ବିବାଦର ଅନ୍ୟ ନାମ ମହେଶ : ପୂଜା ଝିଅ ହୋଇ ନ ଥିଲେ ବିବାହ କରିଥାନ୍ତି

ମହେଶ ଭଟ୍ଟ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଫିଲ୍ମ ସହିତ ସେ ଅନେକ କାରଣକୁ ନେଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି। ବୃତ୍ତିଗତ ଜୀବନ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ସେ ଅନେକ ଉତ୍ଥାନ-ପତ୍ତନ ଦେଇଗତି କରିଛନ୍ତି। ତେବେ ମହେଶ ଭଟ୍ଟ ୨୦ ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । ଜନ୍ମଦିନ ଅବସରରେ ତାଙ୍କ ଜୀବନର ବିବାଦୀୟ କାହାଣୀ ଜାଣନ୍ତୁ….

ମହେଶଙ୍କ ବାପାଙ୍କ ନାମ ନାନାଭାଇ ଭଟ୍ଟ ହୋଇଥିବାବେଳେ ତାଙ୍କ ମା’ ଙ୍କ ନାମ ଶିରିନ ମହମ୍ମଦ ଅଲ୍ଲି। କୁହାଯାଏ ତାଙ୍କ ବାପା ମା’ ବିବାହ କରିନାହାଁନ୍ତି। ଯାହାର ପ୍ରଭାବ ମହେଶଙ୍କ ଜୀବନ ଉପରେ ପକାଇଛି। ସେ ତାଙ୍କ ଜୀବନରେ ବିବାହକୁ ଗୁରୁତ୍ୱ ଦେଇନାହାନ୍ତି।

ମହେଶ କଲେଜ ସମୟରେ ଲୋରିଏନ ବ୍ରାଇଟ ନାମକ ଜଣେ ଝିଅକୁ ଭଲ ପାଉଥିଲେ। ବିବାହ ପରେ ଲୋରିଏନ ନାମ କିରଣ ଭଟ୍ଟ ରଖାଯାଇଥିଲା। କିରଣ ହେଉଛନ୍ତି ପୂଜା ଭଟ ଏବଂ ରାହୁଲ ଭଟଙ୍କ ମା’। ଏହି ସମୟରେ ମହେଶ ଭଟ୍ଟଙ୍କ ପରବିନ ବବିଙ୍କ ସହ ସମ୍ପର୍କ ରଖିଥିଲେ। ଯାହାଦ୍ୱାରା ସେମାନଙ୍କ ବୈବାହିକ ଜୀବନରେ ଝଡ଼ ଆସିଥିଲା। କିଛି ଦିନ ପରେ ପରବିନ ସହ ତାଙ୍କର ସମ୍ପର୍କ ବି ଖରାପ ହୋଇଗଲା।

ପରେ ମହେଶ ଭଟ୍ଟଙ୍କ ଜୀବନରେ ସୋନି ରଜଦାନ ଆସିଥିଲେ ।ସୋନିଙ୍କ ସହ ପ୍ରେମ ସମ୍ପର୍କ ସମୟରେ ମହେଶ ଏବଂ କିରଣ ଏକାଠି ରହୁଥିଲେ। ସେ ଆଇନଗତ ଭାବରେ ଛାଡପତ୍ର କର ିନ ଥିଲେ କିନ୍ତୁ ସୋନି ରଜଦାନଙ୍କୁ ବିବାହ କରିଥିଲେ। ମହେଶ ଭଟ୍ଟ ଏବଂ ସୋନି ରଜଦାନଙ୍କର ଦୁଇ ଝିଅ ଆଲିଆ ଏବଂ ଶାହିନ ଅଛନ୍ତି।

ମହେଶ ମଧ୍ୟ ତାଙ୍କ ଝିଅ ପୂଜା ଭଟ୍ଟଙ୍କୁ ନେଇ ବିବାଦରେ ଥିଲେ। ଷ୍ଟାରଡଷ୍ଟ ପତ୍ରିକା ପାଇଁ ପୂଜା ଭଟଙ୍କୁ ଚୁମ୍ବନ ଦେବାବେଳେ ମହେଶ ଭଟ ଏକ ଫଟୋଶୁଟ କରିଥିଲେ, ଯାହାକୁ ବହୁ ସମାଲୋଚନା କରାଯାଇଥିଲା। ଏକ ସାକ୍ଷାତକାରରେ ମହେଶ ଭଟ୍ଟ ତାଙ୍କ ଝିଅ ବିଷୟରେ କହିଥିଲେ ଯେ, ଯଦି ପୂଜା ଭଟ୍ଟ ତାଙ୍କ ଝିଅ ହୋଇନଥାନ୍ତେ ତେବେ ସେ ତାଙ୍କୁ ବିବାହ କରିଥାନ୍ତେ। ତେବେ ମହେଶ ଭଟ୍ଟ ହୁଏତ ଅନେକ ବିବାଦରେ ଥାଇ ମଧ୍ୟ ସେ ଏହାକୁ ଗୁରୁତର ସହ ନେଇ ନାହାନ୍ତି। ଆଜି ବି ପ୍ରତ୍ୟେକ ପ୍ରସଙ୍ଗରେ ତାଙ୍କର ମତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri