Posted inଖେଳ

ଓଡ଼ିଶା ଏଫ୍‌ସିର ଆଉ ଏକ ପରାଜୟ

ବାମ୍ବୋଲିମ୍‌, ୨।୨: ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଆଉ ଏକ ପରାଜୟ ବରଣ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦଳ ୦-୧ ଗୋଲରେ ଜାମସେଦପୁର ଏଫ୍‌ସି ନିକଟରୁ ହାରି ଯାଇଛି। ମ୍ୟାଚର ୪୧ତମ ମିନିଟରେ ମହମ୍ମଦ ମୋବାସିର ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଗୋଲ ପରିଶୋଧ ପାଇଁ ଭୁବନେଶ୍ୱର ଭିତ୍ତିକ ଦଳ ଜୋରଦାର ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲା। ଫଳରେ ୧୪ ମ୍ୟାଚରୁ ୮ମ ପରାଜୟ ବରଣ କରିଛି ଓଡ଼ିଶା। ଦଳ ମାତ୍ର ଗୋଟିଏ ମ୍ୟାଚ ଜିତି ପାରିଥିବାବେଳେ ୫ଟିରେ ପଏଣ୍ଟ ଭାଗ କରିବାକୁ ସକ୍ଷମ ହୋଇଛି। ଫଳରେ ୮ ପଏଣ୍ଟରେ ସ୍ଥିର ରହି ଟେବୁଲର ସର୍ବନିମ୍ନ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଜାମସେଦପୁର ଏଫ୍‌ସି ୧୫ ମ୍ୟାଚରୁ ୪ର୍ଥ ବିଜୟ ସହ ୧୮ ପଏଣ୍ଟରେ ପହଞ୍ଚତ୍ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହା ସହିତ ଓପନିଂ କରିବେ ରୋହିତ ?

ମୁମ୍ବାଇ,୨୪।୩: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ଓପନିଂ କମ୍ବିନେଶନ ବ୍ୟବହାର କରିଆସୁଛି। ଗତ ସିଜନରେ ରୋହିତ ଶର୍ମାଙ୍କ ସହ ଓପନିଂ...

ପୂରା ସେସନରେ ପେସରଙ୍କ ରାଜୁତି

ଲିଡ୍ସ,୨୫।୮ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ହେଡିଂଲେ ଟେଷ୍ଟରେ ପ୍ରଥମ ସେସନରେ ଅତ୍ୟନ୍ତ ସଙ୍କଟରେ ପଡ଼ି ଯାଇଛି ଭାରତୀୟ ଦଳ। ଟସ୍‌ ଜିତି ପ୍ରଥମେ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ସ୍ବର୍ଣ୍ଣ ସହ ଯଶସ୍ବିନୀଙ୍କୁ ଅଲିମ୍ପିକ କୋଟା

ରିଓ ଡି ଜେନେରିଓ,୧।୯(ପି.ଟି.)- ଏଠାରେ ଚାଲିଥିବା ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ରାଇଫଲ/ ପିସ୍ତଲ ବଶ୍ୱକପ୍‌ରେ ଭାରତର ଯଶସ୍ବିନୀ ସିଂ ଦେସଓ୍ବାଲ ମହିଳା ୧୦ ମିଟର ଏୟାର ପିସ୍ତଲ...

ଭାରତଠୁ ସିରିଜ୍‌ ହାରିବା ପରେ ବୋର୍ଡକୁ ସମାଲୋଚନା କଲେ ପୂର୍ବତନ ଅଧିନାୟକ

ଲଣ୍ଡନ,୮।୩ : ଭାରତଠାରୁ ୩-୧ ବ୍ୟବଧାନରେ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ...

ବିସିସିଆଇ ସିଏଫ୍‌ଓଙ୍କ ଇସ୍ତଫା

ନୂଆଦିଲ୍ଲୀ, ୯ା୧୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ସନ୍ତୋଷ ରାଙ୍ଗନେକର ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ...

ବାତିଲ ହୋଇାପାରେ ଚାଇନିଜ ଗ୍ରାଁ ପ୍ରି

ବାକୁ,୧୨।୨- ଆସନ୍ତା ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ଚାଇନିଜ ଗ୍ରାଁ ପ୍ରି ସମ୍ଭବତଃ ବାତିଲ ହୋଇପାରେ। ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଥିବାରୁ...

ଜାତୀୟ ଶିବିରରେ ୨ ଓଡ଼ିଆ

କଟକ ଅଫିସ,୯ା୭- ଜୁଲାଇ ୧୫ରୁ ଗୋଆଠାରେ ୧୬ବର୍ଷରୁ କମ୍‌ ବାଳକ ଜାତୀୟ ଫୁଟବଲ ଶିବିର ଆରମ୍ଭ ହେବ। ଅଲଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଦ୍ୱାରା ଆୟୋଜିତ ଏହି...

ଶେଷ ଦୁଇ ଟେଷ୍ଟ ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଥମ ସନ୍ତାନର ପିତା ହେବାର ସମ୍ବାବନା ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ...

Advertisement
Archives

Model This Week