ଭାଇ ଅର୍ଜୁନଙ୍କୁ ମା’ ଦେଇଥିବା ସୁନ୍ଦର ଉପହାର କହିଲେ ଅଂଶୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜୁନ୍‌ ୨୬ ଅର୍ଥାତ୍‌ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆରେ ଭଉଣୀ ଅଂଶୁଲା କପୁର ଅର୍ଜୁନଙ୍କୁ ସ୍ବତନ୍ତ୍ର ଶୁଭେଚ୍ଛା ଜଣାଇଛନ୍ତି। ଅଂଶୁଲା ଅର୍ଜୁନଙ୍କ ସହ ଏକ ଫଟୋ ଶେୟାର କରି ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ମୋ’ ନିଶ୍ୱାସରେ ତୁମେ, ମୋ’ ଜୀବନରେ ତୁମେ ସବୁଠୁ ପ୍ରିୟ ଆଉ ଗୁରୁତ୍ୱପୂର୍ଣ୍ଣ ମଣିଷ। ତୁମେ ଏମିତି ମଣିଷ ଯେ କି, ମୋତେ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଛ। ଯେଉଁ ସ୍ନେହର ସୀମା ନାହିଁ। ଭାଇ ତୁମେ ମୋ’ ଶକ୍ତି, ଯେଉଁଥିପାଇଁ ମୁଁ ସକାଳୁ ଉଠେ। ତୁମେ ମୋ’ ରକ୍ଷାକର୍ତ୍ତା, ତୁମେ ମୋ ମାଆ ବାପା, ଭାଇ, ବନ୍ଧୁ, ସାହସ ସବୁକିଛି। ପ୍ରତିଟି କଥାରେ ତୁମେ ମୋ’ର ଧ୍ୟାନ ରଖ। ଯେତେବେଳେ ମୁଁ କୌଣସି କାରଣ ଯୋଗୁ ଭାଙ୍ଗିପଡ଼େ ସେତେବେଳେ ତୁମେ ମୋତେ ସମ୍ଭାଳି ନିଅ। ସାହସ ଦିଅ। ତୁମେ ମୋତେ ଜୀବନରେ ଲଢ଼ିବା ଶିଖାଇଛ। ମୁଣ୍ଡ ଉଚ୍ଚା କରି ବଞ୍ଚିବା ଶିଖାଇଛ।


ତୁମେ ସବୁ ଅସୁବିଧାରେ ମୋ’ ହାତ ଧରିଛ। ତୁମେ ମୋତେ କେବେ ବି ମୋ ମା’କୁ ଭୁଲିଯିବାକୁ ଦିଅ ନାହିଁ। କିନ୍ତୁ ସେ ସେଠାରେ ନଥିବା ସତ୍ତ୍ୱେ ତୁମେ ମୋତେ କେବେ ବି ତାଙ୍କୁ ହରାଇବାକୁ ଦେଇ ନାହଁ। ମୁଁ ଯାହା ମାଗିଥିଲି ତା’ଠାରୁ ତୁମେ ମୋତେ ଅଧିକ ଦେଇଛ, ଏବଂ ଜାଣିନି କିପରି କିନ୍ତୁ ତୁମେ ସବୁବେଳେ ଜାଣିଛ ମୁଁ ଯାହା ଚାହେଁ, ଜାଣିବା ପୂର୍ବରୁ ମଧ୍ୟ। ତୁମ ଯୋଗୁ ମୁଁ ନିଜକୁ କେବେ ଏକୁଟିଆ ଅନୁଭବ କରିନାହିଁ। ତୁମେ ସେହି ଆଲୋକ ଯାହା ମୋତେ ଅନ୍ଧକାରରେ ମଧ୍ୟ ବାଟ ଦେଖାଇଛି। ତୁମେ ମୋର ଭୟ, ମୋ’ର ଖରାପ ଚିନ୍ତାଧାରା ଜାଣିଛ ତଥାପି ତୁମେ ମୋତେ ବହୁତ ଭଲ ପାଅ ଭାଇ ମୁଁ ଜାଣିଛି। ଅଂଶୁଲାଙ୍କ ଏଭଳି ଭାବପ୍ରବଣ ପୋଷ୍ଟରେ ୟୁଜରମାନେ ମଧ୍ୟ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri