ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା ଅଫିସ,୧୪।୩: ନୂଆପଡା ଜିଲାରେ ପୁଣି ବାଘ ଆତଙ୍କ ଦେଖା ଦେଇଛି। ଏହା ପୂର୍ବରୁ ଅନେକ ଥର ନୂଆପଡା ସଦର ବ୍ଲକ ହଳଦି ଓ ଲୋଡ୍ରା ଗ୍ରାମରେ ବାଘର ଉପସ୍ଥିତି ଦଖାଦେଇଥିବା ବେଳେ ବର୍ତ୍ତମାନ ନୂଆପଡା ବନାଞ୍ଚଳ ଆମାନାରା ବିଟର ମୁସରଙ୍ଗି ସଂରକ୍ଷିତ ଜଙ୍ଗଲ ଅଧୀନ ତରିଆ ମହୁଆଭଟା ଗ୍ରାମରେ ବାଘ ଭୟ ଦେଖାଇଛି। ଭୟରେ ଲୋକେ ନିଜ କ୍ଷେତ କିମ୍ବା ଦିନ ମଜୁରୀ କରିବାକୁ ଯାଇପାରୁନାହାନ୍ତି। ଗତ ୬ ତାରିଖରେ ବାଘ ଗୋଟିଏ ଗାଈକୁ ଶିକାର କରିଥିବା ବେଳେ ୮ରେ ଆଉ ଏକ ଗାଈ ଓ ୧୨ରେ ଏକ ବାଛୁରୀକୁ ଶିକାର କରିଛି। ତେବେ ଶିକାର କରିଥିବା ସ୍ଥାନରେ ପଡିଥିବା ପାଦ ଚିହ୍ନରୁ ଏହା ଏକ କଲରାପତରିଆ ବାଘ ବୋଲି ଆମାନାରା ବିଟ ବନପାଳ ଚୂଡାମଣି ସରାଫ ସ୍ପଷ୍ଟ କରିଛନ୍ତି।

ବଡ ପାଦ ଚିହ୍ନ ସହ ଛୋଟ ବାଘର ପାଦ ଚିହ୍ନ ରହିଥିବାରୁ ମାଈ ବାଘ ସହିତ ଛୁଆ ମଧ୍ୟ ରହିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତ୍ରୀକାଳିନ ପାଟ୍ରୋଲିଂ ଜାରି ରଖିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ମୁସରଙ୍ଗି ସଂରକ୍ଷିତ ଜଙ୍ଗଲତଳି ଗାଁ ପାସାମାରା, ଡାଲିପଖନା, କୋଟେନ, ଦଲଦଲି, ତରିଆ ମହୁଆଭଟା, ଆମାନାରା, ଜରିଡିହି, ପାତାଳଘୁଟକୁରି, ମୋହରାଡିହି, ପାୱାରତୋଳା ଆଦି ଗାଁଗୁଡିକରେ ବନବିଭାଗ କର୍ମଚାରୀ ଲାକଙ୍କୁ ସଚେତନ କରୁଛନ୍ତି। ରାତ୍ରିରେ କିମ୍ବା ଜରୁରୀ କାମ ନ ଥିଲେ ବାହାରକୁ ବାହରନ୍ତୁ ନାହିଁ। ଯଦି ବାହାରକୁ ଯାଉଛନ୍ତି ହାତରେ ଟର୍ଚ୍ଚଲାଇଟ ଓ ଗୋଷ୍ଠୀ ହୋଇ ଯାଆନ୍ତୁ ବୋଲି କୁହାଯାଉଛି। ସନ୍ଧ୍ୟା ହେଲେ ଗୃହପାଳିତ ପଶୁକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବାକୁ ସଚେତନ କରାଯାଉଛି। ବାଘ ଦିନରେ ପାଖ ଜଙ୍ଗଲକୁ ଚାଲି ଯାଉଛି ଓ ସନ୍ଧ୍ୟା ହେଲେ ଗାଁକୁ ଆସୁଛି। ବାଘର ଗତିବିଧି ଲକ୍ଷ୍ୟ ରଖି ଜଙ୍ଗଲକୁ ଘୋଡାଇବା ପାଇଁ ବନ ବିଭାଗ ସଜାଗ ରହଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri