ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ରାଲି ସହ ପ୍ରତିବାଦ ସଭା, ପାଟଣା ବିଧାୟକଙ୍କୁ କୁଶ ପୁତ୍ତଳିକା ଦାହ

ପାଟଣା,୪।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ହେବାକୁ ଥିବା ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ଯମୁନାପଶି ଓ ଚେମେଣା ପଞ୍ଚାୟତର ୧୮ଟି ଗ୍ରାମରେ ବୁଧବାର ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ବାଇକ ରାଲି ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଚିଲିଦା ମନ୍ଦିର ପଡ଼ିଆରେ ଆୟୋଜିତ ପ୍ରତିବାଦ ସଭାରେ ମଞ୍ଚ ସଭାପତି ଘନ ଶ୍ୟାମ ମହାନ୍ତ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ସୂଚନାଯୋଗ୍ୟ, ମେ ୨୪ ତାରିଖରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କିଆପଡା ଏବଂ ତୁରୁମୁଙ୍ଗା ଜେପି କଲ୍ୟାଣ ମଣ୍ଡପଠାରେ ଆହୁତ ସଭାରେ ଜିନ୍ଦଲ କମ୍ପାନୀ (ପ୍ଲାଣ୍ଟ)ସପକ୍ଷ ବାଦି ଏକ କମିଟି ଗଠନର ଆହ୍ବାନ ଦେଇଥିଲେ। ଏହାକୁ ମଞ୍ଚ ବିରୋଧ କରି ଯମୁନାପଶିଠାରୁ ୫ଶହରୁ ଊଦ୍ଧର୍‌ବ ପୁରୁଷ ବିଶାଳ ବାଇକ ରାଲି କରି ୧୮ ଗ୍ରାମ ପରିକ୍ରମା କରି ଚିଲିଦା ମନ୍ଦିର ପଡିଆରେ ପହଁଚିଥିଲେ। ସେଠାରେ ଶତାଧିକ ପୁରୁଷ ଓ ମହିଳା ପ୍ରତିବାଦ ସଭା କରିଥିଲେ।ଏହି ପ୍ରତିରୋଧ ସଭାରେ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର, ଉପସଭାପତି ସରୋଜ ସିଂ, ପ୍ରକାଶ ମଲ୍ଲିକ, ରବୀନ୍ଦ୍ର କୁମାର ମହାନ୍ତ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗତ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ଆର୍ସେଲର ମିତ୍ତଲ କମ୍ପାନୀ ବିରୁଦ୍ଧରେ ଲଢ଼େଇ ହୋଇଥିଲା। ଶେଷରେ କମ୍ପାନୀ ଏଠାରୁ ଛାଡ଼ି ଚାଲି ଯିବାକୁ ବାଧ୍ୟ ହୋଇଥିଲା l ରାଜ୍ୟରେ ଭାଜପା ଦଳ ସରକାରକୁ ଆସିବା ପରେ ଉକ୍ତ ଅଂଚଳର ମୂଲ୍ୟବାନ ଜମିକୁ ଜେଏସ୍‌ଡବ୍ଲୁ ଓ ପୋସ୍କୋ କମ୍ପାନୀକୁ ଟେକି ଦେବାକୁ ଏମ୍‌ଓୟୁ କରିଛନ୍ତି । ପୁରୁଷ ପୁରୁଷ ଧରି ଭୋଗ ଦଖଲ କରୁଥିବା ଚାଷପଯୋଗୀ ଉନ୍ନତ କିସମ ଓ ବାସପଯୋଗୀ ଜମିକୁ ଦଖଲଦାରଙ୍କ ନାମରେ ପଟ୍ଟା ଦେବା ପରିବର୍ତ୍ତେ କିସମ ପରିବର୍ତ୍ତନ କରି କମ୍ପାନୀକୁ କିଭଳି ସରକାର ଟେକି ଦେବେ ବକ୍ତାମାନେ ସେ ନେଇ ପ୍ରଶ୍ନ କରିଥିଲେ। ଏହି ଅଞ୍ଚଳର କେତେକ ଚାଷ ଜମି କାଂଝାରି ଡ୍ୟାମ ଦାରା ଜଳସେଚିତ ହେଉଥିବା ବେଳେ କେତେକ ଜମି ବୈତରଣୀ ନଦୀ ଦାରା ଜଳସେଚିତ ହୁଏ l କିଛି ଜମି ନାକି ନାଳ ଓ ନେଉଳି ଯୋଡି ନାଳ ଦାରା ଚାଷକାର୍ଯ୍ୟ ହୁଏ l ଏତଦ ବ୍ୟତୀତ ଏହି ଅଂଚଳରେ ବ୍ୟକ୍ତିଗତ ଉଠା ଜଳସେଚନର ସୁବିଧା ରହିଛି l କୌଣସି ପରିସ୍ଥିତିରେ ପୂର୍ବରୁ ଜଳସେଚିତ ଚାଷଜମିକୁ କମ୍ପାନୀକୁ ହସ୍ତାନ୍ତର କରାଇ ନଦେବାକୁ ବକ୍ତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଜିନ୍ଦଲ ଓ ପୋସ୍କୋ କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ହୋଇଥିବା ଏମଓୟୁ ବାତିଲ ସହ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରିଛି ମଞ୍ଚ। ମଞ୍ଚ ପକ୍ଷରୁ ବାଇକ ରାଲି କରାଯିବା ସହ ପ୍ରତିବାଦ ସଭା କରି ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କର , ଜିନ୍ଦଲ ପୋସ୍କୋ ସହ ହୋଇଥିବା ଏମଓୟୁ ବାତିଲ କର, ମରିବୁ ପଛେ ଭିଟା ମାଡି ଛାଡିବୁ ନାହିଁ ଆଦି ସ୍ଲୋଗାନ ଦେଇ ରାଲି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri