ବାର୍ଦ୍ଧକ୍ୟର ଗତିରୋଧ

ଲୋଳିତ ଚର୍ମ, ହ୍ରାସ ପାଉଥିବା ସ୍ମୃତି ଶକ୍ତି, କର୍କଟ ଓ ହୃଦ୍‌ରୋଗର ଭୟ ସହ ବାର୍ଦ୍ଧକ୍ୟର ସ୍ପର୍ଶ ଆମ ସମସ୍ତଙ୍କ ଜୀବନରେ ଅବସମ୍ଭାବୀ। ଯେଉଁଥିରୁ ବର୍ତ୍ତିବା ଅସମ୍ଭବ ନିଶ୍ଚୟ। ତଥାପି ହଜାର ହଜାର ବର୍ଷ ଧରି ମାନବ ଚେଷ୍ଟା କରିିଆସୁଛି ଏହି ବାର୍ଦ୍ଧକ୍ୟକୁ ଦୂରେଇ ରଖିବା ପାଇଁ। ଆମ ଦୈନନ୍ଦିନ ଜୀବନରେ ଆହାରର ମାତ୍ରାଧିକ ପ୍ରଭାବ ବାର୍ଦ୍ଧକ୍ୟର ଆଗମନ ଉପରେ ପ୍ରଭାବ ରଖିଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଜଣେ ବୟସ୍କ ବ୍ୟକ୍ତି ନିଜ ଦୈନନ୍ଦିନ ଆହାରରେ ବାର୍ଦ୍ଧକ୍ୟର ପ୍ରଭାବକୁ କିଛିଟା ପ୍ରତିହତ କରିପାରିବ ବୋଲି ଗବେଷକମାନେ ମତ ଦେବା ଆରମ୍ଭ କଲେଣି। ଖାଦ୍ୟରେ ଥିବା ପୁଷ୍ଟିସାର ବା ପ୍ରୋଟିନ ଆମ ମଧ୍ୟରେ ବୃଦ୍ଧାବସ୍ଥାର ସଙ୍କେତଗୁଡ଼ିକୁ ଆଣିବାରେ ସହାୟକ ହୋଇଥାଏ ବୋଲି କିଛିଦିନ ତଳେ କୋଲକାତା ବିଶ୍ୱବିଦ୍ୟାଳୟର ଜଣେ ବାୟୋକେମେଷ୍ଟ୍ରି ବିଭାଗର ପ୍ରଫେସର ମ୍ରିଣାଳକାନ୍ତି ପୋଦ୍ଦାର ନିଜ ଗବେଷଣାରୁ ଜାଣିପାରିଛନ୍ତି। ଏହି ଖବର ନିକଟରେ ଇଣ୍ଟରନେଟ୍‌ରେ ସବିଶେଷ ସୂଚିତ ହୋଇଛି। ପୋଦ୍ଦାର ହେଉଛନ୍ତି ପ୍ରଥମ ବୈଜ୍ଞାନିକ, ଯିଏ ଆମ ଖାଦ୍ୟରେ ଥିବା ପ୍ରୋଟିନ, ଆମ ହର୍‌ମୋନ, ସ୍ନାୟୁତନ୍ତୁ ତଥା ରୋଗପ୍ରତିରୋଧକ ଶକ୍ତି ମଧ୍ୟରେ ଥିବା ନିବିଡ଼ ଗୂଢ଼ ସମ୍ପର୍କକୁ ସୂଚାଇ ପାରିଛନ୍ତି ବୈଜ୍ଞାନିକ ଭିତ୍ତିରେ। ତାଙ୍କ ଗବେଷଣାଲବ୍ଧ ତଥ୍ୟ ସୂଚିତ କରୁଛି ଯେ, ଖାଦ୍ୟରେ ଅତ୍ୟଧିକ ପ୍ରୋଟିନ୍‌ର ଅବସ୍ଥିତି ବାର୍ଦ୍ଧକ୍ୟର ସଙ୍କେତଗୁଡ଼ିକର ଦ୍ରୁତ ଆଗମନରେ ସହାୟକ ହୁଏ। ଜୀବିତ ପ୍ରାଣୀମାନଙ୍କ ଦେହ ଉପରେ ପ୍ରୋଟିନ୍‌ର ପ୍ରଭାବ ବିଚିତ୍ର। ପରୀକ୍ଷାରୁ ଜଣାପଡ଼ିଛି ଖାଦ୍ୟରେ ଅଧିକ ପରିମାଣର ପ୍ରୋଟିନ୍‌ ତରୁଣ ମୂଷାଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ କିନ୍ତୁ ବୟସ୍କ ମୂଷାଙ୍କ କ୍ଷେତ୍ରରେ ରୋଗପ୍ରତିରୋଧକ ଶକ୍ତିକୁ ହ୍ରାସ କରାଏ। କିଛି ମୂଷାଙ୍କୁ ଅଲଗା ଅଲଗା ଭାବରେ ମାତ୍ରାଧିକ ପ୍ରୋଟିନ, ସନ୍ତୁଳିତ ପ୍ରୋଟିନ ଓ ଅଳ୍ପ ପ୍ରୋଟିନ ସମ୍ବଳିତ ଖାଦ୍ୟ ଦେଇ କିଛିଦିନ ରଖାଯାଇଥିଲା। ତାହା ପରେ ସେ ମୂଷାଙ୍କ ଦେହରେ ଥିବା କର୍ଟିକଷ୍ଟେରୋନ ନାମକ ଆଡ୍ରେନାଲ ହରମୋନର ମାତ୍ରାକୁ ଅନୁଧ୍ୟାନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଦେହରେ କର୍ଟିକଷ୍ଟେରୋନର ମାତ୍ରା ହ୍ରାସ ପାଏ ଓ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଅବସ୍ଥାରେ ଦେହରେ ଏହି ହରମୋନର ମାତ୍ରା ବୃଦ୍ଧି ପାଏ। ଅନୁଧ୍ୟାନରୁ ଜଣାପଡ଼ିଲା ଯେ ଅଧିକ ପ୍ରୋଟିନ ଖାଉଥିବା ବୟସ୍କ ମୂଷାଙ୍କ ଦେହରେ କର୍ଟିକଷ୍ଟେରୋନର ମାତ୍ରା ଥିଲା ସର୍ବାଧିକ। ପୋଦ୍ଦାର କହିଛନ୍ତି, ଦେହର କର୍ଟିକଷ୍ଟେରୋନ ମାତ୍ରା ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଦର୍ଶାଏ। କର୍ଟିକଷ୍ଟେରୋନର କ୍ଷରଣକୁ ମସ୍ତିଷ୍କର ହାଇପୋଥାଲାମସ ନିୟନ୍ତ୍ରଣ କରେ। ମାନସିକ ଚାପ ଓ ପରିଶ୍ରମ ବୃଦ୍ଧି ପାଇଲେ ହାଇପୋଥାଲାମସ ମସ୍ତିଷ୍କରେ ଅବସ୍ଥିତ ପିଟ୍ୟୁଟାରି ଗ୍ଲାଣ୍ଡକୁ ଏକ ବିଶେଷ ପ୍ରକାରର ହରମୋନ କ୍ଷରଣ କରିବାକୁ ନିର୍ଦ୍ଦେଶ ଦିଏ, ଯାହା ଆମର ଆଡ୍ରେନାଲ ଗ୍ରନ୍ଥିକୁ ପ୍ରଭାବିତ କରେ। ଏହାପରେ ଆଡ୍ରେନାଲ ଗ୍ରନ୍ଥି କର୍ଟିକଷ୍ଟେରୋନ କ୍ଷରଣ କରିବା ଆରମ୍ଭ କରିଦିଏ। ତେଣୁ ଏହା ନିଶ୍ଚିତ ଯେ ବୟସ୍କ ଲୋକମାନେ ମାତ୍ରାଧିକ ପ୍ରୋଟିନ ଖାଇବା ଦ୍ୱାରା ନିଜର ରୋଗ ପ୍ରତିରୋଧକ ଶକ୍ତି କମାଇ ଚାଲନ୍ତି। ପ୍ରଫେସର ପୋଦ୍ଦାର ମସ୍ତିଷ୍କରେ ଥିବା ଅନ୍ୟ ଦୁଇଟି ରସାୟନ ଯଥା ଗାବା ଓ ଗ୍ଲୁଟାମେଟ୍‌ରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଦୁଇ ରସାୟନର