ଅନୂ୍ୟନ ୩୦ ସେକେଣ୍ଡ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ପ୍ରଦର୍ଶିତ କରିବାକୁ ହେବ। ସେପ୍ଟେମ୍ବର ୧୩ରେ ଜାରି ହୋଇଥିବା ଚିଠା ନିୟମାବଳୀରେ ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକର ସମସ୍ତ କଣ୍ଟେଣ୍ଟ ପାଇଁ ୩୦ ସେକେଣ୍ଡର ତମାଖୁ ନିରୋଧୀ ହେଲ୍‌ଥ ସ୍ପଟ୍‌ ରହିବା ବାଧ୍ୟତାମୂଳକ କରାଯାଇଛି, ଯାହାକୁ ୟୁଜର ବାଦ୍‌ଦେଇ ପାରିବେ ନାହିଁ। ଏଥିସହିତ ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ଉପରେ ଅନୂ୍ୟନ ୨୦ ସେକେଣ୍ଡର ଏକ ଅଡିଓ-ଭିଜୁଆଲ ଡିସ୍‌କ୍ଲେମର ରହିବ। ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକ ଉକ୍ତ ହେଲ୍‌ଥ ସ୍ପଟ୍‌ ଏବଂ ଡିସ୍‌କ୍ଲେମରଗୁଡ଼ିକୁ କେବଳ ପ୍ରୋଗାମ ଆରମ୍ଭ ଏବଂ ମଧ୍ୟଭାଗରେ ଦେଖାଇବେ ତାହା ନୁହେଁ, ପ୍ଲାଟ୍‌ଫର୍ମ ଖୋଲୁ ଖୋଲୁ ମଧ୍ୟ ଏହା ପ୍ରଦର୍ଶିତ ହେବ।

୨୦୨୨ ମେ’ରେ ଭାରତ ପ୍ରଥମ ଦେଶ ଭାବେ ଓଟିଟି ପ୍ଲାଟ୍‌ଫର୍ମରେ ତମାଖୁ ନିରୋଧୀ ସତର୍କତା ଏବଂ ଅସ୍ବୀକାରୋକ୍ତି ପ୍ରଦର୍ଶନକୁ ବାଧ୍ୟତାମୂଳକ କରିଥିଲା। ୨୦୨୩ ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହୋଇଥିବା ଓଟିଟି ନିୟମାବଳୀ ଅଧୀନରେ ଆସୁଥିବା ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍‌ ଭିଡିଓ, ଜିଓ ସିନେମା, ସୋନି ଏଲ୍‌ଆଇଭି, ଏଏଲ୍‌ଟି ବାଲାଜି, ଭୁତ୍‌ ଆଦି ପ୍ଲାଟଫର୍ମ ଏଣିକି ତମାଖୁ ନିରୋଧୀ ସଚେତନତା ବିଜ୍ଞାପନ ପ୍ରଦର୍ଶିତ କରିବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?