ଓଡ଼ିଆ ଭାଷାକୁ ଲୋକଙ୍କଠାରୁ ଦୂରେଇ ରଖିବା ପାଇଁ ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌

ପଟ୍ଟାଙ୍ଗି,୧୭ା୮(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରେ ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ବିବାଦ ବଢାଇ ଚାଲିଥିବା ବେଳେ ବର୍ତ୍ତମାନ ଏବେ ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ସୀମାନ୍ତ ଗ୍ରାମବାସୀ କିପରି ଓଡ଼ିଆ ଭାଷା ପ୍ରତି ଯେପରି ଆକୃଷ୍ଟ ନ ହେବେ ଏହାକୁ ଲକ୍ଷ୍ୟ କରି ନିଜର ସରକାରୀ ଯୋଜନାର କାର୍ଯ୍ୟକ୍ରମ ସୂଚିତ ତେଲ୍‌ଗୁ ନାମଫଳକ ଲଗାଇ ବିବାଦ ଆରମ୍ଭ କରିଛି। ଏହା ଉପରେ ଓଡ଼ିଶାର ଜିଲା ପ୍ରଶାସନର ଦୃଷ୍ଟି ନ ପଡ଼ିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି କିଛି ବିବାଦ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା ଓଡ଼ିଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଧୂଳିପଦର ଗ୍ରାମରେ।

ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ ତଥା ସୀମାନ୍ତ ଗ୍ରାମଗୁଡ଼ିକରେ ଥିବର ଓଡ଼ିଶାର ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଶନିବାର ଅର୍ଥାତ ୧୨ ତାରିଖରେ ଧୂଳିପଦର ଗ୍ରାମରେ ଏକ ସିମେଣ୍ଟ ସ୍ଥାୟୀ ନାମଫଳକ ନିର୍ମାଣ କରି ଜଳ ଜଙ୍ଗଲ, ଜମି ସୁରକ୍ଷା ଓ ମନେରଗା କାର୍ଯ୍ୟ ସମ୍ପର୍କିତ ସୂଚନା ତେଲ୍‌ଗୁ ଭାଷାରେ ଲେଖି ସୀମାନ୍ତ ଗ୍ରାମବାସୀଙ୍କୁ ସଚେତନତା କରିଛି। ତେବ ଏହି ଦୃଶ୍ୟ ଉପରେ ଓଡ଼ିଶାର ଜିଲା ପ୍ରଶାସନର ଦୃଷ୍ଟି ନ ପଡ଼ିବା ସହ ଉକ୍ତ ସୀମାନ୍ତ ଅଞ୍ଚଳକୁ ନିୟମିତ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଶିକ୍ଷୟିତ୍ର/ ଶିକ୍ଷକ, ରାଜସ୍ବ ନିରୀକ୍ଷକ ଏହିପରି ସମସ୍ତ ଅଧିକାରୀ ଓ କର୍ମଚାରୀ ଯାଉଥିବା ସହ ପଞ୍ଚାୟତରେ ପୋଲିସ ଥାଇ ମଧ୍ୟ କିପରି ତେଲ୍‌ଗୁ ଭାଷା ଲିଖିତ ସ୍ଥାୟୀ ନାମଫଳକ ଉପରେ ଦୃଷ୍ଟି ପଡ଼ିନାହିଁ । ଏହାକୁ ନେଇ ପ୍ରଶ୍ନ ଉଠିଥିବା ସହ ସୀମାନ୍ତ ଗ୍ରାମ ପ୍ରତି ସୁରକ୍ଷା ବ୍ୟବସ୍ଥା ଉପରେ ଓଡ଼ିଶାର ଉକ୍ତ ଅଧିକାରୀମାନେ କେତେ ସଜାଗ ଅଛନ୍ତି ଏହିପରି ଦୃଶ୍ୟରୁ ସ୍ପଷ୍ଟ ବାରି ହେଉଛି। ଆନ୍ଧ୍ରର ଏହିପରି ହୀନ ଚକ୍ରାନ୍ତକୁ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ ନିନ୍ଦା କରିଥିବା ବେଳେ ଆନ୍ଧ୍ରର ଏହିପରି ଚାଲ ପଛରେ କିଛି ନା କିଛି ଗୋଟିଏ ବଡ଼ ଷଡ଼ଯନ୍ତ୍ର ରହିଥିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri