ବିକାଶର ଅନ୍ୟ ନାମ ପିପିପି

ଡ.ଅରୁନ୍ଧତୀ ଦେବୀ

 

ଭାରତରେ ଅର୍ଥନୈତିକ ସଂସ୍କାର କହିଲେ ସମ୍ଭବତଃ ସରକାରୀ ବିଭାଗ ଓ ବେସରକାରୀ ସଂସ୍ଥା ସହଯୋଗରେ ସାମାଜିକ ବିକାଶ ଓ ଲୋକମାନଙ୍କୁ ସେବା ପ୍ରଦାନକୁ ବୁଝାଏ। ସାଧାରଣ ଜନତାଙ୍କୁ ଯେଉଁ ସେବା ସରକାରୀ କର୍ମଚାରୀମାନେ ପ୍ରଦାନ କରିବା କଥା, ସେହି ସେବା ପ୍ରଦାନ କରିଥାନ୍ତି ବେସରକାରୀ ସଂସ୍ଥା। ତେବେ ସରକାରୀ କର୍ମଚାରୀମାନଙ୍କ ନୈତିକ କର୍ତ୍ତବ୍ୟ କ’ଣ ହେବ ? ସେମାନେ କ’ଣ ହାତ ଯୋଡ଼ି ନୀରବରେ ବସି ରାଜକୋଷରୁ ଦରମା ନେବେ ? ବୋଧହୁଏ ନା। ସେମାନେ ବେସରକାରୀ ସଂସ୍ଥା ବା ପ୍ରତିଷ୍ଠାନମାନଙ୍କର କାର୍ଯ୍ୟଧାରାକୁ ନିରୀକ୍ଷଣ କରିବେ। ଲୋକମାନଙ୍କୁ ସରକାରୀ ସେବା ପ୍ରଦାନ କରିବା ନିମିତ୍ତ ଯୋଗ୍ୟ ବେସରକାରୀ ସଂସ୍ଥା ବା ପ୍ରତିଷ୍ଠାନଠାରୁ ପ୍ରସ୍ତାବମାନ ବିଜ୍ଞାପନ ଜରିଆରେ ସଂଗ୍ରହ କରାଯାଏ। ସେମାନଙ୍କ କର୍ମଚାରୀ ସଂଖ୍ୟା ଓ ସେବା ପ୍ରକ୍ରିୟା ସମୀକ୍ଷା କରିବା ପରେ ସରକାରୀ ବିଶେଷଜ୍ଞମଣ୍ଡଳୀ ରାଜିନାମା ପର୍ଯ୍ୟାୟକୁ ଯାଇଥାନ୍ତି।
ପ୍ରଥମେ ପ୍ରଥମେ ଏହି ପ୍ରକ୍ରିୟାଟି ଲୋକମାନଙ୍କୁ ସୁହାଇଲା। ସାଧାରଣ ଜନତା ତତ୍କାଳ ଭିତ୍ତିରେ ସରକାରୀ ସେବା ପାଇଲେ। ସର୍ବପ୍ରଥମେ ତତ୍କାଳୀନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶୀଲା ଦୀକ୍ଷିତ ସରକାର ପବ୍ଲିକ୍‌ ପ୍ରାଇଭେଟ ପାର୍ଟନରଶିପ୍‌ (ପିପିପି) ମଡେଲ ସ୍ବାଗତ କରିନେଲେ। ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ୍‌ (ସରକାରୀ- ବେସରକାରୀ ସହଭାଗିତା) ଯୋଜନା ଲାଗୁ କରି ମୁଖ୍ୟମନ୍ତ୍ରୀ ଶୀଲା ବେଶ୍‌ ଲୋକପ୍ରିୟତା ଲାଭ କଲେ। କେବଳ ଶୀଲା କାହିଁକି, ଓଡ଼ିଶା ଓ ଗୁଜରାଟରେ ମଧ୍ୟ ପିପିପି ମଡେଲକୁ ସ୍ବୀକୃତି ଦେଇ ଅର୍ଥନୈତିକ ସଂସ୍କାର ପର୍ବର ମୂଳଦୁଆ ପକାଯାଇଥିଲେ। ଲୋକମାନେ ଏହି ମଡେଲ ସେବାକୁ ସହଜରେ ଗ୍ରହଣ କରିନେଲେ କାରଣ ସେମାନଙ୍କୁ ସାମାନ୍ୟ ସରକାରୀ ସେବା ପାଇବା ପାଇଁ ସରକାରୀ ଅଧିକାରୀମାନଙ୍କ ନିକଟରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ିଲାନି। ସେମାନଙ୍କୁ ସରକାରୀ ଅଧିକାରୀମାନଙ୍କ କଦର୍ଯ୍ୟ ବ୍ୟବହାର ବା ନାସ୍ତିବାଣୀ ଶୁଣିବାକୁ ପଡ଼ିଲାନି। ଉଦାହରଣ ଭାବେ ଡ୍ରାଇଭିଂ ଲାଇସେନ୍ସ ବା ପିଲାଙ୍କ ଜନ୍ମ ପ୍ରମାଣ ପତ୍ର ପ୍ରକ୍ରିୟାକୁ ଧରି ନିଆଯାଉ। ସାମାନ୍ୟ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସାଧାରଣ ଜନତାକୁ ସରକାରୀ କାର୍ଯ୍ୟାଳୟକୁ ଏକାଧିକବାର ଧାଇଁବାକୁ ପଡ଼େ। ସରକାରୀ ଅଧିକାରୀଙ୍କ ଇଛା ହେଲେ ଲାଇସେନ୍ସ ମିଳେ ନଚେତ ଖାଲି ହାତରେ ଫେରିବାକୁ ପଡ଼େ। ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ହେଉ କି କିରାଣିଙ୍କ ଅସହଯୋଗ କାରଣରୁ ହେଉ ସାଧାରଣ ଜନତାଟିର ଉଭୟ ସମୟ ଓ ଅର୍ଥ ବରବାଦ ହୁଏ। ହେଲେ ବେସରକାରୀ ପ୍ରତିଷ୍ଠାନମାନଙ୍କ ସକ୍ରିୟ ସହଯୋଗ ଫଳରେ ସହଜରେ ସରକାରୀ ସେବା ମିଳିଲା। ଏଇଠି ଅର୍ଥନୈତିକ ସଂସ୍କାର ଆଳରେ ଭିନ୍ନ ପ୍ରକ୍ରିୟା ଜନ୍ମ ହେଲା। ସରଳ ପ୍ରଶ୍ନଟିଏ ସମସ୍ତଙ୍କ ମନରେ ଉଠିବା ସ୍ବାଭାବିକ କ’ଣ ନା ଯେଉଁ ସେବା ପ୍ରଦାନ ପାଇଁ ସରକାରୀ ଅଧିକାରୀମାନେ ଇଚ୍ଛାଶକ୍ତି ହରାଇଥିଲେ, ସେମାନେ କିପରି ଇଚ୍ଛାଶକ୍ତି ଫେରିପାଇଲେ ? ଯେଉଁ କିରାଣିମାନେ ସାଧାରଣ ଜନତାଟିକୁ ସେବା ଦେବା ପାଇଁ ଧରାଛୁଅଁା ଦେଉ ନ ଥିଲେ ସେମାନେ ଚଉକିରୁ ଉଠିବା ନାଁ ଧରୁନାହାନ୍ତି। ଘଟଣା କ’ଣ ? ସରକାରଙ୍କ ସହ ରାଜିନାମାରେ ବନ୍ଧା ବେସରକାରୀ ପ୍ରତିଷ୍ଠାନମାନେ ସରକାରୀ ଅଧିକାରୀ ବା କିରାଣିମାନଙ୍କ ବିନା ସହାୟତାରେ କେବେ ବି ଡ୍ରାଇଭିଂ ଲାଇସେନ୍ସ କି ଶିଶୁର ଜନ୍ମଗତ ପ୍ରମାଣପତ୍ର ଦେଇପାରିବେ ନାହିଁ। ତେବେ ଚମତ୍କାର ହେଲା କେମିତି ? ଏଇଠି ଜନ୍ମ ହେଲା ପିପିପି ମଡେଲରେ ଦୁର୍ନୀତି। ଦିଲ୍ଲୀ ସରକାର ୫ ବର୍ଷ ପାଇଁ ଅଣବାଣିଜି୍ୟକ ଡ୍ରାଇଭିଂ ଲାଇସେନ୍ସ ବାବଦକୁ ମାତ୍ର ୨୭୦ ଟଙ୍କା ଦେୟ ନେଇଥାନ୍ତି। ସେହିପରି ବୈଦେଶିକ ମନ୍ତ୍ରଣାଳୟ ୧୦ ବର୍ଷ ପାଇଁ ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଦେବାକୁ ୧୫୦୦ ଟଙ୍କା ଦେୟ ନେଇଥାନ୍ତି। ଏହି ଦେୟ ଦଲାଲ୍‌ ତଥା ସେବା ପ୍ରଦାନ କରିବାକୁ ଅଙ୍ଗୀକାରବଦ୍ଧ ବେସରକାରୀ ସଂସ୍ଥାକୁ ଅନୀତିପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେଇଥାଏ। ଆପଣ ଦଲାଲ୍‌ କି ବେସରକାରୀ ସଂସ୍ଥାକୁ ନିର୍ଦ୍ଧାରିତ ସରକାରୀ ଦେୟ ସମେତ କିଛି ଅଧିକ ଟଙ୍କା ପ୍ରଦାନ କଲେ, ସହଜରେ ସବୁ ସରକାରୀ ବାଧା ହଟିଯିବ। ଅବିଳମ୍ବେ ଡ୍ରାଇଭିଂ ଲାଇସେନ୍ସ କି ପାସ୍‌ପୋର୍ଟ ମିଳିଯିବ।
ପିପିପି ମଡେଲଭିତ୍ତିକ ଦୁର୍ନୀତିକୁ ରୋକା ନ ଗଲେ, ରାଜକୋଷକୁ ସରକାର ନିର୍ଦ୍ଧାରିତ ଅର୍ଥ ମିଳିବ ସତ; ତା’ ସହ ଦଲାଲ୍‌ ତଥା ବେସରକାରୀ ସଂସ୍ଥାମାନଙ୍କ ହାତକୁ ଅଧିକ ଅର୍ଥ ଚାଲିଯିବ ଅର୍ଥାତ୍‌ ଶୋଷକବର୍ଗ ହାତରେ ସାଧାରଣ ଜନତାଙ୍କ ଭାଗ୍ୟ ବନ୍ଧା ପଡ଼ିଯିବ। ସରକାରଙ୍କ ଦ୍ୱାହି ଦେଇ ବେସରକାରୀ କମ୍ପାନୀଗୁଡ଼ିକ ମାଲାମାଲ୍‌ ହୋଇ ରାଜନେତାଙ୍କ ଜରିଆରେ ସାଧାରଣ ଜନତାଙ୍କୁ ଲୁଟିଚାଲିବେ, ଯାହା ଆମ ରାଜ୍ୟର ବିଦ୍ୟୁତ୍‌ ଆବଣ୍ଟନ କ୍ଷେତ୍ରରେ ଘଟିଛି। ଏକଦା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ଼ ସରକାରଙ୍କ ନିୟନ୍ତ୍ରଣରେ ଥିବାବେଳେ ବିପୁଳ କ୍ଷତିଗ୍ରସ୍ତ ହେଲା। ଏହାର ଘରୋଇକରଣ ହେଲେ ଉଭୟ କମ୍ପାନୀ ଓ ସରକାର ଲାଭଜନକ ସ୍ଥିତିରେ ରହିବେ ବୋଲି ପ୍ରଚାର କରାଗଲା। ହେଲେ ଏବେ ଦେଖାଯାଉଛି ଯେ, ସରକାର ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀଠାରୁ ଅଧିକ ମୂଲ୍ୟରେ ବିଦ୍ୟୁତ୍‌ କିଣି ଆବଣ୍ଟନକାରୀ ଘରୋଇ କମ୍ପାନୀକୁ କମ୍‌ ମୂଲ୍ୟରେ ବିକି ଗୋଟିଏ ପକ୍ଷରେ କ୍ଷତି ସହୁଥିବାବେଳେ ଅନ୍ୟ ପକ୍ଷରେ ପୁଞ୍ଜିବିନିଯୋଗ ନ କରି ଉପଭୋକ୍ତାଙ୍କଠାରୁ ଖୁଣ୍ଟପୋତାଠାରୁ ବିଦ୍ୟୁତ୍‌ ସଂଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଅର୍ଥ ଆଦାୟ କରି ଘରୋଇ କମ୍ପାନୀମାନେ ମାଲାମାଲ୍‌ ହେଉଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରି ଉପଭୋକ୍ତାଙ୍କ ତଣ୍ଟି ଚିପି ବିତରଣ କମ୍ପାନୀ ମାଲାମାଲ୍‌ ହେଉଛନ୍ତି। ଅର୍ଥନୈତିକ ସଂସ୍କାର ଆଳରେ ପିପିପି ମଡେଲ ଦୁର୍ନୀତିକୁ ଜନ୍ମ ଦେଇ ସରକାରଙ୍କ ବିକାଶ ରଥ କାଗଜକଲମରେ ରହିବା ନିଶ୍ଚିତ।
ଶୋଭନୀୟ ଆନ୍ଦୋଳନ, ଭୁବନେଶ୍ୱର
ମୋ -୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri