ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କାର ଯାଞ୍ଚ କରାଯିବ। ଏଭଳି ଧମକ ଦେଇ ଘରେ ପଶିବା ପରେ ଘର ମାଲିକଙ୍କୁ ହ୍ୟାଣ୍ଡ୍‌କ୍ୟାପ୍‌ ପକାଇ ଓ ଅନ୍ୟ ସଦସ୍ୟଙ୍କୁ କଡା ନଜରବନ୍ଦୀରେ ରଖି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୁତ୍ତମାନେ କାଳେ ଧରାପଡ଼ିଯିବା ଭୟରେ ଘରେ ଲାଗିଥିବା ସିସି କ୍ୟାମେରାର ଡିଜିଟାଲ ଭିଡିଓ ରେକର୍ଡର (ଡିଭିଆର) ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୁତ୍ତ ମାନେ ସାଥିରେ ନେଇ ଯାଇଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ଭୟର ବାତାବରଣ ଦେଖାଯାଇଛି।

ଏଭଳି ଘଟଣା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ବଜାର ରେ ରହୁଥିବା ରାଜ ପରିବାରରେ ଘଟିଛି। ରାଜ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ରାଜ ପରିବାରର ସଞ୍ଜୀବ କୁମାର ଦେଓ କହିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ ଗଦାପୁର ର ରାଜପରିବାରର ମୁଖ୍ୟ ସୀମାଦ୍ରୀ ଦେଓ ଓ ତାଙ୍କ ପୁଅ ସଞ୍ଜୀବ, ବୋହୂ ମମତା ଓ ତାଙ୍କ ପୁଅଙ୍କ ୨ ସନ୍ତାନ ରହୁଛନ୍ତି। ମଧ୍ୟାହ୍ନରେ ସଞ୍ଜୀବ କୌଣସି କାର୍ଯ୍ୟରେ ବାହାରକୁ ଯିବା ପରେ ୩ଟି ବାଇକରେ ୫ ଜଣ ବ୍ୟକ୍ତି ସଞ୍ଜୀବଙ୍କ ଘରେ ପହଞ୍ଚିଥିଲେ ଓ ନିଜକୁ ଦୁର୍ନୀତି ନିବାରଣ ଅଧିକାରୀ କହିଥିଲେ। ସଞ୍ଜୀବଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ସଞ୍ଜୀବଙ୍କ ବୃଦ୍ଧ ବାପା ସୀମାଦ୍ରୀ ଓ ସ୍ତ୍ରୀ ମମତା ରହିଥିଲେ। ଏହି ସମୟରେ ସୀମାଦ୍ରୀ କହିଲେ, ଆମେ କଣ ଦୁର୍ନୀତି କରିଛୁ ଯେ ଆପଣମାନେ ଆସିଛନ୍ତି କହିବାରୁ ଦୁର୍ବୃତ୍ତମାନେ ସୀମାଦ୍ରୀଙ୍କୁ ଠେଲି ଠେଲି ତାଙ୍କ ଘର ଭିତରକୁ ନେଇଥିଲେ ଓ ଘର ଭିତରେ ତାଙ୍କ ହାତକୁ ପଛକୁ କରି ହାତକଡ଼ି ପକାଇଦେଇଥିଲେ। ବୋହୂଙ୍କୁ ଏବଂ ତାଙ୍କ ବାଡ଼ିପଟେ ରହୁଥିବା ଅନ୍ୟ ସମ୍ପର୍କୀୟଙ୍କୁ ନଜରବନ୍ଦୀରେ ରଖି ଅନ୍ୟ ଦୁର୍ବୁତ୍ତ ଜଗିରହିଥିବା ବେଳେ ସୀମାଦ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଓ ସୁନା ଅଳଙ୍କାର ସହ ନଗଦ ଯାହା ଅଛି ଦେବାକୁ କହିଥିଲେ। ଘରେ ଥିବା ନଗଦ ୩ ଲକ୍ଷ ସହ ସୁନା ଅଳଙ୍କାର ପ୍ରାୟ ୨୦ ଲକ୍ଷ ଟଙ୍କାର ନେଇ ଦୁର୍ବୁତ୍ତମାନେ ସେଠାରୁ ପଳାଇଯାଇଥିଲେ।

ଦିବାଲୋକରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ବଜାର ଚଳପ୍ରଚଳ ରହିଥିଲେ ସୁଦ୍ଧା କେହି ଟିକିଏ ମଧ୍ୟ ଜାଣିପାରି ନ ଥିଲେ। ସେପଟେ ପୋଲିସ ପକ୍ଷରୁ ବଡ଼ଦିନ ପାଇଁ ବିଭିନ୍ନ ସ୍ଥାନରେ ନାକା ଲଗାଇ ଗାଡି ମୋଟର ଯାଞ୍ଚ ପୋଲିସ ଉପସ୍ଥିତି ଜାହିର କରି ଫ୍ଲାଗମାର୍ଚ୍ଚ କରାଯାଉଥିଲେ ମଧ୍ୟ ଅପରାଧୀଙ୍କ ଟିକିଏ ମଧ୍ୟ ପୋଲିସ ପ୍ରତି ଭୟ ନଥିବା ନେଇ ଜୋରଦାର ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?