୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା କରିଛନ୍ତି। ସେହିପରି ୮୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।

ହଠାତ୍‌ ଆସିଥିବା ବନ୍ୟା ପରେ ନେପାଳରେ ଶହ ଶହ ପର୍ଯ୍ୟଟକ ମଧ୍ୟ ନିଖୋଜ ହୋଇଥିବା ସୂଚନା ମିଳିଛି। ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଦାବି ଅନୁସାରେ, ଭାରତର ପ୍ରାୟ ୩୦୦ ଜଣ ଲୋକ ନିଖୋଜ ଅଛନ୍ତି। ନିଖୋଜ ଭାରତୀୟଙ୍କ ମଧ୍ୟରେ କୈଳାସ ମାନସରୋବର ଯାତ୍ରାକୁ ଯାଇଥିବା ଅନେକ ଶ୍ରଦ୍ଧାଳୁ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ନେପାଳର ବିଭିନ୍ନ ଅଞ୍ଚଳରେ ଶହ ଶହ ଭାରତୀୟ ଫସି ରହିଥିବା ଜଣାପଡ଼ିଛି।

ଭାରତୀୟ ଦୂତାବାସ ଏବଂ ବିଭିନ୍ନ ରାଜ୍ୟ ସରକାର ନିଜ ନାଗରିକଙ୍କ ସୂଚନା ସଂଗ୍ରହ କରିବା ସହ ପରିବାରଗୁଡ଼ିକୁ ସହାୟତା ପାଇଁ ହେଲ୍ପଲାଇନ ଜାରି କରିଛନ୍ତି। ତାମିଲନାଡୁରୁ ନେପାଳ ଯାଇଥିବା ୫୭ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୩୭ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଅନ୍ୟ ୨୦ ଜଣଙ୍କ ସହ ଯୋଗାଯୋଗ ସ୍ଥାପିତ ହୋଇଛି। କୋଲକାତାରୁ ନେପାଳ ଯାଇଥିବା ୩୨ ଜଣଙ୍କ ଏକ ଦଳ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଏହି ଦଳ ଅଗଷ୍ଟ ୨୧ରେ ଯାତ୍ରା ଆରମ୍ଭ କରି ପରଦିନ ନେପାଳରେ ପହଞ୍ଚିଥିଲା। ବୁଧବାର ସକାଳେ ଏହି ଦଳ ତିବ୍ବତ ଯିବା ପାଇଁ ରସୁୱାଗାଢ଼ି ଇମିଗ୍ରେସନ କାର୍ଯ୍ୟାଳୟରେ ଥିବା ସମୟରେ ହଠାତ୍‌ ବନ୍ୟା ଆସିଥିଲା। ଏହା ପରଠାରୁ ଦଳର କୌଣସି ସଦସ୍ୟଙ୍କ ସହ ଯୋଗାଯୋଗ ହୋଇନାହିଁ।
ଲୋକମାନଙ୍କ ସହାୟତା ପାଇଁ ପଶ୍ଚିମବଙ୍ଗ ପୋଲିସ ମୁଖ୍ୟାଳୟ ପକ୍ଷରୁ ହେଲ୍ପଲାଇନ ଜାରି କରାଯାଇଛି। କୃଷକ ନେତା ରାକେଶ ଟିକାୟତ ମଧ୍ୟ ନିଜ ସାଥୀମାନଙ୍କ ସହ ନେପାଳର ପୋଖରାରେ ଫସି ରହିଥିଲେ। ସେ କହିଛନ୍ତି ଯେ ସଡ଼କ ମାର୍ଗରେ ଫେରିବା ସମ୍ଭବ ନୁହେଁ। ତେଣୁ ସେମାନେ ବିମାନ ଯୋଗେ କାଠମାଣ୍ଡୁ ଏବଂ ସେଠାରୁ ଦିଲ୍ଲୀ ଫେରିବେ। ତାଙ୍କ କହିବା ଅନୁସାରେ, ନେପାଳରେ ତାଙ୍କ ଗାଡ଼ି ଛାଡ଼ି ଆସିବାକୁ ପଡ଼ିବ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ ନେପାଳରେ ଭୟଙ୍କର ଫ୍ଲାଶ ଫ୍ଲଡ ମଧ୍ୟରେ ବେଙ୍ଗାଲୁରୁର ୫ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରି ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ସରକାର ପ୍ରୟାସ କରୁଛି। ମହାରାଷ୍ଟ୍ରର ୭ ଜଣ ପର୍ଯ୍ୟଟକ ମଧ୍ୟ ନେପାଳରେ ଫସିଥିବା ସୂଚନା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ମୁମ୍ବାଇ ଓ ପୁଣେର ୪ ଜଣଙ୍କ ସହ ଯୋଗାଯୋଗ ହୋଇସାରିଥିବା ବେଳେ, ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ମନ୍ତ୍ରାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛନ୍ତି।
ଅନ୍ୟପକ୍ଷରେ, କେରଳର ୩୬ ଜଣ ପର୍ଯ୍ୟଟକଙ୍କ ଏକ ଦଳ ସୁରକ୍ଷିତ ଥିବା ଜଣାପଡ଼ିଛି ଏବଂ ସେମାନେ ବନ୍ୟା ପ୍ରଭାବିତ ଅଞ୍ଚଳଠାରୁ ଦୂରରେ ଅଛନ୍ତି। କେରଳ ସରକାର ନୋର୍କା-ରୁଟ୍ସ (NORKA-ROOTS) ମାଧ୍ୟମରେ ଏକ ହେଲ୍ପଡେସ୍କ ଆରମ୍ଭ କରିଛନ୍ତି।
ସେହିପରି ସିକ୍କିମ, ଓଡ଼ିଶା, ଉତ୍ତରାଖଣ୍ଡ ଓ ଛତିଶଗଡ଼ ସରକାର ମଧ୍ୟ ନେପାଳରେ ଥିବା ନିଜ ନାଗରିକମାନଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?