ଆଉ ଜଣେ ବାବା ଆଖିବୁଜିଲେ

ପୁରୀ,୩୧।୭(ଅଜିତ ମହାନ୍ତି):ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ସ୍ଥିତ ଗୁରୁକୃପା ଆଶ୍ରମରେ ସାଧୁ ଅର୍ଜୁନ ବାବାଙ୍କୁ ହତ୍ୟା ଘଟଣାରେ ଗୁରୁତର ଆହତ ହୋଇଥିବା ଦୟାନିଧି ବାବା ଓରଫ ଦୟାନିଧି ଦାସଙ୍କର ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏ ନେଇ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାହୁ କହିଛନ୍ତି, ଗୁରୁକୃପା ଆଶ୍ରମରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ଘଟଣାସ୍ଥଳରେ ଅଜୁର୍ନ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଦୟାନଧି ଦାସ ଗୁରୁତର ହୋଇଥିଲେ। ଦୟାନିଧି ବାବାଙ୍କ ମୁଣ୍ଡରେ ଅଭିଯୁକ୍ତ ଇଟା ଛେଚି ଦେଇଥିଲେ। ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ପରେ ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦୟାନିଧି ବାବାଙ୍କର ମୃତ୍ୟୁ ଘଟିଛି। ଏ ନେଇ କଟକ ମଙ୍ଗଳାବାଗ ଥାନା ପୋଲିସ ଏକ ମାମଲା ରୁଜୁ କରିଛି।
ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାଠଫାଳିଆ, ଇଟାକୁ ଜବତ କରିଛି। ତେବେ ତନ୍ତ୍ରବିଦ୍ୟାକୁ ନେଇ ଆକ୍ରମଣ କରାଯାଇଥିବା କଥାକୁ ଏଡ଼ାଇ ଦେଇ କୌଣସି କଥାରୁ ହଠାତ୍‌ ଯୁକ୍ତିତର୍କ ହୋଇ ଏପରି ହତ୍ୟା ହୋଇଥିବା ସାହୁ କହିଥିଲେ। ହତ୍ୟାକାଣ୍ଡ ସମ୍ପର୍କରେ ଆଶ୍ରମର ପରିଚାଳକଙ୍କୁ ପଚରାଉଚରା କରାଯାଇଛି। ଦୁଇଜଣଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ପକ୍ଷରୁ ସମସ୍ତ ଦିଗକୁ ଧ୍ୟାନ ଦିଆଯାଇ ବ୍ୟାପକ ତଦନ୍ତ କରାଯାଉଛି। ତନ୍ତ୍ର ବିଦ୍ୟା ବା ନିଶା କାରଣରୁ ହତ୍ୟା କରାଯାଇଛି ବୋଲି ଯେଉଁ ଅଭିଯୋଗ ହେଉଛି, ସେନେଇ କୌଣସି ତଥ୍ୟ ମିଳିନାହିଁ। ଦରକାର ପଡ଼ିଲେ ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ରିମାଣ୍ଡରେ ଅଣାଯିବ। ଅପରପକ୍ଷେ ପୋଲିସ ପକ୍ଷରୁ ପୁରୀର ସମସ୍ତ ଆଶ୍ରମରେ ଭେରିଫିକେଶନ୍‌ ଚାଲିଛି ବୋଲି ସିଟିଡିଏସ୍‌ପି ସାହୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୮ତାରିଖରେ ଅଭିଯୁକ୍ତ ବିଷ୍ଣୁବାବା ଆଶ୍ରମ ପରିସରରେ ଅର୍ଜୁନ ବାବାଙ୍କୁ କୌଣସି କାରଣକୁ ନେଇ କାଠଫାଳିଆରେ ପିଟି ହତ୍ୟା କରିଥିଲା। ସେହିପରି ଦୟାନିଧି ବାବାଙ୍କୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri