ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା ଅଫିସ,୧୪।୩: ନୂଆପଡା ଜିଲାରେ ପୁଣି ବାଘ ଆତଙ୍କ ଦେଖା ଦେଇଛି। ଏହା ପୂର୍ବରୁ ଅନେକ ଥର ନୂଆପଡା ସଦର ବ୍ଲକ ହଳଦି ଓ ଲୋଡ୍ରା ଗ୍ରାମରେ ବାଘର ଉପସ୍ଥିତି ଦଖାଦେଇଥିବା ବେଳେ ବର୍ତ୍ତମାନ ନୂଆପଡା ବନାଞ୍ଚଳ ଆମାନାରା ବିଟର ମୁସରଙ୍ଗି ସଂରକ୍ଷିତ ଜଙ୍ଗଲ ଅଧୀନ ତରିଆ ମହୁଆଭଟା ଗ୍ରାମରେ ବାଘ ଭୟ ଦେଖାଇଛି। ଭୟରେ ଲୋକେ ନିଜ କ୍ଷେତ କିମ୍ବା ଦିନ ମଜୁରୀ କରିବାକୁ ଯାଇପାରୁନାହାନ୍ତି। ଗତ ୬ ତାରିଖରେ ବାଘ ଗୋଟିଏ ଗାଈକୁ ଶିକାର କରିଥିବା ବେଳେ ୮ରେ ଆଉ ଏକ ଗାଈ ଓ ୧୨ରେ ଏକ ବାଛୁରୀକୁ ଶିକାର କରିଛି। ତେବେ ଶିକାର କରିଥିବା ସ୍ଥାନରେ ପଡିଥିବା ପାଦ ଚିହ୍ନରୁ ଏହା ଏକ କଲରାପତରିଆ ବାଘ ବୋଲି ଆମାନାରା ବିଟ ବନପାଳ ଚୂଡାମଣି ସରାଫ ସ୍ପଷ୍ଟ କରିଛନ୍ତି।

ବଡ ପାଦ ଚିହ୍ନ ସହ ଛୋଟ ବାଘର ପାଦ ଚିହ୍ନ ରହିଥିବାରୁ ମାଈ ବାଘ ସହିତ ଛୁଆ ମଧ୍ୟ ରହିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତ୍ରୀକାଳିନ ପାଟ୍ରୋଲିଂ ଜାରି ରଖିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ମୁସରଙ୍ଗି ସଂରକ୍ଷିତ ଜଙ୍ଗଲତଳି ଗାଁ ପାସାମାରା, ଡାଲିପଖନା, କୋଟେନ, ଦଲଦଲି, ତରିଆ ମହୁଆଭଟା, ଆମାନାରା, ଜରିଡିହି, ପାତାଳଘୁଟକୁରି, ମୋହରାଡିହି, ପାୱାରତୋଳା ଆଦି ଗାଁଗୁଡିକରେ ବନବିଭାଗ କର୍ମଚାରୀ ଲାକଙ୍କୁ ସଚେତନ କରୁଛନ୍ତି। ରାତ୍ରିରେ କିମ୍ବା ଜରୁରୀ କାମ ନ ଥିଲେ ବାହାରକୁ ବାହରନ୍ତୁ ନାହିଁ। ଯଦି ବାହାରକୁ ଯାଉଛନ୍ତି ହାତରେ ଟର୍ଚ୍ଚଲାଇଟ ଓ ଗୋଷ୍ଠୀ ହୋଇ ଯାଆନ୍ତୁ ବୋଲି କୁହାଯାଉଛି। ସନ୍ଧ୍ୟା ହେଲେ ଗୃହପାଳିତ ପଶୁକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବାକୁ ସଚେତନ କରାଯାଉଛି। ବାଘ ଦିନରେ ପାଖ ଜଙ୍ଗଲକୁ ଚାଲି ଯାଉଛି ଓ ସନ୍ଧ୍ୟା ହେଲେ ଗାଁକୁ ଆସୁଛି। ବାଘର ଗତିବିଧି ଲକ୍ଷ୍ୟ ରଖି ଜଙ୍ଗଲକୁ ଘୋଡାଇବା ପାଇଁ ବନ ବିଭାଗ ସଜାଗ ରହଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲୁନି ସରକାରୀ ଧାନମଣ୍ଡି

ରୂପସା, ୨୬ା୧୨(ଡି.ଏନ.ଏ.) ଚଳିତବର୍ଷ ଏଯାବତ୍‌ ସରକାରୀ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଧାନର ଅଭାବୀ ବିକ୍ରି ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ...

ରାସ୍‌ତାରେ ପଲ୍‌ହା ରୁଇଲେ ଗଁ। ବାସୀ

  ଜାମଟିକ୍ରା, ୩।୮ (ଡି.ଏନ୍‌.ଏ): ଗଁା ଗଁାରେ ହେବା ବିକାଶ। ହଁସ୍‌ବେ ଜନତା ଆର ବିକାଶ ହେବା ଗଁାର। ଏନ୍‌ତା ସବୁ ନାରା ଦେଇ ସରକାର...

ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଳକ ସାରମୁଳା ପଞ୍ଚାୟତ ଗୋବରା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚିକିତ୍ସା...

ଜିଇବାର ରାହା ଖୋଜୁଛନ୍ତି ସବ୍‌ନମ୍‌: ଦୁଇ କିଡ୍‌ନୀ ନଷ୍ଟ, ଚିକିତ୍ସା ପାଇଁ ସମ୍ବଳ ନାହିଁ

ପିପିଲି, ୯।୧(ସ୍ବ.ପ୍ର.): ପୁରୀ ଜିଲା ପିପିଲି ପୌରାଞ୍ଚଳ ଅଧୀନ ଭବାନୀପୁର ୮ନଂ. ୱାର୍ଡର ବାସିନ୍ଦା ହେଉଛନ୍ତି ସବ୍‌ନମ୍‌(୨୬)। ତାଙ୍କର ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି। ତାଙ୍କ...

ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା

ରାଉରକେଲା ଅଫିସ,୪।୧୨: ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ପାଇଁ ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା ବିଶ୍ୱାଳ। ଗ୍ଲେସିୟର ତରଳିବା ବିଶ୍ୱବାସୀଙ୍କ ପାଇଁ କେତେ ବିପଦପୂର୍ଣ୍ଣ...

କପିଳାସ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଡ଼ମ୍ବିତ ଶୈଶବର ଅକୁହାକଥା ‘କାହାନୀ ଏକ୍‌ କଂସ୍‌ କୀ’

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳର କଳାପରିଷଦ ଅନୁଷ୍ଠାନ ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ...

ଗହଳି କମାଇଛି କୋଭିଡ୍‌ ରିପୋର୍ଟ

ପୁରୀ ଅଫିସ,୫।୧: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪ ହଜାର ଭକ୍ତ ଦାରୁଦିଅଙ୍କ ଦର୍ଶନ କରିଥିଲେ। ତେଣୁ ଆଗାମୀ ଦିନଗୁଡ଼ିକରେ...

ଉତ୍ପାଦକଙ୍କ ମନମୁଖି ଦର ନିର୍ଦ୍ଧାରଣକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୯ା୮-ସ୍ଥାନୀୟ ଏକ ହୋଟେଲ୍‌ରେ ରବିବାର ଓଡ଼ିଶା ବ୍ୟବସାୟୀ ମହାସଂଘର ନୂତନ କାର୍ଯ୍ୟକାରିଣୀର ପ୍ରଧାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ...

Advertisement
Archives

Model This Week