ପରିମାଣ ବୟସ ସହ ପରିବର୍ତ୍ତିତ ହୁଏ ଓ ଏହି ଉପାଦାନଗୁଡ଼ିକ ମସ୍ତିଷ୍କ ମଧ୍ୟରେ ସଂଚାର ବ୍ୟବସ୍ଥାରେ ସହାୟତା କରନ୍ତି। ସନ୍ତୁଳିତ ଆହାର ଗ୍ରହଣ କରୁଥିବା ବୟସ୍କମାନଙ୍କ କ୍ଷେତ୍ରରେ ମସ୍ତିଷ୍କରେ ଗାବାର ପରିମାଣ ବୃଦ୍ଧି ପାଏ ଓ ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ସେହିଭଳି କମ୍‌ ପ୍ରୋଟିନ ଥିବା ଖାଦ୍ୟ ବୟସ୍କ ଜୀବଜନ୍ତୁମାନଙ୍କ ମସ୍ତିଷ୍କରେ ଗ୍ଲୁଟାମେଟ୍‌ର କାର୍ଯ୍ୟକ୍ଷମତା ହ୍ରାସକରେ ଏବଂ ବାର୍ଦ୍ଧକ୍ୟର ସଂକେତଗୁଡ଼ିକୁ ଦୂରେଇବାରେ ସହାୟକ ହୁଏ। ଏଥିରୁ ଏହା ସ୍ପଷ୍ଟ ଯେ ରୋଗ ପ୍ରତିରୋଧକ ଶକ୍ତି, ସ୍ନାୟୁତନ୍ତୁ ଓ ଖାଦ୍ୟରେ ପ୍ରୋଟିନର ମାତ୍ରା ଅଙ୍ଗାଙ୍ଗୀ ଭାବେ ଜଡ଼ିତ କୁହନ୍ତି ପ୍ରଫେସର ପୋଦ୍ଦାର। ବର୍ତ୍ତମାନ ଯାଏ ସେ ଜୀବଜନ୍ତୁମାନଙ୍କ ଉପରେ ନିଜ ପରୀକ୍ଷାଗୁଡ଼ିକୁ କରିଥିଲେ ମଧ୍ୟ ମାନବଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ଏକା ପ୍ରକ୍ରିୟା ଦେଖାଯିବ ବୋଲି ଦୃଢ଼ ନିଶ୍ଚିତ। ଭବିଷ୍ୟତରେ ମଣିଷଙ୍କୁ ନେଇ ସେ ଏହି ଅନୁଧ୍ୟାନ ମଧ୍ୟ କରିବା ପାଇଁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ବି ପ୍ରଫେସର ପୋଦ୍ଦାର କୁହନ୍ତି, ବୟସ୍କ ଲୋକମାନେ ନିଜ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରାକୁ କମାଇ ବାର୍ଦ୍ଧକ୍ୟର ଆଗମନକୁ କିଛିଟା ଧିମେଇ ଦେଇ ପାରିବେ।
ପୁରାକାଳରେ ହୁଏତ ସେଇଥିପାଇଁ ବାନପ୍ରସ୍ଥ ଗ୍ରହଣ କରୁଥିବା ବୟସ୍କ ଲୋକମାନେ ଶାକାହାରୀ କିମ୍ବା ଫଳାହାରୀ ହେଉଥିଲେ। ପୋଦ୍ଦାରଙ୍କ ମତରେ ଆମିଷରେ ଥିବା ପ୍ରୋଟିନ ବାର୍ଦ୍ଧକ୍ୟର ସଙ୍କେତଗୁଡ଼ିକୁ ଉଜାଗର କରିବାରେ ଅଧିକ ସହାୟକ ହୁଏ ଏବଂ ଏହା ହୁଏତ ବୟସ୍କମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଏ। ଆମେ ଆମିଷ ଓ ନିରାମିଷ ଦୁଇଟି ଯାକ ଖାଦ୍ୟ ସ୍ରୋତରୁ ପ୍ରୋଟିନ ପାଉ। ମାଛ, ମାଂସ, ଅଣ୍ଡା, କ୍ଷୀର, ଡାଲି, ସୋୟବିନ ଇତ୍ୟାଦିରୁ ପ୍ରୋଟିନ ମିଳେ। ବିଜ୍ଞାନୀମାନଙ୍କ ମତରେ ବୟସ୍କଙ୍କ ପାଇଁ ମାଂସ ଓ ଅଣ୍ଡା ସବୁଠାରୁ ଅଧିକ କ୍ଷତିକାରକ। ତେଣୁ ଆମିଷ ପ୍ରତି ଆକୃଷ୍ଟ ହେଉଥିବା ବୟସ୍କମାନେ ମାଂସ ଓ ଅଣ୍ଡା ସ୍ଥାନରେ ମାଛ ଖାଇବା ଉଚିତ। ମାଛରେ ଓମେଗା-ଥ୍ରୀ ଫ୍ୟାଟି ଏସିଡ ଥିବା ହେତୁ ଏହା ହୃଦ୍‌ରୋଗର କାରଣଗୁଡ଼ିକୁ ପ୍ରତିହତ କରିବାରେ ସହାୟକ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତିକୁ କିଛି ପରିମାଣରେ ବୃଦ୍ଧି କରିଥାଏ। କିନ୍ତୁ କମ୍‌ ପ୍ରୋଟିନ ଥିବା ଅଧିକା ଶାକସବ୍‌ଜିଯୁକ୍ତ ଆହାର ବୟସ୍କମାନଙ୍କ ପାଇଁ ସବୁଠାରୁ ଅନୁକୂଳ। ଆମେରିକାର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏଜିଂ ଆଣ୍ଡ ଲଙ୍ଗଜିଭିଟିର ଗବେଷଣା ଅନୁଯାୟୀ ବାର୍ଦ୍ଧକ୍ୟ ଉପନୀତ ହେଲେ ଖାଦ୍ୟ ପ୍ରତି ସଜାଗ ନ ହେଲେ ମାନସିକ ଶକ୍ତି ହ୍ରାସ ପାଏ। ଏହି ସଂସ୍ଥାନ ବୟସ୍କ ଲୋକମାନଙ୍କୁ ନିଜ ଖାଦ୍ୟରେ ଆମିଷର ମାତ୍ରା କମାଇ ଅଧିକ ଫଳ ଓ ପରିବା ଖାଇବା ପାଇଁ ଉପଦେଶ ଦିଏ। ପ୍ରଫେସର ପୋଦ୍ଦାର ମଧ୍ୟ କୁହନ୍ତି, ସେ ବର୍ତ୍ତମାନ ଯାଏ ମଣିଷଙ୍କୁ ନେଇ ପରୀକ୍ଷା କରି ନ ଥିଲେ ମଧ୍ୟ ସ୍ନାୟୁ ଦୁର୍ବଳତା ଅନୁଭବ କରୁଥିବା ବୟସ୍କ ଲୋକମାନଙ୍କୁ ଖାଦ୍ୟରେ ପ୍ରୋଟିନର ମାତ୍ରା କମାଇବା ପାଇଁ ଉପଦେଶ ଦିଅନ୍ତି। ପୋର୍ଦ୍ଦାରଙ୍କ ଗବେଷଣା ସମ୍ପୂର୍ଣ୍ଣ ହେଲା ପରେ ହୁଏତ ସାରା ବିଶ୍ୱର ପଥ୍ୟ ବିଜ୍ଞାନୀମାନେ ବୟସ୍କମାନଙ୍କୁ ପ୍ରୋଟିନ ଗ୍ରହଣ କରିବା ସଂକ୍ରାନ୍ତରେ ଉପଦେଶ ଦେବେ।

– ଡା. ପ୍ରଫୁଲ୍ଲ କୁମାର ଦାସ
କନସଲ୍‌ଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ- ୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?