ବାର୍ଦ୍ଧକ୍ୟର ଗତିରୋଧ

ଲୋଳିତ ଚର୍ମ, ହ୍ରାସ ପାଉଥିବା ସ୍ମୃତି ଶକ୍ତି, କର୍କଟ ଓ ହୃଦ୍‌ରୋଗର ଭୟ ସହ ବାର୍ଦ୍ଧକ୍ୟର ସ୍ପର୍ଶ ଆମ ସମସ୍ତଙ୍କ ଜୀବନରେ ଅବସମ୍ଭାବୀ। ଯେଉଁଥିରୁ ବର୍ତ୍ତିବା ଅସମ୍ଭବ ନିଶ୍ଚୟ। ତଥାପି ହଜାର ହଜାର ବର୍ଷ ଧରି ମାନବ ଚେଷ୍ଟା କରିିଆସୁଛି ଏହି ବାର୍ଦ୍ଧକ୍ୟକୁ ଦୂରେଇ ରଖିବା ପାଇଁ। ଆମ ଦୈନନ୍ଦିନ ଜୀବନରେ ଆହାରର ମାତ୍ରାଧିକ ପ୍ରଭାବ ବାର୍ଦ୍ଧକ୍ୟର ଆଗମନ ଉପରେ ପ୍ରଭାବ ରଖିଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଜଣେ ବୟସ୍କ ବ୍ୟକ୍ତି ନିଜ ଦୈନନ୍ଦିନ ଆହାରରେ ବାର୍ଦ୍ଧକ୍ୟର ପ୍ରଭାବକୁ କିଛିଟା ପ୍ରତିହତ କରିପାରିବ ବୋଲି ଗବେଷକମାନେ ମତ ଦେବା ଆରମ୍ଭ କଲେଣି। ଖାଦ୍ୟରେ ଥିବା ପୁଷ୍ଟିସାର ବା ପ୍ରୋଟିନ ଆମ ମଧ୍ୟରେ ବୃଦ୍ଧାବସ୍ଥାର ସଙ୍କେତଗୁଡ଼ିକୁ ଆଣିବାରେ ସହାୟକ ହୋଇଥାଏ ବୋଲି କିଛିଦିନ ତଳେ କୋଲକାତା ବିଶ୍ୱବିଦ୍ୟାଳୟର ଜଣେ ବାୟୋକେମେଷ୍ଟ୍ରି ବିଭାଗର ପ୍ରଫେସର ମ୍ରିଣାଳକାନ୍ତି ପୋଦ୍ଦାର ନିଜ ଗବେଷଣାରୁ ଜାଣିପାରିଛନ୍ତି। ଏହି ଖବର ନିକଟରେ ଇଣ୍ଟରନେଟ୍‌ରେ ସବିଶେଷ ସୂଚିତ ହୋଇଛି। ପୋଦ୍ଦାର ହେଉଛନ୍ତି ପ୍ରଥମ ବୈଜ୍ଞାନିକ, ଯିଏ ଆମ ଖାଦ୍ୟରେ ଥିବା ପ୍ରୋଟିନ, ଆମ ହର୍‌ମୋନ, ସ୍ନାୟୁତନ୍ତୁ ତଥା ରୋଗପ୍ରତିରୋଧକ ଶକ୍ତି ମଧ୍ୟରେ ଥିବା ନିବିଡ଼ ଗୂଢ଼ ସମ୍ପର୍କକୁ ସୂଚାଇ ପାରିଛନ୍ତି ବୈଜ୍ଞାନିକ ଭିତ୍ତିରେ। ତାଙ୍କ ଗବେଷଣାଲବ୍ଧ ତଥ୍ୟ ସୂଚିତ କରୁଛି ଯେ, ଖାଦ୍ୟରେ ଅତ୍ୟଧିକ ପ୍ରୋଟିନ୍‌ର ଅବସ୍ଥିତି ବାର୍ଦ୍ଧକ୍ୟର ସଙ୍କେତଗୁଡ଼ିକର ଦ୍ରୁତ ଆଗମନରେ ସହାୟକ ହୁଏ। ଜୀବିତ ପ୍ରାଣୀମାନଙ୍କ ଦେହ ଉପରେ ପ୍ରୋଟିନ୍‌ର ପ୍ରଭାବ ବିଚିତ୍ର। ପରୀକ୍ଷାରୁ ଜଣାପଡ଼ିଛି ଖାଦ୍ୟରେ ଅଧିକ ପରିମାଣର ପ୍ରୋଟିନ୍‌ ତରୁଣ ମୂଷାଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ କିନ୍ତୁ ବୟସ୍କ ମୂଷାଙ୍କ କ୍ଷେତ୍ରରେ ରୋଗପ୍ରତିରୋଧକ ଶକ୍ତିକୁ ହ୍ରାସ କରାଏ। କିଛି ମୂଷାଙ୍କୁ ଅଲଗା ଅଲଗା ଭାବରେ ମାତ୍ରାଧିକ ପ୍ରୋଟିନ, ସନ୍ତୁଳିତ ପ୍ରୋଟିନ ଓ ଅଳ୍ପ ପ୍ରୋଟିନ ସମ୍ବଳିତ ଖାଦ୍ୟ ଦେଇ କିଛିଦିନ ରଖାଯାଇଥିଲା। ତାହା ପରେ ସେ ମୂଷାଙ୍କ ଦେହରେ ଥିବା କର୍ଟିକଷ୍ଟେରୋନ ନାମକ ଆଡ୍ରେନାଲ ହରମୋନର ମାତ୍ରାକୁ ଅନୁଧ୍ୟାନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଦେହରେ କର୍ଟିକଷ୍ଟେରୋନର ମାତ୍ରା ହ୍ରାସ ପାଏ ଓ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଅବସ୍ଥାରେ ଦେହରେ ଏହି ହରମୋନର ମାତ୍ରା ବୃଦ୍ଧି ପାଏ। ଅନୁଧ୍ୟାନରୁ ଜଣାପଡ଼ିଲା ଯେ ଅଧିକ ପ୍ରୋଟିନ ଖାଉଥିବା ବୟସ୍କ ମୂଷାଙ୍କ ଦେହରେ କର୍ଟିକଷ୍ଟେରୋନର ମାତ୍ରା ଥିଲା ସର୍ବାଧିକ। ପୋଦ୍ଦାର କହିଛନ୍ତି, ଦେହର କର୍ଟିକଷ୍ଟେରୋନ ମାତ୍ରା ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଦର୍ଶାଏ। କର୍ଟିକଷ୍ଟେରୋନର କ୍ଷରଣକୁ ମସ୍ତିଷ୍କର ହାଇପୋଥାଲାମସ ନିୟନ୍ତ୍ରଣ କରେ। ମାନସିକ ଚାପ ଓ ପରିଶ୍ରମ ବୃଦ୍ଧି ପାଇଲେ ହାଇପୋଥାଲାମସ ମସ୍ତିଷ୍କରେ ଅବସ୍ଥିତ ପିଟ୍ୟୁଟାରି ଗ୍ଲାଣ୍ଡକୁ ଏକ ବିଶେଷ ପ୍ରକାରର ହରମୋନ କ୍ଷରଣ କରିବାକୁ ନିର୍ଦ୍ଦେଶ ଦିଏ, ଯାହା ଆମର ଆଡ୍ରେନାଲ ଗ୍ରନ୍ଥିକୁ ପ୍ରଭାବିତ କରେ। ଏହାପରେ ଆଡ୍ରେନାଲ ଗ୍ରନ୍ଥି କର୍ଟିକଷ୍ଟେରୋନ କ୍ଷରଣ କରିବା ଆରମ୍ଭ କରିଦିଏ। ତେଣୁ ଏହା ନିଶ୍ଚିତ ଯେ ବୟସ୍କ ଲୋକମାନେ ମାତ୍ରାଧିକ ପ୍ରୋଟିନ ଖାଇବା ଦ୍ୱାରା ନିଜର ରୋଗ ପ୍ରତିରୋଧକ ଶକ୍ତି କମାଇ ଚାଲନ୍ତି। ପ୍ରଫେସର ପୋଦ୍ଦାର ମସ୍ତିଷ୍କରେ ଥିବା ଅନ୍ୟ ଦୁଇଟି ରସାୟନ ଯଥା ଗାବା ଓ ଗ୍ଲୁଟାମେଟ୍‌ରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଦୁଇ ରସାୟନର ପରିମାଣ ବୟସ ସହ ପରିବର୍ତ୍ତିତ ହୁଏ ଓ ଏହି ଉପାଦାନଗୁଡ଼ିକ ମସ୍ତିଷ୍କ ମଧ୍ୟରେ ସଂଚାର ବ୍ୟବସ୍ଥାରେ ସହାୟତା କରନ୍ତି। ସନ୍ତୁଳିତ ଆହାର ଗ୍ରହଣ କରୁଥିବା ବୟସ୍କମାନଙ୍କ କ୍ଷେତ୍ରରେ ମସ୍ତିଷ୍କରେ ଗାବାର ପରିମାଣ ବୃଦ୍ଧି ପାଏ ଓ ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ସେହିଭଳି କମ୍‌ ପ୍ରୋଟିନ ଥିବା ଖାଦ୍ୟ ବୟସ୍କ ଜୀବଜନ୍ତୁମାନଙ୍କ ମସ୍ତିଷ୍କରେ ଗ୍ଲୁଟାମେଟ୍‌ର କାର୍ଯ୍ୟକ୍ଷମତା ହ୍ରାସକରେ ଏବଂ ବାର୍ଦ୍ଧକ୍ୟର ସଂକେତଗୁଡ଼ିକୁ ଦୂରେଇବାରେ ସହାୟକ ହୁଏ। ଏଥିରୁ ଏହା ସ୍ପଷ୍ଟ ଯେ ରୋଗ ପ୍ରତିରୋଧକ ଶକ୍ତି, ସ୍ନାୟୁତନ୍ତୁ ଓ ଖାଦ୍ୟରେ ପ୍ରୋଟିନର ମାତ୍ରା ଅଙ୍ଗାଙ୍ଗୀ ଭାବେ ଜଡ଼ିତ କୁହନ୍ତି ପ୍ରଫେସର ପୋଦ୍ଦାର। ବର୍ତ୍ତମାନ ଯାଏ ସେ ଜୀବଜନ୍ତୁମାନଙ୍କ ଉପରେ ନିଜ ପରୀକ୍ଷାଗୁଡ଼ିକୁ କରିଥିଲେ ମଧ୍ୟ ମାନବଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ଏକା ପ୍ରକ୍ରିୟା ଦେଖାଯିବ ବୋଲି ଦୃଢ଼ ନିଶ୍ଚିତ। ଭବିଷ୍ୟତରେ ମଣିଷଙ୍କୁ ନେଇ ସେ ଏହି ଅନୁଧ୍ୟାନ ମଧ୍ୟ କରିବା ପାଇଁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ବି ପ୍ରଫେସର ପୋଦ୍ଦାର କୁହନ୍ତି, ବୟସ୍କ ଲୋକମାନେ ନିଜ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରାକୁ କମାଇ ବାର୍ଦ୍ଧକ୍ୟର ଆଗମନକୁ କିଛିଟା ଧିମେଇ ଦେଇ ପାରିବେ।
ପୁରାକାଳରେ ହୁଏତ ସେଇଥିପାଇଁ ବାନପ୍ରସ୍ଥ ଗ୍ରହଣ କରୁଥିବା ବୟସ୍କ ଲୋକମାନେ ଶାକାହାରୀ କିମ୍ବା ଫଳାହାରୀ ହେଉଥିଲେ। ପୋଦ୍ଦାରଙ୍କ ମତରେ ଆମିଷରେ ଥିବା ପ୍ରୋଟିନ ବାର୍ଦ୍ଧକ୍ୟର ସଙ୍କେତଗୁଡ଼ିକୁ ଉଜାଗର କରିବାରେ ଅଧିକ ସହାୟକ ହୁଏ ଏବଂ ଏହା ହୁଏତ ବୟସ୍କମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଏ। ଆମେ ଆମିଷ ଓ ନିରାମିଷ ଦୁଇଟି ଯାକ ଖାଦ୍ୟ ସ୍ରୋତରୁ ପ୍ରୋଟିନ ପାଉ। ମାଛ, ମାଂସ, ଅଣ୍ଡା, କ୍ଷୀର, ଡାଲି, ସୋୟବିନ ଇତ୍ୟାଦିରୁ ପ୍ରୋଟିନ ମିଳେ। ବିଜ୍ଞାନୀମାନଙ୍କ ମତରେ ବୟସ୍କଙ୍କ ପାଇଁ ମାଂସ ଓ ଅଣ୍ଡା ସବୁଠାରୁ ଅଧିକ କ୍ଷତିକାରକ। ତେଣୁ ଆମିଷ ପ୍ରତି ଆକୃଷ୍ଟ ହେଉଥିବା ବୟସ୍କମାନେ ମାଂସ ଓ ଅଣ୍ଡା ସ୍ଥାନରେ ମାଛ ଖାଇବା ଉଚିତ। ମାଛରେ ଓମେଗା-ଥ୍ରୀ ଫ୍ୟାଟି ଏସିଡ ଥିବା ହେତୁ ଏହା ହୃଦ୍‌ରୋଗର କାରଣଗୁଡ଼ିକୁ ପ୍ରତିହତ କରିବାରେ ସହାୟକ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତିକୁ କିଛି ପରିମାଣରେ ବୃଦ୍ଧି କରିଥାଏ। କିନ୍ତୁ କମ୍‌ ପ୍ରୋଟିନ ଥିବା ଅଧିକା ଶାକସବ୍‌ଜିଯୁକ୍ତ ଆହାର ବୟସ୍କମାନଙ୍କ ପାଇଁ ସବୁଠାରୁ ଅନୁକୂଳ। ଆମେରିକାର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏଜିଂ ଆଣ୍ଡ ଲଙ୍ଗଜିଭିଟିର ଗବେଷଣା ଅନୁଯାୟୀ ବାର୍ଦ୍ଧକ୍ୟ ଉପନୀତ ହେଲେ ଖାଦ୍ୟ ପ୍ରତି ସଜାଗ ନ ହେଲେ ମାନସିକ ଶକ୍ତି ହ୍ରାସ ପାଏ। ଏହି ସଂସ୍ଥାନ ବୟସ୍କ ଲୋକମାନଙ୍କୁ ନିଜ ଖାଦ୍ୟରେ ଆମିଷର ମାତ୍ରା କମାଇ ଅଧିକ ଫଳ ଓ ପରିବା ଖାଇବା ପାଇଁ ଉପଦେଶ ଦିଏ। ପ୍ରଫେସର ପୋଦ୍ଦାର ମଧ୍ୟ କୁହନ୍ତି, ସେ ବର୍ତ୍ତମାନ ଯାଏ ମଣିଷଙ୍କୁ ନେଇ ପରୀକ୍ଷା କରି ନ ଥିଲେ ମଧ୍ୟ ସ୍ନାୟୁ ଦୁର୍ବଳତା ଅନୁଭବ କରୁଥିବା ବୟସ୍କ ଲୋକମାନଙ୍କୁ ଖାଦ୍ୟରେ ପ୍ରୋଟିନର ମାତ୍ରା କମାଇବା ପାଇଁ ଉପଦେଶ ଦିଅନ୍ତି। ପୋର୍ଦ୍ଦାରଙ୍କ ଗବେଷଣା ସମ୍ପୂର୍ଣ୍ଣ ହେଲା ପରେ ହୁଏତ ସାରା ବିଶ୍ୱର ପଥ୍ୟ ବିଜ୍ଞାନୀମାନେ ବୟସ୍କମାନଙ୍କୁ ପ୍ରୋଟିନ ଗ୍ରହଣ କରିବା ସଂକ୍ରାନ୍ତରେ ଉପଦେଶ ଦେବେ।

– ଡା. ପ୍ରଫୁଲ୍ଲ କୁମାର ଦାସ
କନସଲ୍‌ଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ- ୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri