ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଅଡିଓ ଲିକ୍‌

ଇସଲାମାବାଦ,୧୫ା୧୦: ଆମେରିକାର ସାଇଫର (ଗୁପ୍ତଚର ସଫ୍ଟଓ୍ବେୟାର)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଆଉ ଏକ ଅଡିଓ ଲିକ୍‌ ହୋଇଛି। ଶେହବାଜଙ୍କ ଦ୍ୱିତୀୟ ଅଡିଓ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏପରିକି କିଛି ଦିନ ପୂର୍ବରୁ ଶେହବାଜଙ୍କ ଏକ ଅଡିଓ ଲିକ୍‌ ହୋଇଥିଲା। ଯାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂତନ ଅଡିଓରେ ପ୍ରଧାନମନ୍ତ୍ରୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଶାସକ ମିଳିତ ମଞ୍ଚର ଜଣେ ସ୍ବତନ୍ତ୍ର ସହାୟକ ଭାବରେ ନିଯୁକ୍ତି ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ଅଜ୍ଞାତ ବ୍ୟକ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସହାୟକ ପଦ ଦେବାକୁ କହିଛନ୍ତି।

ଲିକ୍‌ ହୋଇଥିବା ଅଡିଓ ଅନୁଯାୟୀ, ପ୍ରଧାନମନ୍ତ୍ରୀ କହୁଛନ୍ତି, ନା ଏହା ଠିକ୍‌ ନୁହେଁ। ଏହି ବିଷୟରେ ବିଲାଓ୍ବାଲ ଭୁଟ୍ଟୋ ମୋତେ କହିଥିଲେ। ତା’ପରେ ଅନ୍ୟ ଜଣେ ଅଜ୍ଞାତ ବ୍ୟକ୍ତି କହିଛନ୍ତି, ‘ଆମକୁ ଜାଫର ମହମ୍ମଦ ଏବଂ ଜାହାନଜେବ ସାହିବଙ୍କୁ ମଧ୍ୟ ରହିବାକୁ ପଡ଼ିବ। ମୁଁ ଆଜି ଆପଣଙ୍କୁ ଶେଷ ନମ୍ବର କହିବି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଅଡିଓ ଲିକ୍‌ ଖବର ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ତାଙ୍କ ଝିଆରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ଝିଅ ମରିୟମ ନଓ୍ବାଜ ତାଙ୍କ ଜ୍ୱାଇଁ କାରଖାନା ଉପକରଣ ଅର୍ଡର କରିବା ପାଇଁ ଭାରତର ସାହାଯ୍ୟ ଲୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲୁଇସିଆନାରେ ହୃଦୟ ବିଦାରକ ଘଟଣା, ୮ ଛୁଆଙ୍କୁ ହତ୍ୟା

ଓ୍ବାଶିଂଟନ,୧୯ା୪: ଆମେରିକାର ଲୁଇସିଆନାରେ ଘରୋଇ ହିଂସା ସହିତ ଜଡିତ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣାରେ ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ…

ପୁଣି ପାକିସ୍ତାନରେ ପହଞ୍ଚିଲା ଆମେରିକାର ବିମାନ, ଇସଲାମାବାଦରେ ହଲଚଲ୍

ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହାରି ଭିତରେ ଆମେରିକୀୟ ସାମରିକ ବିମାନ ପାକିସ୍ତାନରେ ପହଞ୍ଚିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri