ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ରାଲି ସହ ପ୍ରତିବାଦ ସଭା, ପାଟଣା ବିଧାୟକଙ୍କୁ କୁଶ ପୁତ୍ତଳିକା ଦାହ

ପାଟଣା,୪।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ହେବାକୁ ଥିବା ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ଯମୁନାପଶି ଓ ଚେମେଣା ପଞ୍ଚାୟତର ୧୮ଟି ଗ୍ରାମରେ ବୁଧବାର ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ବାଇକ ରାଲି ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଚିଲିଦା ମନ୍ଦିର ପଡ଼ିଆରେ ଆୟୋଜିତ ପ୍ରତିବାଦ ସଭାରେ ମଞ୍ଚ ସଭାପତି ଘନ ଶ୍ୟାମ ମହାନ୍ତ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ସୂଚନାଯୋଗ୍ୟ, ମେ ୨୪ ତାରିଖରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କିଆପଡା ଏବଂ ତୁରୁମୁଙ୍ଗା ଜେପି କଲ୍ୟାଣ ମଣ୍ଡପଠାରେ ଆହୁତ ସଭାରେ ଜିନ୍ଦଲ କମ୍ପାନୀ (ପ୍ଲାଣ୍ଟ)ସପକ୍ଷ ବାଦି ଏକ କମିଟି ଗଠନର ଆହ୍ବାନ ଦେଇଥିଲେ। ଏହାକୁ ମଞ୍ଚ ବିରୋଧ କରି ଯମୁନାପଶିଠାରୁ ୫ଶହରୁ ଊଦ୍ଧର୍‌ବ ପୁରୁଷ ବିଶାଳ ବାଇକ ରାଲି କରି ୧୮ ଗ୍ରାମ ପରିକ୍ରମା କରି ଚିଲିଦା ମନ୍ଦିର ପଡିଆରେ ପହଁଚିଥିଲେ। ସେଠାରେ ଶତାଧିକ ପୁରୁଷ ଓ ମହିଳା ପ୍ରତିବାଦ ସଭା କରିଥିଲେ।ଏହି ପ୍ରତିରୋଧ ସଭାରେ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର, ଉପସଭାପତି ସରୋଜ ସିଂ, ପ୍ରକାଶ ମଲ୍ଲିକ, ରବୀନ୍ଦ୍ର କୁମାର ମହାନ୍ତ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗତ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ଆର୍ସେଲର ମିତ୍ତଲ କମ୍ପାନୀ ବିରୁଦ୍ଧରେ ଲଢ଼େଇ ହୋଇଥିଲା। ଶେଷରେ କମ୍ପାନୀ ଏଠାରୁ ଛାଡ଼ି ଚାଲି ଯିବାକୁ ବାଧ୍ୟ ହୋଇଥିଲା l ରାଜ୍ୟରେ ଭାଜପା ଦଳ ସରକାରକୁ ଆସିବା ପରେ ଉକ୍ତ ଅଂଚଳର ମୂଲ୍ୟବାନ ଜମିକୁ ଜେଏସ୍‌ଡବ୍ଲୁ ଓ ପୋସ୍କୋ କମ୍ପାନୀକୁ ଟେକି ଦେବାକୁ ଏମ୍‌ଓୟୁ କରିଛନ୍ତି । ପୁରୁଷ ପୁରୁଷ ଧରି ଭୋଗ ଦଖଲ କରୁଥିବା ଚାଷପଯୋଗୀ ଉନ୍ନତ କିସମ ଓ ବାସପଯୋଗୀ ଜମିକୁ ଦଖଲଦାରଙ୍କ ନାମରେ ପଟ୍ଟା ଦେବା ପରିବର୍ତ୍ତେ କିସମ ପରିବର୍ତ୍ତନ କରି କମ୍ପାନୀକୁ କିଭଳି ସରକାର ଟେକି ଦେବେ ବକ୍ତାମାନେ ସେ ନେଇ ପ୍ରଶ୍ନ କରିଥିଲେ। ଏହି ଅଞ୍ଚଳର କେତେକ ଚାଷ ଜମି କାଂଝାରି ଡ୍ୟାମ ଦାରା ଜଳସେଚିତ ହେଉଥିବା ବେଳେ କେତେକ ଜମି ବୈତରଣୀ ନଦୀ ଦାରା ଜଳସେଚିତ ହୁଏ l କିଛି ଜମି ନାକି ନାଳ ଓ ନେଉଳି ଯୋଡି ନାଳ ଦାରା ଚାଷକାର୍ଯ୍ୟ ହୁଏ l ଏତଦ ବ୍ୟତୀତ ଏହି ଅଂଚଳରେ ବ୍ୟକ୍ତିଗତ ଉଠା ଜଳସେଚନର ସୁବିଧା ରହିଛି l କୌଣସି ପରିସ୍ଥିତିରେ ପୂର୍ବରୁ ଜଳସେଚିତ ଚାଷଜମିକୁ କମ୍ପାନୀକୁ ହସ୍ତାନ୍ତର କରାଇ ନଦେବାକୁ ବକ୍ତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଜିନ୍ଦଲ ଓ ପୋସ୍କୋ କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ହୋଇଥିବା ଏମଓୟୁ ବାତିଲ ସହ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରିଛି ମଞ୍ଚ। ମଞ୍ଚ ପକ୍ଷରୁ ବାଇକ ରାଲି କରାଯିବା ସହ ପ୍ରତିବାଦ ସଭା କରି ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କର , ଜିନ୍ଦଲ ପୋସ୍କୋ ସହ ହୋଇଥିବା ଏମଓୟୁ ବାତିଲ କର, ମରିବୁ ପଛେ ଭିଟା ମାଡି ଛାଡିବୁ ନାହିଁ ଆଦି ସ୍ଲୋଗାନ ଦେଇ ରାଲି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri