ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର,୩୧ା୫(ସୁବାସ ପାଢ଼ୀ): ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ। ବ୍ରହ୍ମପୁର ଆର୍‌ ଆଣ୍ଡ୍‌ ବି ଡିଭିଜନ-୧ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଏନ୍‌.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନାମରେ ଆୟ ବହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଆଜି ଅର୍ଥାତ୍‌ ଶନିବାର ମାନ୍ୟବର ସ୍ବତନ୍ତ୍ର ବିଚାରପତି, ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ସର୍ଚ୍ଚ ଓ୍ବାରେଣ୍ଟ ବଳରେ ୩ ଜଣ ଡିଏସ୍‌ଏସ୍‌ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଛି।

୧. ଧର୍ମ ନଗର, ବ୍ରହ୍ମପୁରର ସ୍ପେକ୍ଟ୍ରମ ରୟାଲ ଠାରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌।

୨. ବ୍ରହ୍ମପୁରର ମୟୂରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା।

୩. ବ୍ରହ୍ମପୁରର ଆର୍‌ ଆଣ୍ଡ ବି ଡିଭିଜନ-୧ସ୍ଥିତ ତାଙ୍କ କାର୍ଯ୍ୟାଳୟ।

୪. ଭୁବନେଶ୍ୱରର ଶହୀଦନଗରର ଇଭୋସ୍‌ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍‌ରେ ଚଢ଼ାଉ ଚାଲିଛି। ଏବେ ଚଢ଼ାଉ ଜାରି ରହିଥିବାରୁ ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

ସେହିପରି ଗତକାଲି (ଶୁକ୍ରବାର) ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଏହି ସମୟରେ ତାଙ୍କ ଘରୁ ପୁଳାପୁଳା ଟଙ୍କା ମିଳିଥିଲା।

ଭିଜିଲାନ୍ସ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରସ୍ଥିତ ଷଡ଼ଙ୍ଗୀଙ୍କ ପିଡିଏନ ଏକ୍ସୋଟିକା ଫ୍ଲାଟରୁ ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଛି। ଏହା ସହିତ ଅନୁଗୋଳ ଜିଲାର କରଡ଼ଗଡ଼ିଆସ୍ଥିତ ତାଙ୍କ ବାସଭବନରୁ ଆହୁରି ୧.୧ କୋଟି ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ଟଙ୍କାର ଗଣତି ମେଶିନ ଦ୍ୱାରା ଚାଲିଛି। ମୋଟ ଜବତ ହୋଇଥିବା ଅର୍ଥର ପରିମାଣ ପ୍ରାୟ ୨.୧ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri