ଦିଗପହଣ୍ଡିରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସତ୍କାର

ଦିଗପହଣ୍ଡି,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା (ସହକାରୀ ଶିକ୍ଷକ)ଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ହୋଇଥିବା ବେଳେ ଏବେ ଆଉ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ. ଏ. ନରସିଂହ ଦାସ (୪୫)। ନରସିଂହ ସିଦ୍ଧେଶର ଆଦର୍ଶ ବିଦ୍ୟାଳୟସ୍ଥିତ କୋଭିଡ୍‌ ସେଣ୍ଟରରେ ଡ୍ୟୁଟିରେ ଥିଲେ। ବୁଧବାର ଜ୍ବର ହେବା ସହ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ଅପରାହ୍ନ ପ୍ରାୟ ୪ଟାରେ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ଚିକିତ୍ସାଧୀନ ଅବସ୍ଥାରେ ନରସିଂହଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ବାବ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗୁରୁବାର ମୃତଦେହ ଜବତକରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା( ନଂ.୩୪୩/୨୦) ରୁଜୁ କରିଥିବା ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁରରେ ପୋଲିସ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତିରେ ସରକାରଙ୍କ କୋଭିଡ- ୧୯ ଏସଓପି ଗାଇଡ୍‌ଲାଇନ ଅନୁଯାୟୀ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୃତଦେହ ସତ୍କାର କରାଯାଇଥିବା ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଦାଦନ, ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକଙ୍କ ନିବେଦନ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଦାଦନ ମହାରାଷ୍ଟ୍ରରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଦାଦନଙ୍କ ମୁକ୍ତି ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ...

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିକ୍ଷୋଭ

ସମ୍ବଲପୁର,୭।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ୫୫ନଂ. ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଅଗ୍ରୱାଲ କନଷ୍ଟ୍ରକଶନ (ଏଆଇପିଏଲ୍‌)ର ଯୁଯୁମୁରା ଥାନା ଗଡଗଡବାହାଲ କ୍ୟାମ୍ପ ପରିସରରେ ୪ ଜଣ...

ଶୀତରେ ଥରୁଛି ଜି.ଉଦୟଗିରି, ତାପମାତ୍ରା ରହିଛି…

ଜି.ଉଦୟଗିରି,୨୩ା୧୨(ଡି.ଏନ୍‌.ଏ.): ଜି.ଉଦୟଗିରି ସହରରେ ଏକ ସପ୍ତାହ ହେବ ଶୀତର ଲହରି ଜାରିରହିଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋମବାର ୫...

ବାପାଙ୍କ କାମକୁ ଦେଖି ମୋତେ ଟିକେଟ୍‌ ମିଳିଛି : ବର୍ଷା ବରିହା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂ ବରିହାଙ୍କ ନାମ ବିଜେଡି ସୋମବାର ଘୋଷଣା କରିଛି। ତେବେ ନାଁ ଘୋଷଣା ହେବା ପରେ ବର୍ଷା ବରିହା...

ଧାନ ଫସଲରେ ପୋକ

ଚଣ୍ଡିଖୋଲ,୧୭ା୧୧(ଡି.ଏନ.ଏ.): ଏବେ ଧାନ ଅମଳ ସମୟ। ହେଲେ ଜମିରେ ପୋକ ଲାଗିଯିବାରୁ ଧାନଗଛଗୁଡ଼ିକ ତଳେ ଶୋଇ ପଡିଛି। ଧାନ ଆହାର ଢୁକି ନ ଥିଲେ ମଧ୍ୟ...

କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଟପିଲା ୫୯ ହଜାର; ୧୦ ଲକ୍ଷ ୯୮ ହଜାର ସଂକ୍ରମିତ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୯ ହଜାର ୧୪୧ ଲୋକଙ୍କ...

ପୂଜାରୀ ସାହି ହତ୍ୟା ଘଟଣା, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୧।୫: ଭଦ୍ରକ ସହର ପୂଜାରୀ ସାହିର ଯୁବକ ନୀଳକଣ୍ଠ ଦାସଙ୍କୁ ଧାମରା ବ୍ରିଜ ନିକଟରେ ଗତ ଫେବୃୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ହତ୍ୟାର...

ମହୁଲ ଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ଲାଠୋର, ୧୮ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକର ଜଙ୍ଗଲ ଏବଂ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମହୁଲ ଫୁଲ, ଫଳ ଏବଂ ମଞ୍ଜି...

Advertisement
Archives

Model This Week