ଦୁର୍ନୀତି ବିରୋଧୀ ବାର୍ତ୍ତା

Dillip Cherian

୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ଏକ ବର୍ଷ ବାକି ଥିବାବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଉତ୍ତରଦାୟୀ କରି ଦୁର୍ନୀତି ବିରୋଧରେ ଏକ ଦୃଢ଼ ବାର୍ତ୍ତା ଦେବାର ସୁଯୋଗ ହାତକୁ ନେଉଛନ୍ତି। ସୂଚନା ଅନୁଯାୟୀ, ଦୁର୍ନୀତି ଅଭିଯୋଗ ଥିବା ରାଜ୍ୟର ୪୧ଜଣରୁ ଅଧିକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି) ବା ଦୁର୍ନୀତି ନିବାରଣ ବ୍ୟୁରୋ ତଦନ୍ତ କରୁଛି। ଗତବର୍ଷ ପ୍ରାରମ୍ଭରେ ଖଟ୍ଟର ରାଜ୍ୟ ଭିଜିଲାନ୍ସ ବ୍ୟୁରୋର ନାମକୁ ଦୁର୍ନୀତି ନିବାରଣ ବ୍ୟୁରୋ ଭାବରେ ନାମିତ କରିଥିଲେ। ସେତେବେଳେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଶତ୍ରୁଜିତ କପୁର ତାହାର ନେତୃତ୍ୱ ନେଇଥିଲେ ଓ ଦୁର୍ନୀତି ବିରୋଧରେ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇଥିଲା। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ସରକାର କୋହଳ ମନୋଭାବ ପୋଷଣ କରୁଛନ୍ତି ବୋଲି ବିରୋଧୀଦଳ ଅଭିଯୋଗ ଆଣିବା ପରେ ଖଟ୍ଟର ଏହି ପଦକ୍ଷେପ ନେଇଥିଲେ। କପୁର ଏକ ବ୍ୟାପକ ତଦନ୍ତର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ୧୨ ଜଣ ଆଇଏଏସ୍‌ ଅଧିକାରୀ, ୨ ଜଣ ଆଇପିଏସ୍‌ ଅଧିକାରୀ, ୩ଜଣ ଆଇଏଫ୍‌ଏସ୍‌ ଅଧିକାରୀ, ୨୦ଜଣ ଏଚ୍‌ସିଏସ୍‌ ଅଧିକାରୀ ଏବଂ ୪ଜଣ ଏଚ୍‌ପିଏସ୍‌ ଅଧିକାରୀଙ୍କ ସମେତ ଅନେକ ସରକାରୀ କର୍ମଚାରୀ ଦୁର୍ନୀତି ଫାଶରେ ପଡ଼ିଛନ୍ତି । ଏସିବି ମୁଖ୍ୟଙ୍କ ଅନୁଯାୟୀ, ଲଞ୍ଚ ନେବା ଅଭିଯୋଗରେ ଅନେକ ଅଧିକାରୀଙ୍କୁ ତାଙ୍କ ଟିମ୍‌ ଗିରଫ କରିଛି ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବ୍ୟୁରୋ ଅନୁମତି ଚାହଁୁଛି। ସୂତ୍ରରୁ ଜଣାପଡ଼ିଛି, ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଥିବା ଅତି କମ୍‌ରେ ଦୁଇଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏସିବିର ପଦକ୍ଷେପକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିଛନ୍ତି। ଖଟ୍ଟର ତାଙ୍କ ଲକ୍ଷ୍ୟରେ ସଫଳ ହୋଇପାରିବେ ନା ଭାଜପା ସପକ୍ଷରେ ନିର୍ବାଚନକୁ ଆଣିପାରିବେ, ତାହା ଦେଖିବାକୁ ବାକି ରହିଲା।
ମଧ୍ୟରାତ୍ରର ନିଷ୍ପତ୍ତି
କେନ୍ଦ୍ର ସରକାରରେ ଆସନ୍ନ ପରିବର୍ତ୍ତନର ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ କ୍ୟାବିନେଟରୁ ହଟାଯିବା ନେଇ ଗୁଜବ ଉଠିଛି, ଯଦିଓ ଏହା ଅସମ୍ଭବ ମନେହେଉଛି । ଦେଖିବାକୁ ଗଲେ ବାସ୍ତବରେ ପରବର୍ତ୍ତୀ ବଜେଟ କେବଳ ନିର୍ବାଚନ ଭିତ୍ତିକ ହେବ। ସମ୍ଭବତଃ ଅର୍ଥମନ୍ତ୍ରୀଙ୍କ ଅଫିସର୍‌ ଅଫ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ପଦରୁ ବିବେକ ସିଂ ହଟିବା ପରେ ଏଭଳି ହାସ୍ୟାସ୍ପଦ କଥା ଉଠିଛି। ଏବିଭିପି ପ୍ରତି ସମର୍ପିତ ରହିଆସିଥିବା ସିଂଙ୍କ କାର୍ଯ୍ୟକାଳକୁ ସମୟ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ଶେଷକରିବା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏହା ପଛରେ ଥିବା କାରଣଗୁଡ଼ିକ ବିଶେଷକରି ମଧ୍ୟରାତ୍ରରେ ହଠାତ୍‌ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ନେଇ ଅନେକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତେବେ ସିଂ ପଦ ଛାଡ଼ିବା ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି। ଏହି ଶାସନର ସ୍ବଭାବକୁ ଦେଖିଲେ ଜଣାଯାଏ ଏଠାରେ ବହୁ ସମୟରେ ସ୍ବଚ୍ଛତା ପାଇବା କଷ୍ଟକର। କୌତୂହଳର ବିଷୟ, ଜାନୁୟାରୀ ୨୦୨୨ରେ ସିଂଙ୍କୁ ୪ ବର୍ଷ ପାଇଁ ସୀତାରାମନଙ୍କ ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଥିଲା। କେତେକେ ଦାବି କରିଛନ୍ତି ଯେ, ସିଂ ଆଗାମୀ ନିର୍ବାଚନରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଇଚ୍ଛା କରିଥିଲେ। ଅନ୍ୟମାନେ ମତ ଦେଇଛନ୍ତି ଯେ, ସେ କୌଣସି ପଦବୀ ପାଇଁ ଆଗ୍ରହୀ ହୋଇ ନ ପାରନ୍ତି। ଯାହା ହେଉନା କାହିଁକି, ଆଶା କରାଯାଉଛି, ସେ ଝାଡ଼ଖଣ୍ଡରେ ଏକ ନୂତନ ଦାୟିତ୍ୱ ଗ୍ରହଣ କରିବେ, ଯାହାର ନିର୍ବାଚନ ସହ ସମ୍ପର୍କ ରହିଛି।
ସିଭିଲ ସର୍ଭାଣ୍ଟ: ଅତୀତ ଓ ବର୍ତ୍ତମାନ
ଇଷ୍ଟ ଇଣ୍ଡିଆ କମ୍ପାନୀ ‘ସିଭିଲ ସର୍ଭାଣ୍ଟ’ଶବ୍ଦ ଉଦ୍ଭାବନ କରିଥିଲା। ଏହି କମ୍ପାନୀ ଅଢ଼େଇ ଶତାବ୍ଦୀ ମଧ୍ୟରେ ନିରନ୍ତର ଭାବେ ଭାରତରେ ବ୍ରିଟିଶର ପ୍ରଭାବ ବିସ୍ତାର କରି ଚାଲିଥିଲା। କିନ୍ତୁ ଏହାର ପ୍ରାଧାନ୍ୟ ଉପରେ ନିୟନ୍ତ୍ରଣ ବଜାୟ ରଖିବା ପାଇଁ କମ୍ପାନୀ ଭାରତୀୟ ଏଜେଣ୍ଟମାନଙ୍କ ସହଯୋଗ ଆବଶ୍ୟକ କରୁଥିଲା। ବାସ୍ତବରେ ଅଫିମ ବଦଳରେ ଚା’ ଆଣିବା ଭଳି ସିଭିଲ ସର୍ଭାଣ୍ଟ ବି ଚାଇନାରୁ ଅଣାଯାଇଥିଲେ। ସିଭିଲ ସର୍ଭାଣ୍ଟ ଧାରଣା ନିରପେକ୍ଷତା ଏବଂ ଜନସେବା ବିଚାରକୁ ଧାରଣ କରିଥିଲା, ଯଦିଓ ବାସ୍ତବରେ ବହୁ ସମୟରେ ଏହା କମ୍ପାନୀର ଉପନିବେଶିକ ଉଦ୍ଦେଶ୍ୟ ଦ୍ୱାରା କଳୁଷିତ ହୋଇଥିଲା। ସମୟ କ୍ରମେ ‘ସିଭିଲ ସର୍ଭାଣ୍ଟ’ଶବ୍ଦଟି ସରକାରୀ କର୍ମଚାରୀ ବା ଅଧିକାରୀ ପାଲଟିଲା, ଯେଉଁମାନେ ଜନସାଧାରଣଙ୍କ ପାଇଁ କାମ କରନ୍ତି ଓ ରାଜ୍ୟ କାର୍ଯ୍ୟ ପରିଚାଳନା କରିଥାନ୍ତି। ଭାରତୀୟ ପରିପ୍ରେକ୍ଷୀରେ ଏମାନେ ନମ୍ର ବାବୁ! ମୋଗଲ ଯୁଗରେ ବି ‘ବାବୁ’ ସମ୍ମାନର ମୋହର ଥିଲା, ଯାହା ଜଣେ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ସମ୍ମାନ। ବ୍ରିଟିଶମାନେ ତାଙ୍କ ଶାସନରେ ‘ବାବୁ’ ଶବ୍ଦ ଗ୍ରହଣ କରି ସେମାନଙ୍କର ବିଶ୍ୱସ୍ତ ଭାରତୀୟ ସହାୟକମାନଙ୍କୁ ସମ୍ବୋଧିତ କରିବା ପାଇଁ ଏହି ଶବ୍ଦ ଉପଯୁକ୍ତ ବୋଲି ସ୍ଥିର କରିଥିଲେ। ଆଜି ‘ବାବୁ’ର ଏକ ସୁନାମ ରହିଛି, ଏଥିରେ ପ୍ରଶଂସା ଓ ଅପମାନ ବି ଅଛି। ବାବୁମାନେ କାହାଣୀକୁ ପୁନଃଲିଖନ କରିବା ଲକ୍ଷ୍ୟରେ ଅଛନ୍ତି। ପ୍ରଶାସନିକ ସଂସ୍କାର ସହିତ ସେମାନେ ବୃତ୍ତିଗତ, ଉତ୍ତରଦାୟିତ୍ୱ ଏବଂ ଜନସେବା ଉପରେ ଗୁରୁତ୍ୱ ଦେଇ ଏହି ଶବ୍ଦର ମହତ୍ତ୍ୱକୁ ପୁନଃନିର୍ଦ୍ଧାରଣ କରିବାକୁ ଚେଷ୍ଟା କରୁଛନ୍ତି । ‘ସିଭିଲ ସର୍ଭାଣ୍ଟ’ଶବ୍ଦର ଉତ୍ପତ୍ତି ଏକ ଶୋଷଣକାରୀ ପ୍ରାଇଭେଟ କମ୍ପାନୀ ସହ ଜଡ଼ିତ ହୋଇପାରେ, କିନ୍ତୁ ଏହାର ଅର୍ଥ ପରିବର୍ତ୍ତନ ଆମ ଜଟିଳ ଇତିହାସ ଏବଂ ପ୍ରଶାସନିକ ବ୍ୟବସ୍ଥାର ବିବର୍ତ୍ତନକୁ ପ୍ରତିଫଳିତ କରିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri