ସୁର ପରିବାର ରାଜନୀତିରେ ନୂଆ ଟ୍ବିଷ୍ଟ: ବାପାଙ୍କ ହାତ ଛାଡିଲେ ସିଦ୍ଧାର୍ଥ

ଭୁବନେଶ୍ୱର,୩୦।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକ ସଭା ଟିକେଟ୍‌ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ରୋଚକ ମୋଡ ନେଇଛି। ତେବେ ପୁଣି ସୁରଙ୍କ ପରିବାରରେ ଟ୍ବିଷ୍ଟ ଆସିଛି। ସୁରଙ୍କ ବଡ଼ ପୁଅ ନିର୍ବାଚନ ଲଢିବା ନେଇ ବଡ଼ ବୟାନ ଦେଇଛନ୍ତି।

କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ମନ୍ମଥ ସାମିଲ ହେବାର କିଛି ସମୟ ପରେ ବିଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରଥିଲା। ସେଥିରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଭାବେ ଦଳ ମନ୍ମଥଙ୍କ ଉପରେ ଭରସା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ମଥ ପଟ୍ଟନାୟକ ଦଳରେ ମିଶିବା କ୍ଷଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ଶ୍ରୀମୟୀ ମିଶ୍ରଙ୍କ ବଦଳରେ ଦଳ ତାଙ୍କୁ ଏମପି ଟିକେଟ୍‌ ଦେଇଛିି। ଭାଜପା ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ତେବେ କିଛିଦିନ ତଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶାସକ ଦଳରୁ ଲୋକ ସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶେଷ ସମୟରେ ତାଙ୍କ ଉପରେ ଦଳ ଭରସା ନ କରି ନୂଆ କରି ବିଜେଡିରେ ସାମିଲ ହୋଇଥିବା ମନ୍ମଥଙ୍କୁ ଆଗକୁ ଛାଡ଼ିଛି।

ତେବେ ଏହାକୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ପୁଅକୁ ବୁଝାଇପାରିଲି ନାହିଁ। ବିଜେଡିରେ ମିଶିବାକୁ ମନ୍ମଥ ଜିଦ୍‌ ଧରିଲେ। ଏହା ତାଙ୍କ ଆତ୍ମାକୁ ବାଧିଛି। ତେଣୁ ନୈତିକତା ଦୃଷ୍ଟିରୁ ସେ କଂଗ୍ରେସର ଯେଉଁସବୁ ପଦରେ ଥିଲେ ସେସବୁଥିରୁ ଇସ୍ତଫା ଦେଇଛନ୍ତି। ବଡ଼ ପୁଅକୁ କଂଗ୍ରେସ ନିମାପଡ଼ାରୁ ଟିକେଟ ଦେଲେ ଘରକୁ ଘର ଯାଇ ପ୍ରଚାର କରିବେ ବୋଲି ସେ କହିଛନ୍ତି।

ଏହାକୁ ନେଇ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ସମାଲୋଚନା କରିଥିଲେ । ସେ କହିଥିଲେ, ‘ ବାପାଙ୍କ ୬୦ ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ବି ଅଟକାଇ ପାରିବେନି । ଆମେ ଯେତେ ବୁଝାଇଲେ କ’ଣ ହେବ, କେହି ଅଟକାଇ ପାରିବେନି । ବାପାଙ୍କ ୬୦ ବର୍ଷର ଇମେଜ ସବୁ ଚାଲିଗଲା । କିନ୍ତୁ ଆମେ କଂଗ୍ରେସ ଛାଡ଼ିବୁ ନାହିଁ ।’
ଏହାସହ ସେ କହିଛନ୍ତି, ‘ଆମେ ୫-ଟିକୁ ସଲାମ କରିପାରିବୁ ନାହିଁ । ଯିଏ ଠିକ୍‌ରେ ନାହିଁ, ସେ ଅଲଗା ଲାଇନ ଧରିଲା । କେବଳ ଏତିକି ନୁହେଁ, ସାନ ଭାଇ ମନ୍ମଥ ରାଉତରାୟକୁ ନେଇ ସିଦ୍ଧାର୍ଥ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋ ଭାଇକୁ ବିଜେଡି ମୁର୍ଗା ବନାଇପାରେ।

ତେବେ ଏସବୁ କହିବାର ୨ଦିନ ନ ଜାଉଣୁ ଏବେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏକା ଲଢିବେ ବୋଲି କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଜଟଣୀରୁ ସ୍ବାଧୀନ ଭାବେ ଲଢିବାକୁ କହିଛନ୍ତି। ସେ କହିଛନ୍ତି, କଂଗ୍ରେସରୁ ଲଢିବା ପାଇଁ ମୋର ମୁହଁ ନାହିଁ। ଜଟଣୀରେ କଂଗ୍ରେସ କର୍ମୀଙ୍କ ପ୍ରତି ଅନ୍ୟାୟ ହୋଇଛି। ତେଣୁ ମୁଁ ଏବେ ଲୋକଙ୍କ ହକ୍‌ ପାଇଁ ଲଢେଇ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?